• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ । କୌଣସି ନା କୌଣସି କଥାକୁ ନେଇ ବ୍ୟକ୍ତି ଜଣକ ଚିନ୍ତିତ ରହିଥା’ନ୍ତି । ଏଥିପାଇଁ କିଛି ଲୋକଙ୍କ କେଶ ଝଡ଼ିବା ସହ ସ୍ୱାସ୍ଥ୍ୟରେ ନାନା ସମସ୍ୟା ଦେଖାଦେଇଥାଏ । ହେଲେ ଆପଣ ଜାଣନ୍ତି କି, ଆପଣଙ୍କ ଦୈନନ୍ଦିର ଖାଦ୍ୟପେୟରେ ଅନିୟମିତତା ରଖିବା ଦ୍ୱାରା ଏହାର ପ୍ରଭାବ ବିଶେଷ ଭାବେ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ ।

ଅଧିକ ପଢ଼ନ୍ତୁ: ନୂଆ ଅଧ୍ୟୟନ; ଶୀଘ୍ର ଓଜନ ହ୍ରାସ ଲିଭରଜନିତ ମାରାତ୍ମକ ରୋଗରୁ ରକ୍ଷା କରିବ

ଯାହାଫଳରେ ଆପଣଙ୍କ ଦେହ ଖରାପ ହେବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଲାଗିରୁହେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ସମ୍ପର୍କରେ କହିବୁ, ଯାହାକୁ ଆପଣ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଅନେକ ଲାଭ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ସ୍ୱାସ୍ଥ୍ୟ ପାଇଁ ବରଦାନ ମେଥି । ମେଥିକୁ କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବାକୁ ନୁହେଁ ବରଂ ଔଷଧ ରୂପେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ରହିଛି ।

ମେଥିକୁ ରାତିସାରା ପାଣିରେ ଭିଜାଇଦିଅନ୍ତୁ । ସକାଳୁ ଏହାକୁ ଖାଲି ପେଟରେ ଖାଆନ୍ତୁ । ଏପରି କରିବା ଦ୍ୱାରା ଡାଇବେଟିସ୍‌, ପିରିୟଡସ୍‌ ସମୟର ପେଟ ଯନ୍ତ୍ରଣା, କେଶ ଝଡ଼ିବା ଓ ମୋଟାପଣ ପରି ସମସ୍ୟାରୁ ମୁକ୍ତି ପାଇପାରିବେ ।

ମେଥି ଦାନା ବ୍ଲଡ୍‌ ସୁଗାରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ଡାଇବେଟିସ୍‌ ରୋଗୀମାନେ ମେଥି ଦାନାର ପାଣି ପିଇବା ନିହାତି ଆବଶ୍ୟକ ।

ଯଦି ଆପଣଙ୍କ ପେଟରେ ଗ୍ୟାସ ସମସ୍ୟା ଦେଖାଦେଉଥାଏ , ତେବେ ଆପଣ ମେଥିକୁ ବ୍ୟବହାର କରି ଉପଶମ ପାଇପାରିବେ । ଗ୍ୟାସ ଓ ଏସିଡିଟି ପରି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିପାରିବ । ରାତିସାରା ପାଣିରେ ଭିଜା ହୋଇଥିବା ମେଥିକୁ ସକାଳେ ଖାଲିପେଟରେ ଖାଆନ୍ତୁ । ନିଶ୍ଚୟ ଏହାର ଫାଇଦା ଜାଣିପାରିବେ ।

ମେଥି ସେବନ କରିବା ଦ୍ୱାରା ସବୁଠାରୁ ବଡ଼ ଫାଇଦା ହେଉଛି ଏହା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।

ଖାଲି ମହିଳା ନୁହଁନ୍ତି, ମେଥି ପୁରୁଷମାନଙ୍କ ପାଇଁ ମଧ୍ୟ ବହୁତ ଲାଭ ଦେଇଥାଏ । ମେଥି ଦାନା ଟେଷ୍ଟୋଷ୍ଟରେନ୍‌ ହରମନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ । ଯାହାକି ପୁରୁଷଙ୍କ ସେକ୍ସ ପାୱାର ବଢ଼ାଇଥାଏ ।

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ମେଥି ଦାନାର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ମେଥି ସେବନ କରିବା ଫଳରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ ।

କେଶର ଯତ୍ନ ମଧ୍ୟ ନେଇଥାଏ ମେଥି । ରାତିରେ ମେଥି ଦାନାକୁ ପାଣିରେ ବତୁରାଇ ସକାଳୁ ସେହି ପାଣିକୁ ପିଇଲେ କେଶ ଝଡ଼ିବା ବନ୍ଦ ହେବା ସହ ଘନ କେଶ ହୋଇଥାଏ । ଏହା ବ୍ୟତୀତ ମେଥି ଦାନାକୁ ତେଲରେ ପକାଇ କେଶରେ ଲଗାଇପାରିବେ ।