Advertisment

Health Tips: ଏହି ୫ ମିଠା ଫଳ ସୁଗାର ଲେବଲ୍‌କୁ ନିୟନ୍ତ୍ରଣ କରିବ

ପ୍ରାୟତଃ କୁହାଯାଏ ଯେ ମଧୁମେହ ରୋଗୀମାନେ ମିଠା ଫଳ ଖାଇବା ଉଚିତ୍ ନୁହେଁ। ଏହା କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଅଳ୍ପ ପରିମାଣର ଫଳ ଖାଇବା ଦ୍ୱାରା ସୁଗାର ଲେବଲ୍‌ରେ କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ଏମିତି କିଛି ଫଳ ଅଛି ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
Worst Fruits for Diabetes Patient

5 most powerful fruits for diabetes patients

ପ୍ରାୟତଃ କୁହାଯାଏ ଯେ ମଧୁମେହ ରୋଗୀମାନେ ମିଠା ଫଳ ଖାଇବା ଉଚିତ୍ ନୁହେଁ। ଏହା କିନ୍ତୁ ସମ୍ପୂର୍ଣ୍ଣ ଠିକ୍ ନୁହେଁ। ଅଳ୍ପ ପରିମାଣର ଫଳ ଖାଇବା ଦ୍ୱାରା ସୁଗାର ଲେବଲ୍‌ରେ କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ଏମିତି କିଛି ଫଳ ଅଛି ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

Advertisment

ଖାଦ୍ୟରେ ଏହି ଫଳଗୁଡିକ ଅନ୍ତର୍ଭୁକ୍ତ କରିବା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଆସନ୍ତୁ ସେହିସବୁ ଫଳ ବିଷୟରେ ଜାଣିନେବା।

ସେଓ:

ସେଓ ସ୍ୱାଦରେ ମିଠା ହେବା ସତ୍ତ୍ୱେ, ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଲାଭଦାୟକ ହୋଇପାରେ। ହେଲ୍ଥଲାଇନର ରିପୋର୍ଟ ଅନୁଯାୟୀ, ଅଳ୍ପ ପରିମାଣରେ ପ୍ରତିଦିନ ସେଓ ଖାଇଲେ ଶରୀରରେ ଇନ୍‌ସୁଲିନ୍ ପ୍ରତିରୋଧକୁ ରୋକିବାରେ ଏହା ସାହାଯ୍ୟ କରିଥାଏ। ଏଥିରେରେ ପଲିଫେନୋଲ୍ସ ମଧ୍ୟ ଥାଏ, ଯାହା ଅଗ୍ନାଶୟକୁ ଇନ୍‌ସୁଲିନ୍‌ ରିଲିଜ୍ କରିବାରେ ସହଯୋଗ କରିଥାଏ ଏବଂ କୋଷଗୁଡ଼ିକରେ ସୁଗାର ଲେବଲକୁ ନିୟନ୍ତ୍ରଣ କରେ।

Advertisment

ଅଧିକ ପଢ଼ନ୍ତୁ: ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି? ପଢ଼ନ୍ତୁ ନିମ୍ନରେ ଦିଆଯାଇଥିବା କିଛି ତଥ୍ୟ

କମଳା:

ସୁଗାର ଥିବା ରୋଗୀଙ୍କ ପାଇଁ କମଳା ଖାଇବା ମଧ୍ୟ ଖୁବ ଲାଭଦାୟକ। କମଳାରେ ଫାଇବର, ଭିଟାମିନ୍ ସି ଏବଂ ଫୋଲେଟ୍ ଭରପୂର ରହିଛି। ଏହି କାରଣରୁ, ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରି ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ। କମଳାରେ ମିଳୁଥିବା ଫୋଲେଟ୍ ଇନ୍‌ସୁଲିନ୍ ଉତ୍ପାଦନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ମଧୁମେହ ରୋଗୀମାନେ ପ୍ରତିଦିନ ଗୋଟିଏ କମଳା ଖାଇପାରିବେ। ଏହା ସେମାନଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ଆଭୋକାଡୋ:

ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ ଆଭୋକାଡୋ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହୋଇପାରିବ। ଆଭୋକାଡୋରେ ସୁସ୍ଥ ଅସନ୍ତୁଳିତ ଫ୍ୟାଟି ଏସିଡ୍ ଏବଂ ଫାଇବର ସହିତ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ରକ୍ତ ଗ୍ଲୁକୋଜ୍‌କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଅଳ୍ପ ପରିମାଣରେ ଆଭୋକାଡୋ ଖାଇବା ନିରାପଦ ବୋଲି କୁହାଯାଏ।

ଜାମୁକୋଳି:

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ଜାମୁକୋଳିକୁ ସର୍ବୋତ୍ତମ ଏବଂ ପ୍ରଭାବଶାଳୀ ବିବେଚନା କରାଯାଏ। ଗୋଟିଏ କପ୍ ଜାମୁକୋଳିରେ ୬୨ କ୍ୟାଲୋରୀ, ୧୩.୮ ଗ୍ରାମ କାର୍ବୋହାଇଡ୍ରେଟ୍ ଏବଂ ୭.୬ ଗ୍ରାମ ଫାଇବର ଥାଏ। ଅଧିକ ଫାଇବର ହେତୁ ଜାମୁକୋଳି ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ସହଜ ହୋଇପାରେ। ଜାମୁକୋଳିରେ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ, ଯାହାକି ଅନ୍ୟାନ୍ୟ ରୋଗରୁ ମୁକ୍ତି ଦେଇଥାଏ।

କିୱି:

ସୁଗାର ରୋଗୀଙ୍କ ପାଇଁ କିୱି ଫଳ ମଧ୍ୟ ଏକ ରାମବାଣ ଭଳି କାମକରେ। କିୱିରେ ବହୁତ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଏବଂ ଏହା ଫାଇବରରେ ଭରପୂର। ଫାଇବର ଶରୀରରେ ସୁଗାର ଅବଶୋଷଣକୁ ମନ୍ଥର କରିବାରେ ସାହାଯ୍ୟ କରେ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ମଧୁମେହ ରୋଗୀମାନେ ପ୍ରତିଦିନ ଗୋଟିଏ କିୱି ଫଳ ଖାଇପାରିବେ।

ଅଧିକ ପଢ଼ନ୍ତୁ: ଆପଣ ଅଧିକ ଜାମୁକୋଳି ଖାଇବାକୁ ଭଲ ପାଆନ୍ତି କି… ଜାଣି ରଖନ୍ତୁ କେତୋଟି ଦରକାରୀ କଥା

Diabetes Health Tips
Advertisment
Advertisment