• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ବିଜ୍‌ନେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

ଆମ୍ରି ହସପିଟାଲ୍‍ -

ଇମାମି ଗ୍ରୁପର ଏକ ହେଲ୍‍ଥ କେୟାର ୟୁନିଟ୍‍ ଭାବେ ୧୯୯୬ରେ କୋଲକତାରେ ଆରମ୍ଭ ହୁଏ ଆମ୍ରି ହସପିଟାଲ । କେବଳ କୋଲକତାରେ ଏହାର ୩ଟି ହସିପଟାଲ ସହ ଏକ ମେଡିକାଲ ସେଣ୍ଟର ବି ରହିଛି । ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୂର ପ୍ରସାରୀ କରିବା ଲକ୍ଷ୍ୟରେ ୨୦୧୪ରେ ଭୁବନେଶ୍ୱରରେ ଆରମ୍ଭ ହୁଏ ଆମ୍ରିର ନୂଆ ଶାଖା । ଏହାର ବିଭିନ୍ନ ଶାଖାରେ ପ୍ରାୟ ୧୨ଶହରୁ ଅଧିକ ଶଯ୍ୟା ରହିଛି ଏବଂ ରୋଗୀଙ୍କ ପାଇଁ ଭୁନେଶ୍ୱରରେ କେବଳ ୪ଶହ ବେଡ୍‍ ରହିଛି । ଏଠାରେ ଦୁଇଶହ ଡାକ୍ତରଙ୍କ ସମେତ ସର୍ବମୋଟ୍‍ ୧ ହଜାର ଷ୍ଟାଫ୍‍ ଅଛନ୍ତି । କାର୍ଡିଓ, ଅର୍ଥୋ, ନ୍ୟୁରୋ, ଗ୍ୟାଷ୍ଟ୍ରୋ, ଗାଇନିକ୍‍ ଏବଂ ଅଙ୍କଲୋଜି ସହିତ ଅନ୍ୟାନ୍ୟ ବିଭାଗ ରହିଛି ଏହି ମଲ୍‍ଟି ସ୍ପେଶାଲିଟି ହସପିଟାଲରେ ।

ଉନ୍ନତ ଏବଂ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ସହିତ ବିଭିନ୍ନ ପ୍ରକାର ସିଏସ୍‍ଆର କାର୍ଯ୍ୟ ମଧ୍ୟ କରିଥାଏ ଆମ୍ରି ହସପିଟାଲ । ଷ୍ଟ୍ରିଟ୍‍ ଲାଇଟ୍‍ ସହ ଗରିବ ରୋଗୀଙ୍କ ପାଇଁ ହେଲଥ୍‍ କ୍ୟାମ୍ପର ଆୟୋଜନ କରିଥାନ୍ତି ହସପିଟାଲ କର୍ତ୍ତୃପକ୍ଷ । ବେଷ୍ଟ ମ୍ୟାନେଜମେଣ୍ଟ ସହ ହସପିଟାଲରେ ନିଜସ୍ୱ ଏକ ବାୟୋମେଡିକାଲ ହୋଲଡିଂ ୟୁନିଟ୍‍ ମଧ୍ୟ ରହିଛି । ରୋବଟିକ୍‍ ଆଣ୍ଠୁ ପ୍ରତିରୋପଣର ଚିକିତ୍ସା ବ୍ୟବସ୍ଥା ସହ ଶିଶୁରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ଏମରଜେନ୍ସି ବୋର୍ଡ ମଧ୍ୟ ରହିଛି ଆମ୍ରି ହସପିଟାଲରେ । ଏବେ ଆମ୍ରି ହସିପିଟାଲ ଗ୍ରୁପର ବାର୍ଷିକ ଟର୍ଣ୍ଣଓଭର ହେଉଛି ୧ହଜାର କୋଟି ଟଙ୍କା ।

ଆପୋଲୋ ହସପିଟାଲ୍‍ -

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ହସପିଟାଲ ଭାବେ ପରିଚିତ ଅପୋଲୋ ହସପିଟାଲ । ଆପୋଲୋରେ ଫାଉଣ୍ଡର ଚେୟାରମ୍ୟାନ୍‍ ତଥା ପଦ୍ମ ବିଭୂଷଣ ଡକ୍ଟର ପ୍ରତାପ ଚନ୍ଦ୍ର ରେଡ୍ଡୀଙ୍କ ଦ୍ୱାରା ୧୯୮୩ ମସିହାରେ ପ୍ରଥମେ ଚେନ୍ନାଇରେ ଆରମ୍ଭ ହୋଇଥିଲା । ଏବେ ସାରା ଭାରତରେ ଆପୋଲରେ ୭୨ଟି ଶାଖା ରହିଛି । ୨୦୧୦ରେ ଭୂବନେଶ୍ୱରରେ ଆରମ୍ଭ ହୁଏ ଆପୋଲୋର ନୂଆ ଶାଖା । ଏଠାରେ ୨ଶହ ଡାକ୍ତରଙ୍କ ସମେତ ୧୭ଶହ କର୍ମଚାରୀ କାର୍ଯ୍ୟରତ ।

୩୫୦ ବେଡ୍‍ ସହ ୧୨୦ଟି ଆଇସିୟୁ ବେଡ୍‍ ରହିଛି ଭୁବନେଶ୍ୱର ଆପୋଲୋ ହସପିଟାଲରେ । ରୋବଟିକ ସର୍ଜରି, କାର୍ଡିଓଲୋଜି ସହିତ ଅଙ୍କୋଲୋଜି ସର୍ଭିସ୍‍, ରେଡିଏସନ, କେମୋ ଏବଂ ନେଫ୍ରୋଲୋଜି ଆଦି ଚିକିତ୍ସା କ୍ଷେତ୍ରରେ ଦୁଇପାଦ ଆଗକୁ ବଢିଛି ଆପୋଲୋ । ଆଗକୁ ଲିଭର ଟ୍ରାନସପ୍ଲାଣ୍ଟ୍‍ ସେବା ଆରମ୍ଭ ସହ ଅଧିକ ଆଉ ୧୦୦ଟି ନୂଆ ବେଡ୍‍ର ବ୍ୟବସ୍ଥା ପାଇଁ ଯୋଜନା କରୁଛନ୍ତି ଆପୋଲୋ କର୍ତ୍ତୃପକ୍ଷ । ସିଏସ୍‍ଆର୍‍ କାର୍ଯ୍ୟ ଭିତରେ ପ୍ରତି ମାସରେ ଥରେ ହେଲଥ୍‍ କ୍ୟାମ୍ପର ଆୟୋଜନ କରିଥାନ୍ତି ଆପୋଲୋ କର୍ତ୍ତୃପକ୍ଷ ।

କେୟାର ହସପିଟାଲ-

ଏକ ଉନ୍ନତ ସ୍ୱାସ୍ଥ୍ୟ ସେବାର ପରିକଳ୍ପନା ସହିତ ଦେଶର ଏକ ଦୃଦରୋଗ ବିଶେଷଜ୍ଞ ଟିମ୍‍ଙ୍କ ଦ୍ୱାରା ୧୯୯୭ ମସିହାରେ ଆରମ୍ଭ ହୁଏ କେୟାର ହସପିଟାଲ । ସେତେବେଳେ ହୃଦରୋଗର ଚିକିତ୍ସା ପାଇଁ ମାତ୍ର ଗୋଟିଏ ଅପରେଟିଂ ଥିଏଟର ସହିତ ୧ଶହ ଶଯ୍ୟା ବିଶିଷ୍ଟ ଥିଲା ଏହି ହସପିଟାଲ । ମାତ୍ର ୨୬ ବର୍ଷ ପରେ ଏହି ମଲଟି ସ୍ପେଶାଲିଟି ହସପିଟାଲ ଗ୍ରୁପ୍‍ ଏକ ମହାଦୃମରେ ପରିଣତ ହୋଇଛି । ସାରା ଭାରତରେ କେୟାର ହସପିଟାଲର ସର୍ବମୋଟ୍‍ ୧୬ଟି ଶାଖା ରହିଛି । ଯାହାର ବାର୍ଷିକ ଟର୍ଣ୍ଣଓଭର ହେଉଛି ପାଖାପାଖି ଏକ ହଜାର କୋଟି ଟଙ୍କା । ଏହି ଗ୍ରୁପରେ ଏବେ ପ୍ରାୟ ୮ହଜାର କର୍ମଚାରି ଅଛନ୍ତି । କେୟାର ହସପିଟାଲରେ ଭୁବନେଶ୍ୱର ଶାଖାରେ କେବଳ ପାଖପାଖି ଏକ ହଜାର କର୍ମଚାରୀ କାମ କରନ୍ତି । ଏଠାରେ ୧୫୦ ଜଣ ଡାକ୍ତର ନିରବଛିନ୍ନ ଭାବେ ରୋଗୀଙ୍କୁ ସେବା ପ୍ରଦାନ କରିଆସୁଛନ୍ତି ।

ହାଇଇଦ୍ରାବାଦ୍‍, ବିଶାଖାପାଟଣା, ପୁନେ, ରାଇପୁର, ନାଗପୁର୍‍, ଭୁବନେଶ୍ୱର, ଇନ୍ଦୋର ଏବଂ ଓୌରଙ୍ଗାବାଦରେ ରହିଛି କେୟାର ହସପିଟାଲର ବିଭିନ୍ନ ଶାଖା । ହାଇଦ୍ରାବାଦରେ ରହିଛି କେୟାର ହସପିଟାଲର ମୁଖ୍ୟ ଶାଖା । ଅର୍ଥୋପେଡିକସ୍‍ରେ ରୋବର୍ଟ ସର୍ଜରୀ, କାର୍ଡିଓ ସର୍ଜରୀ ଆଇଭିଏସ୍‍, ରେଡିଏଲ୍‍ ଲାଓଞ୍ଜ୍‍ ଏବଂ ରେଡିଓଲୋଜି ଭଳି ଅତ୍ୟାଧୁନିକ ଚିକିତ୍ସା ସଂରଜାମ ଏଠାରେ ଉପଲବ୍ଧ । ଏହାସହ ୨୪ ଘଣ୍ଟିଆ ଆମ୍ୱୁଲାନସ୍‍ ସେବାର ସୁବିଧା ମଧ୍ୟ ରହିଛି । ୨୩୦ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ସ୍ଥିତ କେୟାର ହସପିଟାଲର ଶଯ୍ୟା ସଂଖ୍ୟା ଆଗକୁ ଆଉ ଅଧିକ ୨ଶହ କରିବାର ଯୋଜନା ରଖିଛନ୍ତି ଏହାର କର୍ତ୍ତୃପକ୍ଷ । ଏକ ଉନ୍ନତ ସ୍ୱାସ୍ଥ୍ୟ ସେବାର ମୂଳମନ୍ତ୍ର ସହିତ ଆଗକୁ ବଢୁଥିବା କେୟାର ହସପିଟାଲ ବିଭିନ୍ନ ସମୟରେ କର୍ପୋରେଟ୍‍ ସୋସିଆଲ ରେସ୍‍ପନସିବିଲିଟି କାର୍ଯ୍ୟ ମଧ୍ୟ କରିଆସୁଛି ।

ଜୟପ୍ରକାଶ ହସପିଟାଲ ଆଣ୍ଡ‍ ରିସର୍ଚ୍ଚ ସେଣ୍ଟର ପ୍ରାଇଭେଟ୍‍ ଲିମିଟେଡ୍‍ -

୨୦୧୯ରେ ପ୍ରତିଷ୍ଠିତ ରାଉରକେଲାର ଏହି ମଲ୍ଟି ସ୍ପେଶାଲିଟି ଟର୍ସିଆରି କେୟାର ହସ୍ପିଟାଲ ଆଜି ପଶ୍ଚିମ ଓଡିଶାର ଏକ ନାଁକରା ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବେ ପରିଚିତ । ୩୦୭ ଶଯ୍ୟା ବିଶିଷ୍ଟ ଏହି ହସପିଟାଲ ପ୍ରତିଷ୍ଠା ପଛରେ ସଂସ୍ଥାର ଚେୟାରମ୍ୟାନ ସଂଜୟ ବଂଶଲଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ନିଜର ସ୍ୱପ୍ନ ପୂରଣ କରିବା ତଥା କିଛି ନୂଆ କରିବା ଲକ୍ଷ୍ୟରେ ନିର୍ମିତ ଜୟପ୍ରକାଶ ହସପିଟାଲରେ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଏବଂ ଉତ୍ତମ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରାଯାଇଥାଏ । ଉପଯୁକ୍ତ ସ୍ୱାସ୍ଥ୍ୟସେବା ଅଭାବରୁ ନିଜ ପିତାଙ୍କ ମୃତ୍ୟୁ ପରେ ସଂଜୟ ନିଷ୍ପତି ନିଅନ୍ତି ଯେ ସେ ଏମିତି ଏକ ହେଲଥ କେୟାର କେନ୍ଦ୍ର ଖୋଲିବେ ଯାହାକି ସବୁ ବର୍ଗର ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଇହେବ ।

ସେଥିପାଇଁ ତାଙ୍କୁ କିଛି କମ୍‍ ସଂଘର୍ଷ କରିବାକୁ ପଡିନି । ଏଥିପାଇଁ ବିଶ୍ୱର ପ୍ରାୟ ୧୦୦ଟି ହସ୍ପିଟାଲର ସ୍ୱାସ୍ଥ୍ୟସେବା ମଡେଲକୁ ଅନୁଧ୍ୟାନ କରିବା ପରେ ସେ ଆରମ୍ଭ କରନ୍ତି ନିଜର ଏହି ଡ୍ରିମ୍‍ ପ୍ରୋଜେକ୍ଟ । ଆବଶ୍ୟକୀୟ ଅର୍ଥ ଯୋଗାଡ ସହିତ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେ ନିଜ ସ୍ୱପ୍ନକୁ ଆଜି ସାର୍ଥକ କରିପାରିଛନ୍ତି । ଜୟପ୍ରକାଶ ହସପିଟାଲ ଆଣ୍ଡ୍‍ ରିସର୍ଚ୍ଚ ସେଣ୍ଟର ଆଜି କେବଳ ପଶ୍ଚିମ ଓଡିଶା କାହିଁକି, ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାଡ଼ଖଣ୍ଡରୁ ଆସୁଥିବା ରୋଗୀଙ୍କ ପାଇଁ ଆଶାର କିରଣ ସାଜିଛି । କୋଭିଡ ମହାମାରୀ ସମୟରେ ହଜାର ହଜାର ରୋଗୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା ଜେପି ହସପିଟାଲ ।

ଚେୟାରମ୍ୟାନ ସଂଜୟ ବଂଶଲଙ୍କ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଯୋଗୁ ଆଜି ଏଠାରେ ଓପନ ହାର୍ଟ ସର୍ଜରୀ ଏବଂ ବାଏପାସ୍‍ ସର୍ଜରୀ ସେବା ସମ୍ଭବ ହୋଇପାରିଛି । ପଶ୍ଚିମ ଓଡିଶାର ପ୍ରଥମ ହସ୍ପିଟାଲ ଭାବରେ ଅତି କମ୍‍ ସମୟ ମଧ୍ୟରେ ଜେପି ହସ୍ପିଟାଲ୍ NABL ଏବଂ NABH ସ୍ୱୀକୃତି ପାଇପାରିଛି । ୨୦୨୨-୨୩ ବର୍ଷରୁ ଏଠାରେ ଡିପ୍ଲୋମେଟ୍‍ ଅଫ ନ୍ୟାସନାଲ ବୋର୍ଡ (DNB) କୋର୍ସ ଆରମ୍ଭ ହୋଇଛି, ଯାହାକି ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଆଗକୁ ବେଶ୍‍ ଉପାଦେୟ ହୋଇପାରିବ ।

ସମ୍ ଅଲିଟିମେଟ୍ ମେଡି କେୟାର-

ସମ୍ ଅଲିଟିମେଟ୍ ମେଡି କେୟାର ବା ସମମ୍ କେବଳ ଓଡିଶା ନୁହେଁ ସମଗ୍ର ପୁର୍ବ ଭାରତରେ ସ୍ବାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ । ସମମ୍ ହେଉଛି ଶିକ୍ଷା ଓ ଅନୁସନ୍ଧାନର ଏକ ୟୁନିଟ୍ । ୨୯ ଫେବୃୟାରୀ ୨୦୨୦ ରେ ଏହା ଉନ୍ମୋଚିତ ହୋଇଥିଲା । ଏକ ମଲଟି ସ୍ପେଶିଆଲିଟି କେୟାର ହସପିଟାଲ, ଏମର୍ଜେନସି ଏବଂ ଟ୍ରମା କେୟାର, କାଡିଆକ୍ କେୟାର ଭଳି ୩୦ଟି ସ୍ପେଶିଆଲିଟି ବିଭାଗ ଏଠାରେ ରହିଛି । ଏହାର କାର୍ଡିଆକ୍ ସାଇନ୍ସ୍, ନ୍ୟୁରୋ ସାଇନ୍ସ୍, ଗାଷ୍ଟ୍ରୋ ସାଇନ୍ସ୍, ରେନାଲ୍ ସାଇନ୍ସ, ଅଙ୍କୋସାଇନ୍ସ ଏବଂ ନ୍ୟୁକ୍ଲିୟାର ମେଡିସିନ୍ ବିଭାଗ ମଧ୍ୟ ରହିଛି ।

ଏଠାରେ ଦକ୍ଷତା ଏବଂ ଡେଡିକେସନ୍ ସହ ରୋଗୀମାନଙ୍କର ଚିକିତ୍ସା କରାଯାଇଥାଏ । କ୍ୟାନସର ରୋଗୀଙ୍କ ସେବା ପାଇଁ ଉତ୍ସର୍ଗିକ ଭାବରେ ଏକ ୟୁନିଟ୍ ‘ହୋପ୍ ସ୍ପ୍ରିଙ୍ଗ୍ ବଲ୍କ୍’ ରହିଛି । ଯେଉଁଠି ୩୦ ହଜାରରୁ ଅଧିକ କ୍ୟାନସର ରୋଗୀଙ୍କୁ ସେବା ଯୋଗାଇପାରୁଛି । ରାଜ୍ୟକୁ ମେଡିକାଲ ଟୁରିଜିମ କ୍ଷେତ୍ରରେ ଅଗ୍ରଣୀ କରାଇବା ହେଉଛି ଏହାର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜ ନାୟକଙ୍କ ଲକ୍ଷ୍ୟ । ପ୍ରାୟ ୧.୫ ଲକ୍ଷ ରୋଗୀଙ୍କର ସଫଳ ଚିକିତ୍ସା କରିସାରିଛି ସମମ୍ । ଏହାସହ ଏଯାବତ ୬ ଲକ୍ଷ ରେଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଛି ସମମ୍ ।

ଆପଣ ବିଜ୍‌ନେସ୍‌ର ଏହି ୫ ନୋମିନି ମଧ୍ୟରୁ ଯଦି ଯାହାକୁ ନିଜ ପସନ୍ଦର ଭାବୁଥା’ନ୍ତି, ତେବେ ଆମ ପେଜ୍‌ www.boa.odishatv.inକୁ ଯାଇ ଲଗ୍‌ ଇନ୍‌ କରି ଭୋଟ୍‌ ଦେଇପାରିବେ । ସେହିପରି ଆପଣ ଅନ୍ୟ ବିଭାଗ ଗୁଡ଼ିକରେ ମଧ୍ୟ ମନୋନିତ ବ୍ୟକ୍ତିଙ୍କୁ ଭୋଟ୍‌ ଦେଇପାରିବେ ।