/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693462698.jpg)
cancer treatment
କମିବ କ୍ୟାନସର ଆକ୍ରାନ୍ତଙ୍କ ଚିକିତ୍ସା ଅବଧି । ଘଣ୍ଟାଏ ବଦଳରେ ଏଣିକି ମାତ୍ର ୭ମିନିଟରେ ଦିଆଯାଇପାରିବ ଇଂଜେକସନ୍ । ଏନେଇ ଇଂଲଣ୍ଡର ନ୍ୟାସନାଲ ହେଲଥ ସର୍ଭିସ ପକ୍ଷରୁ ଦାବି କରାଯାଇଛି । ପୂର୍ବରୁ କ୍ୟାନସର ଆକ୍ରାନ୍ତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଇଂଜେକସନ ଦେବା ପାଇଁ ପାଖାପାଖି ତିରିଶ ମିନିଟରୁ ଏକଘଣ୍ଟା ସମୟ ଲାଗୁଥିଲା । କିଛି ରୋଗୀଙ୍କୁ ଇଞ୍ଜେକ୍ସନ ନେବା ପାଇଁ ଏକଘଣ୍ଟାରୁ ମଧ୍ୟ ଅଧିକ ସମୟ ଲାଗୁଥିଲା । ନୂଆ ଚିକିତ୍ସା ପ୍ରଣାଳୀ ଦ୍ୱାରା ତିନି-ଚତୁର୍ଥାଂଶ ସମୟ ହ୍ରାସ ହୋଇପାରିବ ।
ଏପରିକି ଏହି ଇଂଜେକସନକୁ ଭେନରେ ଦିଆଯାଉଥିବାରୁ ବେଳେବେଳେ ସମସ୍ୟା ଉପୁଜୁଥିଲା । କିନ୍ତୁ ନୂଆ ଇଂଜେକସନକୁ ଚର୍ମ ତଳେ ଦିଆଯିବ । ଫଳରେ ରୋଗୀଙ୍କ ଚିକିତ୍ସା ସହଜସାଧ୍ୟ ହେବା ସହ ଡାକ୍ତରୀ ଟିମକୁ ଅଧିକ ସମୟ ମିଳିବ । ଇଂଲଣ୍ଡର ନ୍ୟାସନାଲ ହେଲଥ ସର୍ଭିସ ପକ୍ଷରୁ ପ୍ରସ୍ତୁତ ଏହି ଇଂଜେକସନ୍ ଫୁସଫୁସ, ସ୍ତନ, ଯକୃତ କ୍ୟାନସର ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।
#କ୍ୟାନ୍ସର_ପାଇଁ_୭_ମିନିଟର_ଇଞ୍ଜେକ୍ସନ
କମିବ କ୍ୟାନ୍ସର ଆକ୍ରାନ୍ତଙ୍କ ଚିକିତ୍ସା ଅବଧି। ଘଣ୍ଟାଏ ବଦଳରେ ଏଣିକି ମାତ୍ର ୭ ମିନିଟରେ ଦିଆଯାଇପାରିବ ଇଞ୍ଜେକ୍ସନ...#Cancerpic.twitter.com/7zbi4QbPNK— ଓଟିଭି (@otvkhabar) August 31, 2023
ମେଡିକାଲ ଏଣ୍ଡ୍ ହେଲ୍ଥ କେୟାର ପ୍ରଡକ୍ଟସ ରେଗୁଲାରିଟି ଏଜେନ୍ସି (MHRA)ରୁ ଅନୁମୋଦନ ପାଇବା ପରେ NHS ଇଂଲଣ୍ଡ ପକ୍ଷରୁ ମଙ୍ଗଳବାର ଦିନ କୁହାଯାଇଛି, ଯେଉଁ ରୋଗୀ ମାନଙ୍କୁ ଏହି ଇଞ୍ଜେକ୍ସନ ଦିଆଯିବ, ଅଧିକ ଫଳାଫଳ ମିଳିବ ବୋଲି ଆଶା କରାଯାଉଛି । ଜଣେ ଡାକ୍ତରଙ୍କ କହିବା ଅନୁସାରେ, ଏହି ଅନୁମୋଦନ କେବଳ ରୋଗୀଙ୍କ ପାଇଁ ସୁବିଧାଜନକ ତଥା ଦ୍ରୁତ ଚିକିତ୍ସା ଯୋଗାଇବ ନାହିଁ, ବରଂ ଡାକ୍ତରୀ ଟିମ୍ ଗୋଟିଏ ଦିନରେ ଅଧିକ ରୋଗୀ ଚିକିତ୍ସା କରିବା ପାଇଁ ସକ୍ଷମ ହୋଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)