• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତର ପ୍ରଦେଶ ମିରଟ ମେଡିକାଲ କଲେଜରୁ ଉଦବେଗଜନକ ସ୍ଥିତି ସାମ୍‌ନାକୁ ଆସିଛି । ସେଠାରେ ଚିକିତ୍ସିତ ହେଉଥିବା ୮୧ ଜଣ ଗର୍ଭବତୀ ମହିଳା HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୮୧ଜଣ ମହିଳାଙ୍କ ମଧ୍ୟରୁ ୩୫ ଜଣଙ୍କ ପ୍ରସବ ହୋଇସାରିଛି । ଗତ ୧୬ମାସରେ ହସ୍ପିଟାଲର ୮୧ଜଣ ଗର୍ଭବତୀ HIV ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।

ଏହି ଖବର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବାବେଳେ ସତର୍କତା ମଧ୍ୟ ଜାରି କରିଛି । ଘଟଣାକୁ ନେଇ CDMO ପ୍ରତିକ୍ରିୟା ରଖିବା ସହ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି, କେବଳ ଜୁଲାଇରେ ହିଁ ୧୩ ଜଣ ଗର୍ଭବତୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୦୨୨ରୁ ୨୦୨୩ ମଧ୍ୟରେ ୩୩ଜଣ HIV ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ପରେ ଆଉ ୧୩ ନୂଆ ମାମଲା ମଧ୍ୟ ସାମ୍‌ନାକୁ ଆସିଥିଲା । ଯାହାକି ବର୍ତ୍ତମାନ ରେକର୍ଡ ସୃଷ୍ଟି କରିଛି ।

ବଢ଼ୁଥିବା HIV ପଜିଟିଭଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପଦକ୍ଷେପ ନେଇଛି ପ୍ରଶାସନ । ଗତ ଜୁଲାଇ ମାସରୁ ଏହି ଦିଗ ପ୍ରତି ପ୍ରଶାସନ ସଜାଗ ହୋଇଛି । ନବଜାତ ଶିଶୁଙ୍କ ପାଇଁ ଅର୍ଥାତ୍‌ ୧୮ ମାସ ବୟସର ଶିଶୁଙ୍କ HIV ପରୀକ୍ଷା ପାଇଁ ଯୋଜନା କରାଯାଇଛି । ସେପଟେ HIVରେ ଆକ୍ରାନ୍ତ ହୋଇଥିବା ମହିଳାମାନଙ୍କ ଚିକିତ୍ସା କରାଯାଉଛି ।

ମିରଟର ମୁଖ୍ୟ ଚିକିତ୍ସା ଅଧିକାରୀ ଅଖିଳେଶ ମୋହନ ପ୍ରସାଦ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ସଂକ୍ରମିତ ମହିଳା ଏବଂ ସେମାନଙ୍କ ନବଜାତ ଶିଶୁଙ୍କ ଚିକିତ୍ସା କରାଯାଉଛି ।