ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ହସ ଫୁଟାଇଛନ୍ତି ଡାକ୍ତର ।
ଯାହା ଅସମ୍ଭବ ଲାଗୁଥିବା, ତାହା ସମ୍ଭବ ହେଲା। ମା କୋଳରେ ଆରାମର ଶୋଇଥିବା ଶିଶୁଟି ଯେ, ଜନ୍ମ ପରେ ଦୁନିଆ ଦେଖିବ, ସେ ଆଶା ଛାଡ଼ି ଦେଇଥିଲେ ବାପା ଓ ମା। ହେଲେ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଦଳ ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ଫୁଟାଇଛନ୍ତି ହସ।
ଆଜିକାଲି ସ୍ୱର ସମ୍ବନ୍ଧୀୟ ଅନେକ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ଏବଂ ଚିତ୍କାର ଯୋଗୁଁ ଲୋକମାନେ ସେମାନଙ୍କର ସ୍ୱରକୁ କ୍ଷତି ପହଞ୍ଚାଉଛନ୍ତି। ତେବେ ଆସନ୍ତୁ ସ୍ୱରକୁ ଠିକ ରଖିବା ନେଇ ୫ଟି ଘରୋଇ ଉପଚାର ଜାଣିନେବା।
ବର୍ଣ୍ଣଭିଟା ହେଲ୍ଥ ଡ୍ରିଙ୍କ ତାଲିକାଭୁକ୍ତ ହୋଇପାରିବ ନାହିଁ। ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ସମସ୍ତ ଇ-କମର୍ସ ୱେବସାଇଟ୍ ନିଜ ନିଜର ପ୍ଲାଟଫର୍ମରୁ ବର୍ଣ୍ଣଭିଟା ସହ ଅନ୍ୟ ସମସ୍ତ ପାନୀକୁ ହେଲ୍ଥ ଡ୍ରିଙ୍କ ଶ୍ରେଣୀରୁ ତୁରନ୍ତ ହଟାଇ ଦିଅନ୍ତୁ।
ବର୍ତ୍ତମାନ ଯୁବକମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି। ତେବେ ଏହା ଜାଣିବା ଜରୁରୀ ଯେ ଅଧିକାଂଶ ଯୁବକ ଜିମ୍ କାରଣରୁ କାହିଁକି ହୃଦଘାତର ଶିକାର ହେଉଛନ୍ତି। ଯଦିଓ ଜିମ୍ରେ ହଠାତ୍ ହୃଦଘାତର ଅନେକ କାରଣ ଥାଇପାରେ, କିନ୍ତୁ ହାଇ କୋଲେଷ୍ଟ୍ରଲ୍ ଏଥିପାଇଁ ଦାୟୀ ହୋଇପାରେ କି? ଆସନ୍ତୁ ଜାଣିବା ଏହାକୁ ନେଇ ବିଶେଷଜ୍ଞ କ’ଣ କୁହନ୍ତି।
ବଜାରରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡ଼ରର ଗୁଣବତ୍ତା ଉକୃଷ୍ଟମାନର ନୁହେଁ । ଏହା ବ୍ୟବସାୟିକ ଲକ୍ଷ୍ୟରେ ବିକ୍ରି ହେଉଥିବାରୁ କମ୍ପାନୀ ନିଜର ଗୁଣବତ୍ତା ରଖୁନଥିବା ଏକ ଗବେଷଣାରୁ ଜଣାପଡ଼ିଛି ।
ସୁସ୍ଥ ଏବଂ ପ୍ରାକୃତିକ ଉପାୟରେ ଚୁଟିର ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଯଦି ଆପଣ କେଶର ସ୍ୱାସ୍ଥ୍ୟରେ ପ୍ରକୃତ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ରସୁଣ ସହିତ କେଶର ଯତ୍ନ ନେବା ପାଇଁ କିଛି ଟିପ୍ସ କହିବୁ। ଜାଣନ୍ତୁ…
ମଖନା ବା ପଦ୍ମ ମଞ୍ଜି ଏପରି ଏକ ଖାଦ୍ୟ ଯାହା ବର୍ତ୍ତମାନ ଖାଦ୍ୟ ବଜାରରେ ସହଜରେ ମିଳୁଥିବା ଏକ ପୌଷ୍ଟିକ ନଟସ୍। ଏହା ଅନେକ ପ୍ରକାରେ ଆମର ଶରୀରକୁ ସୁସ୍ଥ ରଖେ। ଖାଲି ପାଟିକୁ ସ୍ୱାଦ ନୁହେଁ, ଏହା ଆମ ଦେହକୁ ମଧ୍ୟ ହିତ। ଆସନ୍ତୁ ଆଜି ଏହି ମଖନା ବିଷୟରେ ଜାଣିବା।
ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ତେବେ ଖରା ଦିନରେ ଅଧିକ ପରିମାଣର ଫଳ ଖାଇବା ଉଚିତ ।
ଗାଁ ଗହଳିରେ ଭେଡା-ବାଡି ହେଉଛି କି ବଣ-ଜଙ୍ଗଲରେ ବିଧାରା ଗଛକୁ ପ୍ରାୟ ସମସ୍ତେ ଦେଖିଛନ୍ତି। ଏହାକୁ ସମସ୍ତେ ଅଣଦେଖା କରନ୍ତୁ। ଏହାର ଗୁଣ ଏତେ ଅଧିକ ଯେ ଯିଏ ଜାଣିବ ସିଏ ଆଶ୍ଚର୍ଯ୍ୟ ହେବ। ଏହା ମଣିଷ ପାଇଁ ଏକ ଶକ୍ତିଶାଳୀ ଟନିକ୍ ଭାବରେ କାମ କରେ।
ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି ।
ଆମେ ଏହି ଲେଖା ମାଧ୍ୟମରେ ରସୁଣର ଏକ ଚମତ୍କାର ଟିପ୍ସ କହିବୁ। ରସୁଣର ଲାଭ ଏବଂ ଆପଣଙ୍କ ଖପୁରୀକୁ ପୋଷକ ଯୋଗାଇବା ପାଇଁ ରସୁଣ ତେଲ ତିଆରି କରିବାର ଏକ ଉପାୟ ମଧ୍ୟ କହିବୁ। ଏହାକୁ ନିଜେ ଘରେ କରି ମୁଣ୍ଡରେ ଲଗେଇଲେ ଚୁଟି ଝଡିବା ବନ୍ଦ ହେବ ଆଉ ଚୁଟି ଶୀଘ୍ର ବଢିବ।
୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସଂଯୁକ୍ତ ରାଷ୍ଟ୍ରର ଏକ ସ୍ବାସ୍ଥ୍ୟ ସଂଗଠନ, ଯାହାକି ବିଶ୍ବ ସ୍ତରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରକାର ନୂତନ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରିଥାଏ।
‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।
ଜଣେ ସୁସ୍ଥ ରହିଲେ ହିଁ ଜୀବନରେ ଖୁସି ଆସେ। କୌଣସି ବ୍ୟକ୍ତି କେବଳ ବଡି ବିଲ୍ଡିଂ କରି ନିଜ ସୁସ୍ଥ ରଖିପାରେ ନାହିଁ। ଜଣେ ଯଦି ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରୁହନ୍ତି ସେତେବେଳେ ସେ ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରନ୍ତି। ଏନେଇ ଯୋଗ ହିଁ ସବୁଠାରୁ ଭଲ ବିକଳ୍ପ।
ଗର୍ଭାବସ୍ଥାରେ ମଦ୍ୟପାନ କଲେ କଣ ହୁଏ ? ରିସର୍ଚ୍ଚ ସମୟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତେବେ ଗର୍ଭାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ଶିଶୁ ଜନ୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।
ଯଦିଓ ପ୍ରତ୍ୟେକ ଋତୁରେ ଛୋଟ ପିଲାମାନଙ୍କ ପାଇଁ କିଛି ବିପଦ ଥାଏ, କିନ୍ତୁ ଗ୍ରୀଷ୍ମ ଋତୁ ଆହୁରି ବିପଜ୍ଜନକ। ଏହି ଋତୁରେ, ନବଜାତ ଶିଶୁ ଏବଂ ସ୍କୁଲ୍ ପିଲାମାନଙ୍କ ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ। ତେବେ ଏହି ସମୟରେ କେଉଁ କେଉଁ ଜିନିଷଗୁଡ଼ିକର ବିଶେଷ ଯତ୍ନ ନେବା ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।
ଏକ ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ H5N1 ଭାଇରସ୍ ଏକ ଗୁରୁତର ସ୍ଥିତି ଆଡକୁ ଗତି କରୁଛି । ଏହା ବିଶ୍ୱ ପାଇଁ ମହାମାରୀ ସ୍ଥିତି ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।
ଭଦ୍ରକ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ନର୍ସଙ୍କ ଦାୟିତ୍ୱହୀନତା ପାଇଁ ଜଣେ ରୋଗୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଅନେକ ସୁଖ ନିଦ୍ରା ପାଇବା ପାଇଁ ନିଦ ବଟିକା ମଧ୍ୟ ଖାଆନ୍ତି। ଏହା କିନ୍ତୁ ଶରୀର ପାଇଁ ନକରାତ୍ମକ ପ୍ରଭାବ ପକାଇଥାଏ। ଏମିତି କିଛି ଉପାୟ ମଧ୍ୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବିନା ଖର୍ଚ୍ଚରେ ସୁଖ ନିଦ୍ରା ମିଳିପାରେ। ଏହା ହେଉଛି ଶୋଇବା ପୂର୍ବରୁ ଉଷୁମ ପାଣିରେ ସ୍ନାନ କରିବା।
ସାଢ଼େ ପାଞ୍ଚରୁ ଛଅ ମିଟର ଲମ୍ବ ଏହି ପରିଧାନ ବସ୍ତ୍ର, ଭାରତୀୟ ନାରୀମାନଙ୍କର ଗର୍ବ ଓ ଗୌରବ । କିନ୍ତୁ ଆପଣମାନେ ଜାଣନ୍ତି କି, ଆମ ସମସ୍ତଙ୍କର ଅତିପ୍ରିୟ ଶାଢ଼ି କର୍କଟ ରୋଗର କାରଣ ହୋଇପାରେ ।
ଡାକ୍ତରୀ ବିଶେଷଜ୍ଞଙ୍କ ମତରେ ଆଜିକାଲି କିଡ୍ନୀରେ ଷ୍ଟୋନ୍ ଯୁବପିଢିଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଯାଉଛି। ଏଠାରେ ଏହି ରୋଗ ମୁଖ୍ୟତଃ ଦୈନନ୍ଦିନ ଖାଇବା-ପିଇବା ଅଭ୍ୟାସ ହେତୁ ଆମ ଶରୀରରେ ରାସାୟନିକ ଅସନ୍ତୁଳନ ହେତୁ ହୋଇଥାଏ।
ସଜନା ଛୁଇଁ ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିପାରେ। ସଜନା ଛୁଇଁ କ୍ୟାଲ୍ସିୟମ୍, ଫସ୍ଫରସ୍, ଆଇରନ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର। କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ।
ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମଭୋଇ ମେଡ଼ିକାଲ ହସ୍ପିଟାଲରେକୁ ସ୍ଥାନାନ୍ତର କରାଯାଇଛି l ତେବେ ଏନେଇ କଣ୍ଟାବାଞ୍ଜି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ l
ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।