• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାୟଗଡ଼ା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି କାରଣ ଖୋଜା । ତେବେ ସମସ୍ତ ଶିଶୁଙ୍କ ଡିପ୍‌ଥେରିଆ ରୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡିପ୍‌ଥେରିଆ ଏକ ଜୀବାଣୁ ବାହିତ ରୋଗ ।

ଟିକାକରଣ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି କହିଛନ୍ତି ପୂର୍ବତନ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର । ଡିପ୍‌ଥେରିଆ ରୋଗ କେବଳ ମଣିଷ ଦେହରେ ଦେଖା ଦେଇଥାଏ । ଏହି ରୋଗ ହେଲେ କାଶ, ଛିଙ୍କ, ଗଳା ଫୁଲିବା ଭଳି ଲକ୍ଷଣ ଦେଖାଦିଏ ।

ଆକ୍ରାନ୍ତଙ୍କ ସହ ମିଳାମିଶା କିମ୍ବା କପଡ଼ା ବ୍ୟବହାର କଲେ ରୋଗ ବ୍ୟାପିବାର ସମ୍ଭାବନା ଥାଏ ବୋଲି ନିରଂଜନ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । WHO ଟିମ ମଧ୍ୟ ଉପାନ୍ତ ଅଞ୍ଚଳ ମନୁଷପଦର ଗସ୍ତ କରିଛନ୍ତି ।

ତେବେ RMRC ଯେଉଁ ପଞ୍ଚମ ସାମ୍ପଲ ନେଇଥିଲା ସେଥରୁ ରୋଗୀକୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ଅଧିକ ଛାନଭିନ୍ ଜାରି ରହିଛି । ଆଗକୁ ବର୍ଷା ଋତୁ ଥିବାରୁ ଏହା ପୂର୍ବରୁ ସମସ୍ତ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ଠିକ କରିବା ଲାଗି ପଞ୍ଚାୟତିରାଜ ବିଭାଗ ସହ ସମସ୍ତ ଉପାନ୍ତ ଅଞ୍ଚଳର ରୋଡ ମରାମତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଅଜଣା ରୋଗର କାରଣ ଖୋଜିବା ଲାଗି ମନୁଷପଦରରେ ପହଞ୍ଚିଛି ଡାକ୍ତରୀ ଟିମ । ସେମାନଙ୍କ ସହ WHO ଟିମ ମଧ୍ୟ ଉପାନ୍ତ ଅଞ୍ଚଳ ମନୁଷପଦର ଗସ୍ତ କରିଛନ୍ତି । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି । ଗାଁରେ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍ ।

ସେପଟେ ମନୁଷପଦରରେ ଯେଉଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ମାଟି ତଳେ ପୋତି ଦିଆଯାଇଛି । ତେବେ RMRC ଯେଉଁ ପଞ୍ଚମ ସାମ୍ପଲ ନେଇଥିଲା ସେଥରୁ ରୋଗୀକୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ଅଧିକ ଛାନଭିନ୍ ଜାରି ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now