Advertisment

ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଡ଼ି ହେଲା ସାରା ଜଗତ; କାଶ୍ମୀର ଉପତ୍ୟକାରେ ଯୋଗକଲେ ପ୍ରଧାନମନ୍ତ୍ରୀ

ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

International Yoga Day

୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ ପୁଣି ଯୋଡ଼ି ହେଲା ସାରା ଜଗତ। ଭାରତରୁ ଭୁଟାନ, ଆମେରିକାରୁ ଆଫଗାନିସ୍ତାନ, ସବୁଠି ଦେଖିବାକୁ ମିଳିଛି ଭାରତର ପ୍ରାଚୀନ ଅଭ୍ୟାସ । ଏପଟେ ସାରା ଦେଶରେ ଯୋଗ ଦିବସର ଉତ୍ସାହ ପରିଲକ୍ଷିତ ହୋଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଭିଆଇଙ୍କଠାରୁ ଆମମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗ ଦିବସରେ ଯୋଗ ସହ ଯୋଡ଼ି ହୋଇଛନ୍ତି।

Advertisment

ପୁଣି ଯୋଗରେ ଯୋଡ଼ି ହେଲା ସାରା ଜଗତ । ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ। ଗାଁରୁ ଗ୍ଲୋବ୍ ସହୁଠି ଦେଖିବାକୁ ମିଳିଛି ଯୋଗ ଦିବସର ଧୁମ୍। ଆଜି ସକାଳୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଯୋଗ ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ସହ ଯୋଗମୁଦ୍ରାରେ ବସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ ଓ କାଶ୍ମୀରର ଡାଲ୍ ହ୍ରଦ ନିକଟ ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ବିଶାଳ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ପୀୟୁଷ ଗୋଏଲ, ଜେପି ନଡ୍ଡା, ଶିବରାଜ ସିଂ ଚୌହ୍ବାନ, ଏଚଡି କୁମାରସ୍ବାମୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଆହୁରି ଅନେକ ଭିଭିଆଇପିଙ୍କୁ ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଯୋଗ ଏବେ ସାରା ବିଶ୍ବର ଚିନ୍ତାଧାରାକୁ ବଦଳାଇ ଦେଇଛି ଯୋଗ। ଋଷିକେଶରୁ କାଶି ଓ କେରଳକୁ ଯୋଡ଼ିବାକୁ ନୂଆ ସଂଯୋଗ ସୃଷ୍ଟି କରିଛି ଯୋଗ।

Advertisment

ଏପଟେ ରାଜ୍ୟରେ ବି ଯୋଗ ଦିବସର ଉତ୍ସାହ କିଛି କମ୍ ନଥିଲା। ରାଜଧାନୀର ନେତାମନ୍ତ୍ରୀଙ୍କଠୁ ଗାଁ ଗହଳିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିଲା ଯୋଗ ଦିବସ ପାଳନର ଅପୂର୍ବ ଉତ୍ସାହ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶାଳ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡ଼ା ସଚିବଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା। ସେପଟେ କୋଣାର୍କରେ ଆୟୋଜିତ ଯୋଗ ଦିବସ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେହିଭଳି ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ପାଳିତ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମଲ ହୋଇ ଅନ୍ୟମାନଙ୍କ ସହ ଯୋଗ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ।

ଯୋଗ ସହ ବ୍ୟକ୍ତି ନୁହଁନ୍ତି ଯୋଡ଼ି ହୋଇଥିଲେ ଅଗଣିତ ଅନୁଷ୍ଠାନ। ଦେଶର ସୁରକ୍ଷା ଦାୟିତ୍ବରେ ଥିବା ତିନି ସେନାର ଯବାନଙ୍କୁ ବି ଆଦି ଦିନରେ ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା। ନୌସେନାର ବୁଡ଼ା ଜାହାର ଆଇଏନଏସ୍ ବିକ୍ରମାଦିତ୍ୟ ଉପରେ ଯୋଗ ପ୍ରଦର୍ଶନ କରିଥିଲେ ନୌସେନାର ଯବାନ। ଜମ୍ମୁ କଶ୍ମୀରର ଲେହ ଓ ଲଦଖସ୍ଥିତ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ବସିଥିଲେ ଆଇଟିବିପିର ଯବାନ। ୱାଘା-ଅଟ୍ଟାରୀ ସୀମାରେ ବିଏସଏଫ୍ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଥିଲା।

ଆଜିକୁ ୧୦ ବର୍ଷ ହେବ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରି ଆସୁଛି ସାରା ବିଶ୍ବ। ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ସ୍ବୟଂ ଓ ସମାଜ ପାଇଁ ଯୋଗ। ଏହି ଅବସରରେ ସୁସ୍ଥ ଓ ନିରାମୟ ଜୀବନ ଲାଗି ଯୋଗର ଆବଶ୍ୟକତାକୁ ଉପବଲ୍ଧି କରିପାରିଛି ସମଗ୍ର ବିଶ୍ବ । 

Narendra Modi International Yoga Day
Advertisment
Advertisment