ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ । ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ମହାଳୟା ଅମାବାସ୍ୟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିତୃପୁରୁଷଙ୍କୁ ସପତ୍ନୀକ ଶ୍ରାଦ୍ଧ ଦେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । କାରଣ ବିଶ୍ୱାସ ରହିଛି ଅଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇଥିବା ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ଅମାବାସ୍ୟାରେ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀରେ ତିଳତର୍ପଣ ସହ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ଶାନ୍ତିମିଳେ ।
ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ । ପିଣ୍ଡଦାନ ପାଇଁ ପବିତ୍ର ସ୍ଥାନଗୁଡ଼ିକରେ ଭିଡ଼ ।
ଅଣ୍ଡା ଦୁନିଆର ସବୁଠାରୁ ସାଧାରଣ ତଥା ବହୁଳ ଭାବରେ ବ୍ୟବହାର କରାଯାଉଥିବା ପ୍ରୋଟିନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଶରୀରର ଅନ୍ୟ ଅଙ୍ଗ ବ୍ୟତୀୟ ହୃଦୟ ପାଇଁ ଖୁବ ଉତ୍ତମ ବୋଲି ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ୱ ପ୍ରତିବର୍ଷ ଅକ୍ଟୋବରର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ଭାବରେ ପାଳନ କରିଥାଏ।
ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ଏବଂ ଗୃହକୁ ଆବାହନ କରାଯାଏ।
ହିନ୍ଦୁ ଧର୍ମରେ ମହାଳୟାଙ୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ପର୍ବରୁ ଦୁର୍ଗାପୂଜା ଆରମ୍ଭ ହୁଏ। ଏହି ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନ ମାତା ଦୁର୍ଗାଙ୍କୁ ବନ୍ଦନା କରାଯାଏ ଏବଂ ନିଜ ଘରକୁ ଆଗମନ ପାଇଁ ପ୍ରାର୍ଥନା କରାଯାଏ। ଏହି ଦିନ ପିତୃପୁରୁଷମାନଙ୍କୁ ମଧ୍ୟ ସ୍ମରଣ କରାଯାଏ।
ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହି ପର୍ବ କେବେ ଆରମ୍ଭ ହେଲା, କିଏ ଏହାକୁ ପ୍ରଥମେ ଓ କାହିଁକି ପାଳନ କଲେ ସେ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ପିତୃପୁରୁଷଙ୍କ ଶାନ୍ତି ପାଇଁ ପ୍ରତିବର୍ଷ ପିତୃପକ୍ଷରେ ଶ୍ରାଦ୍ଧ, ତର୍ପଣ ଇତ୍ୟାଦି କରାଯାଏ। ଗରୁଡ଼ ପୁରାଣରେ ଶ୍ରାଦ୍ଧ ଦେବାର ନିୟମ ଏବଂ ବିଧି ଉପରେ କୁହାଯାଇଛି। ଆସନ୍ତୁ ଜାଣିବା ତର୍ପଣ ନିୟମ ଓ ଶ୍ରାଦ୍ଧ ଭୋଜନ ବିଷୟରେ।
ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ଜାଣନ୍ତୁ କେଉଁ ଦିନ କେଉଁ ଦେବୀଙ୍କୁ ପୂଜିଲେ ଶୁଭ ଫଳ ମିଳେ।
ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ପ୍ରାୟ ସାଧାରଣ ହୋଇଗଲାଣି। ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ। ଯଦିଓ ଏହାର କୌଣସି ଉପଶମ ନାହିଁ ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହାକୁ ଦମନ କରାଯାଇ ପାରିବ। ଆସନ୍ତୁ ସେ ବିଷୟରେ ଜାଣିନେବା।
ପ୍ରତିବର୍ଷ ୧୧ ଅକ୍ଟୋବରରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’। ଏହାକୁ ଝିଅମାନଙ୍କର ସୁସ୍ଥ ଜୀବନ, ଶିକ୍ଷା ଏବଂ ବୃତ୍ତି ପାଇଁ ପଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ କ’ଣ।
ଝିଅଙ୍କ ଅଧିକାର ପାଇଁ ଜାତିସଂଘ ପକ୍ଷରୁ ପାଳନ କରାଯାଉଛି ଏହି ଦିବସ ।
କୁଆଁର ପୂନେଇଁରେ ଚନ୍ଦ୍ର ଗ୍ରହଣ । ଏଥର କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ଚକ୍ରରାଜଙ୍କ ଚାରି ଆଶ୍ରମ ପରିକ୍ରମା ।
ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ ।
ଆଜିର ଡିଜିଟାଲ୍ ଦୁନିଆରେ ଡାକସେବା ମଧ୍ୟ ପଛରେ ପଡିନି। ଆଧୁନିକତାର ଢାଞ୍ଚାରେ ଅନେକ ଆଗକୁ ଯାଇଛି। ସରକାର ଜନମଙ୍ଗଳ ପାଇଁ ଯୋଗାଇଦେଉଥିବା ସମସ୍ତ ଯୋଜନା ଡିଜିଟାଲ୍ରେ ଚାଲିଛି। ହେଲେ ଦୁର୍ଗମ ଅଞ୍ଚଳରେ ଏହି ସବୁ ସେବା କିଭଳି ଚାଲିଛି ତା’ର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।
ଆଜି ବିଶ୍ୱ ପାଳୁଛି ‘ଆନ୍ତର୍ଜାତୀୟ ବାସହୀନ ଦିବସ’ l ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ଚାଲିଗଲାଣି। ଅନେକ ସରକାର ଆସିଛନ୍ତି ଆଉ ଯାଇଛନ୍ତି। ବାସହୀନ ଲୋକଙ୍କ ପାଇଁ ଅନେକ ଯୋଜନା ମଧ୍ୟ ହୋଇଛି। କିନ୍ତୁ ଘଟଣା ‘ଯୋଉ ତିମିରେକୁ ସେହି ତିମିରେ’।
ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ ।
ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ ।ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ।
ଆଜିର ଧାଁ ଧପଡ ଜୀବନରେ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ। ତେବେ ମାନସିକ ଅବସ୍ଥାକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଆସନ୍ତୁ ସେ ବିଷୟରେ କେତେକ ଟିପ୍ସ ଉପରେ ନଜର ପକେଇ ନେବା।
ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ଏହାକୁ ପାଳନ କରାଯାଏ।
ଆଜି ସାରା ବିଶ୍ୱ ପାଳୁଛି ‘ବିଶ୍ୱ ଗୃହହୀନ ଦିବସ’। ଏହି ଆନ୍ତର୍ଜାତୀୟ ଦିନ ଉନ୍ନତ ନୀତି ଏବଂ ପାଣ୍ଠି ଦାବି କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଯାହା ଭୂମିହୀନଙ୍କୁ ସହାୟତା ଦେଇଥାଏ।
ପ୍ରତିବର୍ଷ ୮ ଅକ୍ଟୋବରରେ ଦେଶ ଖୁବ ଧୂମଧାମରେ ପାଳନ କରେ ‘ଭାରତୀୟ ବାୟୁସେନା ଦିବସ’। ଏହି ଅବସରରେ ଆସନ୍ତୁ ଭାରତୀୟ ବାୟୁସେନା ସହିତ ଜଡିତ କିଛି ମଜାଦାର ତଥ୍ୟ ଉପରେ ନଜର ପକେଇ ନେବା
ନୂଆ ଧ୍ୱଜାରେ ୟୁନିଅନ୍ ଜ୍ୟାକ୍ ହଟାଇ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି।
ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୂଖ ଶୃଙ୍ଗାର କରିବେ ।
ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ। ପ୍ରତିଦିନ ହସିବା ଦ୍ୱାରା ଅନେକ ଫାଇଦା ମଧ୍ୟ ହୁଏ। ଆସନ୍ତୁ ଆଜି ହାସ୍ୟ ଦିବସରେ ହସିବାର ୫ ଫାଇଦା କ’ଣ ଜାଣିନେବା।