• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବରା ତ ଖାଇଥିବେ ହେଲେ କେବେ ମାଛ ଆମ୍ବିଳ ସହ ବରା ଖାଇଛନ୍ତି? ଟଙ୍କ ତୋରାଣି ତ ପିଇଥିବେ ହେଲେ ବୋତଲରେ ପ୍ୟାକିଂ ହେବା କେବେ ଦେଖିଛନ୍ତି ? ଗଛରେ ଟଙ୍କା ଫଳିବା କଥା ଶୁଣିଥିଲେ ହେଲେ ଏବେ ଏହା ସତ ହେଇଛି । ଏବର୍ଷ କଟକ ବାଲିଯାତ୍ରା ନେଇ ଆସିଛି କିଛି ଏମିତି ସ୍ବାଦ ଆଉ ଅନୁଭୂତି ।

ସ୍ବାଦ ଯାହା ଘରେ ମିଳେ, ସ୍ଵାଦ ଯାହା କଟକରେ ମିଳେ । ଏମିତି କିଛି ନିଆରା ଆଉ ଜଣା ଅଜଣା ସ୍ୱାଦର ସମ୍ଭାର କଟକ ବାଲିଯାତ୍ରା ନିଜ ସହ ନେଇ ଆସିଛି । ସେଥିପାଇଁ ତ କଟକ ବାଲିଯାତ୍ରା ଖାଲି ବୁଲିବା ପାଇଁ ନୁହେଁ ନୂଆ ଖାଇବା ପାଇଁ ପ୍ରସିଦ୍ଧ । ଏଇ ଯେମିତି ମାଛ ଆମ୍ବିଳ ଆଉ ବରା । ମାଛ ଆମ୍ବିଳ ସହ ବରା ବୁଡେଇ ଖାଇବାକୁ ଏମିତି ଭିଡ଼ ଜମୁଛି ।

କଟକ ଶଙ୍କରପୁରର ଦୁଇ ବନ୍ଧୁ ପଲ୍ଲବୀ ଆଉ ଦିଲ୍ଲୀପ ଆରମ୍ଭ କରିଥିବା ଏହି ରେସିପି ଏବେ ବାଲିଯାତ୍ରାର ଫେଭରେଟ୍ । ଯାତ୍ରା ବୁଲି ବୁଲି ହାଲିଆ ହୋଇଗଲେ ଶୋଷ ମେଣ୍ଟାଇବାକୁ ଅଛି ଟଙ୍କତୋରଣି । ହେଲେ ଅଥେନଟିକ୍ ନୁହେଁ ଟିକିଏ ମର୍ଡନ । ବୋତଲରେ ପ୍ୟାକିଂ ହୋଇ ବିକ୍ରି ହେଉଛି ଟଙ୍କ ପାଣି ନାଁରେ । ଆଉ ତାକୁ କିଣିବାକୁ ଠେଲା ପେଲା ହେଉଛନ୍ତି ଲୋକେ ।

ଟଙ୍କା କଣ ଗଛରେ ଫଳେ । କିନ୍ତୁ ବାଲିଯାତ୍ରାରେ ଏହା ସମ୍ଭବ ହୋଇଛି । ନୋଟ୍ ସବୁ ଗଛରେ ଲାଗିଛି । ବାଲିଯାତ୍ରାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ହୋଇଥିବା ସ୍ବତନ୍ତ୍ର କାଉଣ୍ଟରରେ ସଞ୍ଚୟ କରିବା ନେଇ ସଚେତନତାର ବାର୍ତ୍ତା ଦେବାକୁ ଚେଷ୍ଟା ହୋଇଛି । ଆଉ ତାସହ ଲୋକେ ଚିରାଫଟା ନୋଟ୍ ଓ ଯାତ୍ରା ବୁଲିବାକୁ ଆସି ଖୁଚୁରା ବି ଏଠୁ ନେଉଛନ୍ତି ।

କଟକ ବାଲିଯାତ୍ରା ଅନେକଙ୍କ ପାଇଁ ଆଣିଛି ବ୍ୟବସାୟର ସୁଯୋଗ । ବଡ଼ ଷ୍ଟଲ ବ୍ୟତୀତ ଛୋଟ ଛୋଟ ଦୋକାନ ଓ ଉଠା ଦୋକାନ କରି ଏଇ ଦିନରେ ଭଲ ବ୍ୟବସାୟ କରିଥାନ୍ତି ଓଡ଼ିଶା ବାହାରୁ ଆସିଥିବା ବ୍ୟବସାୟୀ । ବାଲିଯାତ୍ରା ସରୁ ସରୁ ଅନେକଙ୍କ ମନରେ ଅନେକ ସ୍ମୃତି ଆଙ୍କି ଦେଇ ଯାଇଛି ।