/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703229145.jpg)
Sri Ram Mandir
ଅଯୋଧ୍ୟାରେ ବର୍ତ୍ତମାନ ଉତ୍ସବମୁଖର ପରିବେଶ । ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠାକୁ ନେଇ ସଜେଇ ହେଉଛି ଅଯୋଧ୍ୟା । ଆସନ୍ତା ଜାନୁଆରୀ ୨୨ ରେ ପ୍ରତିଷ୍ଠା ହେବ ରାମଲାଲାଙ୍କ ପ୍ରତିମୂର୍ତ୍ତି । ଏଣୁ ବର୍ତ୍ତମାନଠାରୁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ତେବେ ଖବର ଆସିଛି ଯେ, ଭଗବାନ ରାମଙ୍କ ଶ୍ୱଶୁର ଘରୁ ଅର୍ଥାତ୍ ମିଥିଳାରୁ ରାମଙ୍କ ପାଇଁ ପାନ ଆସିବ ।
କିମ୍ବଦନ୍ତୀ ଅନୁସାରେ, ମାତା ସୀତାଙ୍କର ଜନ୍ମ ମିଥିଳା ପ୍ରଦେଶରେ ହୋଇଥିଲା । ମିଥିଳା ରାଜା ଜନକଙ୍କର ସେ ପୁତ୍ରୀ ଭାବେ ପାଳିତ ହୋଇଥିଲେ । ଏଣୁ କିମ୍ବଦନ୍ତୀ ଅନୁସାରେ ରାମଙ୍କର ଶ୍ୱଶୁର ଘରୁ ପାନ, ପଗଡ଼ି ଓ ପଦ୍ମ ମଞ୍ଜି ଆସିବ ବୋଲି ଜଣା ପଡ଼ିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସରଜୁ ନଦୀର ପବିତ୍ର କୂଳରୁ ଆରମ୍ଭ କରି ଏହାର ପ୍ରତ୍ୟେକ ସ୍ଥାନ, ପ୍ରତ୍ୟେକ କୋଣ ମହକି ଉଠୁଛି । ରାମ ମନ୍ଦିରର ଦୃଶ୍ୟ ଦେଖିଲେ ଲାଗୁଛି, ରାମ କେବଳ ଅଯୋଧ୍ୟାବାସୀଙ୍କର ରାଜା ନଥିଲେ ବରଂ ପୁରା ବିଶ୍ୱର ରାଜା ଥିଲେ ।
ବର୍ତ୍ତମାନ ୧୪୦ କୋଟି ଭାରତୀୟଙ୍କ ଦ୍ୱାରା ଆଦୃତ ରାମ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ । ଜୋରସୋର ଭାବେ ଆଗେଇ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ । ତେବେ ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଭୁ ରାମଙ୍କ ପାଇଁ ଉପହାର ଗ୍ରହଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହା ମଧ୍ୟରେ ପ୍ରଭୁଙ୍କ ପାଇଁ ପଗଡ଼ି, ପାନ ଓ ପଦ୍ମ ମଞ୍ଜି ଶ୍ୱଶୁର ଘରୁ ଆସିବ ବୋଲି ଜଣା ପଡ଼ିଛି ।
ପାଟଣାର ମହାବୀର ମନ୍ଦିରରୁ ପଗଡ଼ି, ପାନ ପଦ୍ମ ମଞ୍ଜିକୁ ମିଥିଳାସ୍ଥିତ ରାମଙ୍କର ଶ୍ୱଶୁର ଘରକୁ ଯିବ । ପରେ ଏହାକୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ରାମ ମନ୍ଦିରକୁ ପଠାଯିବ । ରାମମନ୍ଦିର ନିର୍ମାଣ ପାଇଁ ଦେଶର ବିଭିନ୍ନ ନଦୀରୁ ପବିତ୍ର ଜଳ ଆସିଥିଲା, ସେହି ଜଳ ନିର୍ମାଣ କାର୍ଯ୍ୟରେ ମଧ୍ୟ ଲାଗିଛି । ସମସ୍ତ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିବା ବେଳେ ବର୍ତ୍ତମାନ ଏହି ମନ୍ଦିର ନିର୍ମାଣ କରାଯାଉଛି ।
ଅନ୍ୟପଟେ ରାମଲାଲାଙ୍କ ପୋଷାକଠାରୁ ଆରମ୍ଭ କରି ତାଙ୍କ ନୈବେଦ୍ୟ ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଛି । ଦେଶର ବିଭିନ୍ନ ମନ୍ଦିରରୁ ରାମଲାଲାଙ୍କ ପାଇଁ ଉପହାର ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)