• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ୫ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ଅପରାହ୍ଣ ୫ଟାରୁ ରାତି ୧୦ଟା ଯାଏ ଆପାତତଃ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ଆଜି ଶ୍ରୀମନ୍ଦିରରେ ମାର୍ଗଶୀର- କୃଷ୍ଣ ସପ୍ତମୀ ପାଳନ କରାଯିବ । ଫଳରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଶ୍ରୀ ଅଙ୍ଗର ସୁରକ୍ଷା ପାଇଁ ପଇତା ଲାଗି ନୀତି ସମ୍ପନ୍ନ କରିଥାନ୍ତି ଦଇତାପତି ସେବକ।

ସେପଟେ ମହାପ୍ରଭୁଙ୍କ ପାଇଁ ରହିବ ନାହିଁ ଫୁଲର ଅଭାବ । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗିହେଉଥିବା ତୁଳସୀ, ପୁଷ୍ପ ଏବଂ ଦୟଣା ଗଛର ଉପବନକୁ ଉଦଘାଟନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସିଏସଆଇର ଡିଜି ।

ପୁରୀ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ସ୍ଥିତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏହି ଉପବନ ଉଦଘାଟିତ ହୋଇଛି । ଆଗାମୀ ଦିନରେ ମହାପ୍ରଭୁଙ୍କ ଖାଲିପଡିଥିବା ଜମିରେ ଉପବନ ସୃଷ୍ଟି କରାଯାଇ ମହାପ୍ରଭୁଙ୍କ ପୂଜା ପାଠ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁଚନା ଦେଇଛନ୍ତି ।

  • Reported by:
  • MADHUSUDAN MISHRA