Advertisment

ଗେଟ-ଲେଜର ସୋ-ସବୁଜ ବାଣ ଫୁଟାଇବାରେ ହୋଇଛି ବଡ଼ ଲୁଟ !

ଗେଟ, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ ହୋଇଥିବା ମୋକିମ୍ ଅଭିଯୋଗ କରିଛନ୍ତି।

author-image
Satyendu Shekher Mishra
Balijatra

Balijatra

କଟକ ବାଲିଯାତ୍ରାରେ ମହାଦୁର୍ନୀତି ଘଟଣାର ତଦନ୍ତ ଦାବି କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ସିଏମସିର ଟିକସ ଟଙ୍କାରେ ବାଲିଯାତ୍ରା ଆୟୋଜନ ହୋଇଛି। କଟକବାସୀଙ୍କ ସହିତ ଖୋଦ ଶାସକ ଦଳର ଜନପ୍ରତିନିଧି ମାନେ ଦୁର୍ନୀତି ନେଇ ସ୍ୱର ଉଠାଇଛନ୍ତି । ବାଲିଯାତ୍ରା ଗେଟ ପାଇଁ ଖର୍ଚ୍ଚ ହୋଇଛି ୬ ଲକ୍ଷ, କିନ୍ତୁ ଟେଣ୍ଡର ହୋଇଛି ୩୨ ଲକ୍ଷ ଟଙ୍କା । ଗେଟ, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ ହୋଇଥିବା ମୋକିମ୍ ଅଭିଯୋଗ କରିଛନ୍ତି। ଯାହାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଯଦି ରାଜ୍ୟ ସରକାର ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବାରବାଟୀ-କଟକ ବିଧାୟକ ଚେତାବନୀ ଦେଇଛନ୍ତି। 

Advertisment

ତେବେ କଟକ ବାଲିଯାତ୍ରା ସରିବା ପରେ ନାକରେ ବାଜୁଛି ଗନ୍ଧ। ଅଳିଆ ଆବର୍ଜନାର ଗନ୍ଧ ନୁହେଁ, ମହାଦୁର୍ନୀତିର ଗନ୍ଧ । ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ରହିଥିବା କହିଛନ୍ତି ଛାତ୍ରଛାତ୍ରୀଙ୍କୁ ଆଣିଥିବା କଲେଜ ଅଧ୍ୟାପକ। ହେଲେ ଅସଲ କଥା ହେଉଛି, ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୩୪ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି। ତା ସତ୍ତ୍ୱେ ନେତା, ବିଧାୟକ ଓ ପୂର୍ବତନ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଅଭିଯାନ କରିବାକୁ ଯାଇ ପିଲାଙ୍କ ହାତରେ ଅଳିଆ ଉଠାଯାଇଥିଲା, ନା ୩୪ ଲକ୍ଷ ଟଙ୍କା ଟେଣ୍ଡର ଧରିଥିବା ସଂସ୍ଥାର ଅଧପନ୍ତରିଆ କାମକୁ ଏମିତି ପୂରା କରାଗଲା, ତାକୁ ନେଇ ଏବେ ପ୍ରଶ୍ନ ।

Advertisment

ଅନ୍ୟପଟେ ୯୬ ଲକ୍ଷ ଟଙ୍କା ବ୍ୟୟରେ ବାଲିଯାତ୍ରାରେ ଯେଉଁ ଲେଜର ଶୋ' କରାଯାଇଥିଲା, ତାକୁ ଅତି ନିମ୍ନମାନର ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରିବାରୁ, ମାତ୍ର ଦୁଇ ଦିନ ପରେ ବନ୍ଦ ହୋଇଗଲା। ଚଳିତ ବର୍ଷ ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ମୋଟ ସାଢ଼େ ୪ କୋଟି ଟଙ୍କାର ବଜେଟ କରାଯାଇଥିଲା । ତେବେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି, କିଏ ଭିଜିଲାନ୍ସ ଦାବି କରୁଛି, ତ ଆଉ କିଏ ସିବିଆଇ ଇନଭେଷ୍ଟିଗେସନ୍।

CMC Balijatra
Advertisment
Advertisment