/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701678380.jpg)
Bali Yatra
ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନେ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା, ଆଜି ସରିଥାନ୍ତା । ତେବେ ଆଉ ଦିନଟିଏ ବଢ଼ାଇବା ପରେ ଆସନ୍ତାକାଲି ଯାଏଁ ଲୋକେ ବାଲିଯାତ୍ରା ବୁଲିବା ସହ ମଜା ଉଠାଇ ପାରିବେ ।
ପ୍ରତ୍ୟେକ ଦିନ ବାଲିଯାତ୍ରାକୁ ହଜାର ହଜାର ଦର୍ଶକ ବୁଲିବାକୁ ଆସୁଛନ୍ତି । କିଣାକିଣି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଛନ୍ତି । ଖାଲି ଦୋଳି ନୁହେଁ, ବାରିପଦା ମୁଢିମାଂସ ସାଙ୍ଗକୁ ଓରମାସ ଫୁଡଷ୍ଟଲରୁ ମଜା ଉଠାଉଛନ୍ତି ସଭିଏ । ତାସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରୁଛନ୍ତି ପିଲାଠୁ ବୁଢା ।
#ଆସନ୍ତାକାଲି_ବି_ଚାଲିବ_ବାଲିଯାତ୍ରା
କଟକ ଐତିହାସିକ ବାଲିଯାତ୍ରା ଆଉ ଦିନେ ବଢ଼ିଛି । ବାଲିଯାତ୍ରା ଦିନଟିଏ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ସମସ୍ତ ପ୍ରକାର ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।..#BaliJatra#Cuttack#Odishapic.twitter.com/4Eda6m1Xho— ଓଟିଭି (@otvkhabar) December 4, 2023
ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି । ଏଥି ସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍, ଲେଜର ଶୋ’ ଆଦି କରାଯାଇଛି । ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)