• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାଲିଯାତ୍ରା ମେଳା ପୂର୍ବ ଭାରତର ସର୍ବବୃହତ୍ ବାଣିଜ୍ୟ ମହାକୁମ୍ଭ । କିଣାବିକାର ଅପୂର୍ବ ସୁଯୋଗ ଆଣିଦିଏ ବାଲିଯାତ୍ରା । ଖାସ ସେଥିପାଇଁ ଏଭଳି ସୁଯୋଗକୁ ହାତଛଡା କରିବାକୁ ଚାହାନ୍ତି ନାହିଁ ଗ୍ରାହକ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାଲିଯାତ୍ରାରେ ଶିଳଚକି ଓ ମାଛ ଜାଲର ଚାହିଦା ଢେର୍ ଅଧିକ ରହିଛି, ଯାହାକୁ ନେବା ପାଇଁ ଏ ସବୁ ବିକ୍ରି ହେଉଥିବା ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ।

ଯାହା କେଉଁଠି ମିଳେନି, ତାହା ବାଲିଯାତ୍ରାରେ ମିଳେ । ସେ ସୁସ୍ୱାଦୁ ଖାଦ୍ୟ ହେଉ ଅବା ଘରକରଣା ସାମଗ୍ରୀ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦୂରଦୂରାନ୍ତରୁ ଶିଳଚକି ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶିଳପୁଆ, ଚକି, ପେଷଣା, ହେମଦସ୍ତା, ଚନ୍ଦନ ପେଡି ଏଭଳି କେତେ କ’ଣ ସାମଗ୍ରୀ। ଯାହାର ଦର ୩୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ରହିଛି । ବର୍ତ୍ତମାନ ଗ୍ରାଇଣ୍ଡରର ବହୁଳ ବ୍ୟବହାର ବ୍ୟବସାୟ ଉପରେ ପ୍ରଭାବ ପକାଉଥିବାରୁ ବିକ୍ରିବଟା କମିଥିବା କହିଛନ୍ତି ବ୍ୟବସାୟୀ ।

ସେହିପରି ବାଲିଯାତ୍ରାରେ ମାଛଜାଲ ଦୋକାନରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ । ଗ୍ରାହକଙ୍କ ପାଇଁ ଭଳିକି ଭଳି ମାଛଜାଲ ନେଇ ଆସିଛନ୍ତି କଲିକତା ବ୍ୟବସାୟୀ । ମାଛଜାଲର ମୂଲ୍ୟ ୮୦୦ରୁ ଆରମ୍ଭ କରି ୨୫୦୦ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଚଳିତ ବର୍ଷ ବିକ୍ରିବଟା ଖାସ ନଥିବାରୁ ଚିନ୍ତାରେ ଅଛନ୍ତି ବ୍ୟବସାୟୀ ।

  • Reported by:
  • Biswajit Acharya