ଓଡ଼ିଶାର ପୁରାତନ ଓ ସ୍ବର୍ଣ୍ଣିମ ନୌବାଣିଜ୍ୟର ଐତିହ୍ୟ ବହନ କରୁଥିବା କଟକ ବାଲିଯାତ୍ରା ମହୋତ୍ସବକୁ ଖୁବଶୀଘ୍ର ଜାତୀୟ ମାନ୍ୟତା ଦେବା ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବିଧାନସଭାରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖି, ସଂସ୍କୃତି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ସରକାର ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।
ନଭେମ୍ବର ୧୫ରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ଏବେ କିନ୍ତୁ ନିଷ୍ପତ୍ତି ହୋଇନି ।
ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି।
ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।
କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…
ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ଲଟ୍ ବୁକିଂ ପ୍ରକ୍ରିୟା । ନଭେମ୍ବର ୧୧ ରୁ ନଭେମ୍ବର ୧୫ ଯାଏ ଚାଲିବ ନିଲାମ ପ୍ରକ୍ରିୟା ।
ବାଲି ଯାତ୍ରାରେ ବ୍ୟବସାୟ କରି ଭଲ ଦି ପଇସା ପାଇବା ଆଶାରେ ଥିବା ଛୋଟ ବଡ଼ ବେପାରୀ ଏଥର ବି ନିରାଶ ହୋଇଛନ୍ତି । କାରଣ ମହାମାରୀ କରୋନା ଯୋଗୁଁ ଏଥର ବି ବାଲିଯାତ୍ରା ଆୟୋଜନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନା କରାଯାଇଛି ।