/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703440488.jpg)
Lord Jesus Christ
ଧରାବତରଣ କଲେ ପ୍ରଭୁ ଯୀଶୁ । ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି । ଆଜିର ଦିନକୁ ବଡ଼ ଦିନ ଭାବେ ପାଳନ କରାଯାଉଛି । ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ ଏହାକୁ ପାଳନ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବି ଆଜି ମଧ୍ୟରାତ୍ରୀରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି ।
ଯୀଶୁଙ୍କ ଆଗମନ ପୂର୍ବରୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀ ମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପାସନା କରିବା ସହିତ ଖ୍ରୀଷ୍ଟମାସ ଟ୍ରି ପାଳନ କରିଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟମାସ ଟ୍ରି ପାଳନ ବଡ଼ ଧୁମଧାମରେ ସରିଛି । ଫୁଲବାଣୀର ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଏକାଠି ହୋଇ ସମୂହ ପ୍ରାର୍ଥନା କରିଥିଲେ । ସାନ୍ତାକ୍ଲୁଜ୍ ଚର୍ଚ୍ଚକୁ ଆସି ସମସ୍ତଙ୍କ ସହ ନାଚ ଗୀତ କରି ଛୋଟ ପିଲାମାନଙ୍କୁ ଉପହାର ବାଣ୍ଟିଥିଲେ ।
ସେହିପରି ଭୁବନେଶ୍ୱରରେ ଥିବା ଚର୍ଚ୍ଚ ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ସବୁଠି ଦେଖିବାକୁ ମିଳୁଛି ସୁନ୍ଦର ସୁନ୍ଦର ଆଲୋକମାଳା । ଭୁବନେଶ୍ୱର ସତ୍ୟନଗରର କ୍ୟାଥଲିକ ଚର୍ଚ୍ଚ ସଜେଇ ହୋଇଛି ରଙ୍ଗୀନ ଆଲୋକରେ । ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଇଁ ଏଠିବି ଜୋରସୋରରେ ପ୍ରସ୍ତୁତି ଚାଲିଛି ।
ଷ୍ଟିଲ୍ସିଟି ରାଉରକେଲାରେ ବି ଝଟକୁଛି ବିଭିନ୍ନ ଚର୍ଚ୍ଚ । ଖ୍ରୀଷ୍ଟମାସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଲାଗି ରହିଛି । ରାଜ୍ୟ ବହାର କଥା କହିବାକୁ ଗଲେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, କୋଚି, ହିମାଚଳପ୍ରଦେଶର ଚର୍ଚ୍ଚରେ ପ୍ରଭୁଙ୍କୁ ଆରାଧନା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)