/odishatv-khabar/media/post_attachments/uploadimage/library/16_9/16_9_0/Bali_Jatra_1701671213.jpg)
Bali Jatra
ବାଲିଯାତ୍ରାରେ ଓଡ଼ିଆ ଘରର ପିଠାର ମଜା । ସ୍ୱତନ୍ତ୍ର ଟେଷ୍ଟି ଟେଷ୍ଟି ଓଡ଼ିଆ ଘରର ପିଠାର ମଜା ଏଥର ବାଲିଯାତ୍ରାରେ ଆପଣ ପାଇପାରିବେ । ଚକୁଳି, କାକରାଠୁ ଆରମ୍ଭ କରି ସବୁ ପ୍ରକାର ପିଠା ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତି ମହିଳା । ୧୪୨ରୁ ଊର୍ଦ୍ଧ୍ୱ ପ୍ରକାରର ପିଠା ଏଥର ବାଲିଯାତ୍ରାରେ ମିଳୁଛି । ଯାହାର ଖୁବ୍ ମଜା ନେଉଛନ୍ତି ଗ୍ରାହକ ।
ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ ରହିଛି ଏଥର ବାଲିଯାତ୍ରାରେ । ପିଠା ସହିତ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଖାଣ୍ଟି ଓଡ଼ିଆ ଘରର ଖାଇବା । ଯେମିତିକି ମଞ୍ଜା ରାଇ, ସୋରିଷ ଶାଗ, ଡାଲମା, ଖେଚୁଡ଼ି, କଦଳୀ ଭଜା ଭଳି ନାନା ଖାଇବା ଜିନିଷ । କଟକରେ ଥିବା ମା’ ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ପ୍ରାୟ ୯୦ଜଣ ମହିଳା ଏହି ସମସ୍ତ ଜିନିଷ ପ୍ରସ୍ତୁତ କରିଛନ୍ତି ।
ପିଠା ଲିଷ୍ଟରେ ସାମିଲ ହୋଇଛି ଆରିସା, ମଣ୍ଡା, କାକରା, ଚକୁଳି, ଅମୃତ କୁଣ୍ଡ, ତରଣ ଓ କ୍ଷୀରା ଭଳି ଅନେକ ଜିନିଷ । ପ୍ରାୟ ୧୪୨ରୁ ଊର୍ଦ୍ଧ୍ୱ ପ୍ରକାରର ପିଠାର ଏଥର ବାଲିଯାତ୍ରାରେ ବିକ୍ରି କରୁଛନ୍ତି ମହିଳାମାନେ । ଯାହାକି ଦେଖିବାକୁ ସୁନ୍ଦର ଓ ଖାଇବାକୁ ବେଶ ସୁଆଦିଆ । ଏବେ ପ୍ରାୟ ସମସ୍ତେ ଓଡ଼ିଆ ଖାଦ୍ୟକୁ ଭୁଲି ମୋମୋ, ପିଜା, ବର୍ଗର ଭଳି ଖାଦ୍ୟକୁ ପସନ୍ଦ କରୁଛନ୍ତି । ଫଳରେ ଓଡ଼ିଆ ପାରମ୍ପାରିକ ଖାଦ୍ୟର ଚାହିଦା ଦିନକୁ ଦିନ କମିଯାଉଛି । ତେଣୁ ମିଶନ ଶକ୍ତିର ମହିଳାମାନେ ଏଥର ବାଲିଯାତ୍ରାରେ ଓଡ଼ିଆ ପରମ୍ପରାର କଥା ମନେ ପକାଉଛନ୍ତି ।
ଆଜି କାଲିର ଲୋକେ ଓଡ଼ିଆ ପରମ୍ପରାର ଖାଦ୍ୟକୁ ଭୁଲି ଯାଉଥିବା ବେଳେ ଓଡ଼ିଆ ଖାଦ୍ୟକୁ ମନେ ରଖିବାର ଏକ ଛୋଟ ପ୍ରୟାସ କରାଯାଇଥିବା କହିଛନ୍ତି ମିଶନ ଶକ୍ତିର ମହିଳାମାନେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)