• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କୁହନ୍ତି ନା ଦେହରେ ଚିତା କୁଟାଇଲେ ଯମ ନେବନି । ସେଥିପାଇଁ ଆଗରୁ ସମସ୍ତେ ଦେହରେ କିଛି ନା କିଛି ଚିତା କୁଟାଉଥିଲେ । ଏବେ ସମୟ ବଦଳିଛି ଚିତା କୁଟାଇବା ବା ଟାଟୁ କରିବା ଏବେ ଟ୍ରେଣ୍ଡରେ ପରିଣତ ହୋଇଛି । ଆଉ ବାଲିଯାତ୍ରା ବୁଲା ସାଙ୍ଗକୁ ଟାଟୁ କରିବା ମଜା ତ ଟିକେ ନିଆରା । ଏଣୁ ବାଲିଯାତ୍ରାରେ ଖୋଲିଥିବା ଟାଟୁ ଷ୍ଟଲ ମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର । ଗ୍ରାହକଙ୍କ ପସନ୍ଦ ମୁତାବକ ଭଳିକି ଭଳି ଡିଜାଇନ୍ ଟାଟୁ କରୁଛନ୍ତି କାରିଗର । ସେପଟେ ଟାଟୁ ଲଭର ବିଭିନ୍ନ ପ୍ରକାରର ଟାଟୁ କରି ତାକୁ ସବୁଦିନ ପାଇଁ ସ୍ମରଣୀୟ କରିବାକୁ ଟାଟୁ ଷ୍ଟଲ ଆଗରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି ।

ଗ୍ରାହକଙ୍କ ପାଇଁ ଦେବାଦେବୀ, ମୟୂର ଚନ୍ଦ୍ରିକା, ତ୍ରିଶୁଳ ପରି ବିଭିନ୍ନ ଡିଜାଇନର ଟାଟୁ ରହିଛି । କିଏ କିଏ ନିଜ ନାଁ ସହ ବାପା ମାଆ ଙ୍କ ଟାଟୁ ଓ ଲଭ୍ ଟାଟୁ କରୁଛନ୍ତି । ଟାଟୁର ଦର ଇଞ୍ଚ୍ ପିଛା ବ୍ଲାକ ଆଣ୍ଡ ହ୍ୱାଇଟ ୨୦୦ ଶହ ଟଙ୍କା ଓ କଲର୍ ଟାଟୁ ୩୦୦ ଟଙ୍କା ରହିଛି । ସେହିପରି ଟେମ୍ପରାରି ଟାଟୁ ୨୦ ଟଙ୍କା ରହିଛି । ଟାଟୁ କରିବା ଲାଗି ୧୦ ମିନିଟରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଲାଗୁଛି ।

  • Reported by:
  • PRAVAT BISOI