ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।
ଧାର୍ମିକ ଭାବନା ଦୃଷ୍ଟିରୁ କାର୍ତ୍ତିକର ଶେଷ ପାଞ୍ଚ ଦିନ ଅତ୍ୟନ୍ତ ପବିତ୍ର। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଦିବସ ଭାବରେ ପାଳନ କରାଯାଏ ଆଉ ସବୁ ଜଳାଶୟ ଡଙ୍ଗାରେ ପୂରିଉଠେ। କ’ଣ ରହିଛି ଏହାର ମହତ୍ତ୍ୱ ଆସନ୍ତୁ ଜାଣିବା।
ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ ।
ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ।
ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।
କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…
କାର୍ତ୍ତିକ ମାସରେ ଭୋର୍ରୁ ଉଠି ସ୍ନାନ କରିବାର ବିଧି ରହିଛି। ଏହାକୁ ଅନେକ ପବିତ୍ର ସ୍ନାନ ବୋଲି ବିବେଚନା କରନ୍ତି। କିନ୍ତୁ ପଛରେ ମଧ୍ୟ ରହିଛି ବୈଜ୍ଞାନିକ କାରଣ। ଏହି ସ୍ନାନ ଯୋଗୁଁ ଶରୀର ରୋଗମୁକ୍ତ ହୁଏ। କିପରି ଆସନ୍ତୁ ଜାଣିବା।
ଆ କା ମା ବୈ .. ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହର ସହ ପାଳନ କରାଯାଏ। ପ୍ରତି ନଦୀ ଆଉ ପୋଖରୀରେ ଓଡ଼ିଆମାନେ ଡଙ୍ଗା ଭସେଇ ‘ଆ କା ମା ବୈ’ର ଡାକ ଦେଇଛନ୍ତି। କ’ଣ ରହିଛି ଏହାର ଗୁରୁତ୍ୱ? ଏହିଦିନ କାହିଁକି ପ୍ରତି ଓଡ଼ିଆଙ୍କୁ ମୁହଁରୁ ଭାସିଆସେ ଏହି ଶବ୍ଦ?
ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ....ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସୂଚନା...ଭକ୍ତମାନେ ଚାହିଁଲେ ଆଜି ରାତିରେ ଆସି ଦର୍ଶନ କରିପାରିବେ....
ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ରହିଛି । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି ।
ପଞ୍ଚୁକରେ ଅଘଟଣ । ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ବାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ ।
ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ ।
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ । ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ ।
ପହିଲି ପଞ୍ଚୁକରେ ବାବା ଧବଳେଶ୍ୱର ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି । ଆସନ୍ତା ଶନିବାର ବଡ଼ ଓଷା ।
ଆଜି ବଡ଼ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ….ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା....ବରିଷ୍ଠ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ନିୟୋଜିତ ଅଛନ୍ତି ସ୍ୱେଚ୍ଛାସେବୀ...
ସାଲ୍ବ ନରସିଂହ, ଛେରା ପହଁରା କରୁଥିବା ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ଚଣ୍ଡାଳ କହି ବିବାହ ପ୍ରସ୍ତାବ ପ୍ରତ୍ୟାକ୍ଷାନ କରନ୍ତି। ଗଜପତି କାଞ୍ଚି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମ ପରାଜୟ ପରେ ବିଜୟ ପ୍ରାପ୍ତ ହୁଏ। କାଞ୍ଚି ରାଇଜରୁ ଅନେକ କିଛି ଉତ୍କଳ ଫେରେ।
ଏହି ସାକ୍ଷୀଗୋପାଳ ମନ୍ଦିରରେ ପୂଜିତ ବିଗ୍ରହ ପ୍ରଥମେ କାଞ୍ଚିରେ ଥିଲେ। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିବା ପରେ ଶ୍ରୀକ୍ଷେତ୍ର ଆସିଲେ।
ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।
ପୁରୀ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ହେବ ।
ମନ୍ଦିର ଆଗରେ ତିଆରି ହେଲା ବ୍ୟାରିକେଡ୍ ....ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ...ରାଧାରାଣୀଙ୍କର ଓଡିଆଣୀ ବେଶ ହେବ...
ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତୁ ୫ଟି ସହଜ ଯୋଗାସନ ବିଷୟରେ ଜାଣିବା ଯାହା ମଧୁମେହ ପାଇଁ ରାମବାଣ କରି କାମ କରେ।
କାର୍ତ୍ତିକ ସୋମବାରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ।