• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏଥର ସାଧାରଣ ନିର୍ବାଚନରେ କ’ଣ ରହିଛି ମୁଦ୍ଦା । କେଉଁ ପ୍ରସଙ୍ଗ ଭୋଟ୍ ଉପରେ ପ୍ରଭାବ ପକାଇବ, ଏହା ଉପରେ ଓଟିଭି ଫୋରସାଇଟରେ ହୋଇଛି ଘମାଘୋଟ ବିତର୍କ । ପ୍ରମୁଖ ରାଜନୈତିକ ଦଳର ନେତା ନିଜ ମତ ରଖିଛନ୍ତି । ଏଥିସହ ଗଣତନ୍ତ୍ରରେ ମିଡିଆର ଭୂମିକା ଏବଂ ନ୍ୟୁଜର ଭବିଷ୍ୟତ ଉପରେ ମତ ରଖିଛନ୍ତି ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମୁଖ୍ୟ ।

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥର ପ୍ରମୁଖ ମୁଦ୍ଦା କଣ ରହିଛି ନିର୍ବାଚନରେ ? ଗ୍ରାମୀଣ ଭାରତର କେଉଁ କେଉଁ ପ୍ରସଙ୍ଗ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇବ ? ଗାଁ ଗହଳିରେ ଭୋଟରଙ୍କ ପ୍ରସଙ୍ଗ ଓ ପ୍ରାଥମିକତା ବଦଳିଛି କି ? ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମାଂଚଳର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ରାଜ୍ୟସଭା ସାଂସଦ ତଥା ଶିବସେନା ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ।

ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ, ମିଡିଆର କାର୍ଯ୍ୟ ଉପରେ ଅନେକ ଥର ପ୍ରଶ୍ନ ମଧ୍ୟ ଉଠିଛି । ବର୍ତ୍ତମାନ ସ୍ଥିତିରେ ଖବରର ପରିଭାଷା ଏବଂ ଦର୍ଶକଙ୍କ ଆଗ୍ରହ ଉପରେ ମତ ରଖିଛନ୍ତି ରାଜ୍ୟସଭା ସାଂସଦ ତଥା ଆଇଟିଭି ନେଟୱର୍କ ପ୍ରତିଷ୍ଠାତା କାର୍ତ୍ତିକେୟ ଶର୍ମା । AI ଓ ଡିଜିଟାଲ୍ ମିଡିଆ ଯୁଗରେ ନ୍ୟୁଜର ଭବିଷ୍ୟତ କ’ଣ ? ଏହା ଉପରେ ଓଟିଭି ଫୋରସାଇଟରେ ହୋଇଛି ସରଗରମ ଆଲୋଚନା । TV9 ନେଟୱର୍କ ଏମଡି ତଥା ସିଇଓ ବରୁଣ ଦାସଙ୍କ ସହ ଆଗାମୀ ଦିନରେ ନ୍ୟୁଜର ଚ୍ୟାଲେଜିଂ ଦିଗ ଉପରେ ଆଲୋଚନା କରିଛନ୍ତି ଓଟିଭି ନେଟୱର୍କ ଡିଜିଟାଲ୍ ବିଜନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା ।

ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଆଣ୍ଡ ଇଣ୍ଡିଆ- ୨୦୨୪ ଆଣ୍ଡ ଦି ବ୍ୟାଟେଲ ଫର ଭାରତ ପୁସ୍ତକ ଉପରେ ଚାଲିଛି ଜୋରଦାର ଚର୍ଚ୍ଚା । ଓଟିଭି ଫୋରସାଇଟରେ ପୁସ୍ତକ ବାବଦରେ ଆଲୋଚନା କରିଛନ୍ତି ସାମ୍ବାଦିକ ତଥା ଲେଖକ ରାହୁଲ ଶିବଶଙ୍କର।