• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଟିଭି ଫୋର୍‌ସାଇଟ କାର୍ଯ୍ୟକ୍ରମରେ ଯୋଗଗୁରୁ ବାବା ରାମଦେବ ବକ୍ତବ୍ୟ ରଖିଛନ୍ତି । ଓଟିଭିକୁ ଓଡ଼ିଶାର ୬୫ରୁ ୭୦ ପ୍ରତିଶତ ଲୋକ ଭରସା କରନ୍ତି ବୋଲି ବାବା ରାମଦେବ ତାଙ୍କ ଭାଷଣ ପ୍ରସଙ୍ଗରେ କହିଛନ୍ତି । ସେ ଆହୁରି କହିଛନ୍ତି କୌଣସି ଆଞ୍ଚଳିକ ଚ୍ୟାନେଲକୁ ଆସିବା ଏହା ମୋର ପ୍ରଥମ । ଓଟିଭି ବିଷୟରେ ବିସ୍ତୃତ ତଥ୍ୟ ଜାଣିବା ପରେ ମୁଁ ଆସିବାକୁ ବ୍ୟଗ୍ର ହେଲି ।

ଏଥି ସହିତ ବାବା ରାମଦେବ ଆହୁରି କହିଛନ୍ତି ଯେ, ସବୁ ବେଳେ ବଡ଼ ଚିନ୍ତା କରିବାକୁ ହେବ । ଜୀବନରେ କେବେ ଛୋଟ ଚିନ୍ତା କରନି, ଟିକେ ବଡ଼ ଚିନ୍ତା କର । ଖାଲି ବଡ଼ ଚିନ୍ତା ନୁହେଁ, ତାକୁ ସାକାର କରିବାକୁ କଠିନ ପରିଶ୍ରମ କର ବୋଲି ବାବା ରାମଦେବ କହିଛନ୍ତି ।

ସେହପରି ବାବା ରାମଦେବ ରାମ ମନ୍ଦିର ପ୍ରସଙ୍ଗ ଉଠାଇ ଦେଶର ରାଜନୀତି ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆଉ କଂଗ୍ରେସକୁ କଡ଼ା କଟାକ୍ଷ କରିଛନ୍ତି । ସେ କହିଛନ୍ତି, କିଛି ଲୋକ ଟିଭିରେ ଆସିବା ପାଇଁ ଏବେ ରାମମନ୍ଦିର କଥା କହୁଛନ୍ତି । କଂଗ୍ରେସକୁ କିଏ ମନା କରୁଥିଲା ରାମ ମନ୍ଦିର କରିବା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଖାଲି ଏତିକି ଯେ ତାହାନୁହେଁ, ଶଙ୍କରାଚାର୍ଯ୍ୟ ଏବେ ପଲିଟିକାଲ ଶଙ୍କରାଚାର୍ଯ୍ୟ ହୋଇଗଲେଣି ବୋଲି ସିଧାସିଧା କହିଛନ୍ତି ବାବା ରାମଦେବ । କଂଗ୍ରେସ ନେତାଙ୍କୁ ଆତ୍ମସମୀକ୍ଷା କରିବାକୁ ବଡ଼ିବ ବୋଲି ବାବା ରାମଦେବ କହିଛନ୍ତି । ବାବା ରାମଦେବ ତାଙ୍କ ବକ୍ତବ୍ୟରେ ଆହୁରି କହିଛନ୍ତି ଯେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏଥର ନିର୍ବାଚନ ଜିତିବେ କି ନାହିଁ ତାହା ସନ୍ଦେହ । ଇଣ୍ଡିଆ ମେଣ୍ଟର ନେତାମାନେ ଏବେ ନିଜ ନିଜ ସମସ୍ୟାରେ ସଂତ୍ରସ୍ତ । ଇଣ୍ଡିଆ ମେଣ୍ଟ ପାଇଁ ମୋଦି ଏଥର ୪ଶହ ଆସନ ଦଖଲ କରିବେ ବୋଲି ସେ କହିଛନ୍ତି ।

ଓଟିଭି ଫୋର୍‌ସାଇଟ କାର୍ଯ୍ୟକ୍ରମରେ ଯୋଗଗୁରୁ ବାବା ରାମଦେବ ସୂର୍ଯ୍ୟ ନମସ୍କାର ସହ ବିଭିନ୍ନ ଯୋଗାସନ ମଧ୍ୟ କରିଛନ୍ତି । ଏଥି ସହିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ମଧ୍ୟ ଯୋଗ କରାଇଛନ୍ତି ବାବା ରାମଦେବ ।