• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମୁଁ ଯଦି ଭଲ କଣ୍ଟେଣ୍ଟ କରିବି ତେବେ ମୋ ଚ୍ୟାନେଲକୁ ଲୋକେ ପଇସା ଦେଇ ନିଶ୍ଚୟ ଦେଖିବେ । ବାହାରେ ଏତେ ପାଣି । ତଥାପି ଲୋକେ ପଇସା ଦେଇ ପାଣି ପିଉଛନ୍ତି । ସେମିତି ମୋ କଣ୍ଟେଣ୍ଟ ଭଲ ଥିଲେ ଲୋକେ ନିଶ୍ଚୟ ଟଙ୍କା ଖର୍ଚ୍ଚ କରି ସବ୍‌ସ୍କ୍ରିପ୍‌ସନ୍ ନେବେ ଆଉ ନ୍ୟୁଜ ଦେଖିବେ । OTV Foresight ମଞ୍ଚରେ OTV ବିଜନେସ୍‌ ହେଡ୍‌ ଲିତିଶା ମଙ୍ଗତ ପଣ୍ଡାଙ୍କ ଏକ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଭାରତର ପ୍ରଥମ OTT ନ୍ୟୁଜ ଚ୍ୟାନେଲ TV9ର MD ତଥା CEO ବରୁଣ ଦାସ ।

ଲିତିଶାଙ୍କ ପ୍ରଶ୍ନ ଥିଲା ଯେ, ଲୋକେ ଏଣ୍ଟରଟେନ୍‌ମେଣ୍ଟ ତୁଳନାରେ ନ୍ୟୁଜ୍‌ ଜାଣିବା ପାଇଁ ବିଶେଷ ଇଚ୍ଛା କରୁନାହାନ୍ତି । ଏଭଳି ସ୍ଥିତିରେ TV9 ପେଡ୍‌ ସବ୍‌ସ୍କ୍ରିପସନ୍‌ ବ୍ୟବସ୍ଥା କରି କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିପାରିବ । ଯାହାର ଉତ୍ତର ରଖିଥିଲେ ବରୁଣ ଦାସ । ବରୁଣ ଦାସ ଆହୁରି କହିଛନ୍ତି ତାଙ୍କ ନ୍ୟୁଜ୍‌ ଚ୍ୟାନେଲ କେବଳ ନ୍ୟୁଜ ଉପରେ ହିଁ ଫୋକସ୍‌ କରିବ । ସେଥିରେ ଏଣ୍ଟରଟେନ୍‌ମେଣ୍ଟ କଣ୍ଟେଣ୍ଟ ରହିବ ନାହିଁ । କିନ୍ତୁ ଏମିତି କିଛି କଣ୍ଟେଣ୍ଟ ରହିବ ଯାହା ଲୋକଙ୍କୁ ଭଲ ଲାଗିବ ।  

ଅନ୍ୟପଟେ ବରୁଣ ଦାସ କହିଛନ୍ତି ‘ସମାଜରେ ମିଡିଆର ଭୁମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ମିଡିଆ ହାତରେ ରହିଛି ସମାଜକୁ ଧ୍ୱଂସ କରିବା ଆଉ ସୁନ୍ଦର ଭାବେ ଗଢ଼ିବାର ଶକ୍ତି । ମିଡିଆ ଚାହିଁଲେ ସମାଜକୁ ଧ୍ୱଂସ କରିପାରିବ ଆଉ ମିଡିଆ ଚାହିଁଲେ ସମାଜକୁ ସୁନ୍ଦର ଭାବେ ଗଢ଼ିପାରିବ ମଧ୍ୟ।  ଆମେ ଦେଶର ପ୍ରଗତି କଥା କେବଳ ସରକାରଙ୍କ ଉପରେ ନିର୍ଭର କରେ ବୋଲି ଭାବୁ । ଯାହା ମୋ ମତରେ ଭୁଲ୍ । ମିଡିଆ ଦେଶର ବିକାଶକୁ ଏକ ନୂତନ ଆକାର ଦେଇଛି ।' ଠିକ୍‌ ସେହିଭଳି ବର୍ତ୍ତମାନର ଯୁବପିଢ଼ି ପାଠ ପଢ଼ିସାରି କେବଳ ଚାକିରି ଆଡ଼କୁ ମୁହାଁଉଛନ୍ତି । କିନ୍ତୁ ସେମାନେ ଚାକିରି ସୃଷ୍ଟି କରିବା ଦିଗରେ ମଧ୍ୟ ମନ ବଳାଇବା କଥା ।

ତେବେ ସାକ୍ଷାତକାର ଶେଷରେ ବରୁଣ ଦାସ କହିଛନ୍ତି, ସେ ଖୁବ୍‌ଶୀଘ୍ର ନିଜ କର୍ମମୟ ଜୀବନରୁ ଅବସର ନେବାକୁ ଚାହାନ୍ତି । ଆଉ ଅବସର ପରେ ସମାଜର ଯୁବବର୍ଗଙ୍କୁ ଏକ ନୂଆ ଦିଗ ଦେଖାଇବା ପାଇଁ ଚେଷ୍ଟା କରିବେ ବୋଲି ତାଙ୍କର ଅଭିଳାସ ରହିଛି ।