/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705237969.jpg)
Dhanu Yatra
ଆସନ୍ତାକାଲିଠୁ ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା । ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି ।
Advertisment
ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା । ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୯୫ ଫୁଟ ଉଚ୍ଚ ଏବଂ ୪୫ ଫୁଟ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି । ସେହିପରି ରଙ୍ଗ ମହଲକୁ ନୂଆ ରୂପ ଦିଆଯାଉଛି ।
ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଥାଏ । କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)