Advertisment

ଦୁଲୁକିଲାଣି ଶ୍ରୀକ୍ଷେତ୍ର, ମନ୍ତ୍ରଧ୍ୱନୀରେ କମ୍ପିଲାଣି ଶ୍ରୀମନ୍ଦିର ଚତୁପାର୍ଶ୍ୱ...

ସେପଟେ ଏଯାଏଁ ଶତ ପ୍ରତିଶତ ସରିପାରିନି ଶ୍ରୀସେତୁ ଠାରୁ ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପର କିଛି କାମ।

author-image
Satyendu Shekher Mishra
Srimandir, Lord Jagannath

Srimandir, Lord Jagannath

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଆଉ ମାତ୍ର ୨ ଦିନ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି ପର୍ବ। ଆଜିଠୁ ଆରମ୍ଭ ହେବ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜା ଓ ତୋରଣସ୍ଥାପନ। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ। ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ ଯଜ୍ଞ କାର୍ଯ୍ୟ କରିବେ। ଏଥିପାଇଁ ଗତକାଲି ସମାପନ ହୋଇଛି ଅଙ୍କୁରାରୋପଣ ବିଧି।

Advertisment

ଭାରତର କୋଣ ଅନୁକୋଣରୁ ଆସୁଛନ୍ତି ବିଶିଷ୍ଟ ଅତିଥି। ୧୨ ଗୋଟି ଜ୍ୟୋତିର୍ଲିଙ୍ଗ ମନ୍ଦିରର ପୂଜକ, ନେପାଳର ପଶୁପତିନାଥ ମନ୍ଦିରର ପୂଜକ ଓ ରାଜାଙ୍କ ପ୍ରତିନିଧି ସମେତ ପ୍ରାୟ ୭୦ରୁ ୮୦ଜଣ ବ୍ୟକ୍ତି ଆସିବା ପାଇଁ ସ୍ବୀକୃତି ଦେଇଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଦେବାଳୟରୁ ୧୫୦ରୁ ଅଧିକ ଅତିଥି ଆସିବେ। ସେପଟେ ଏଯାଏଁ ଶତ ପ୍ରତିଶତ ସରିପାରିନି ଶ୍ରୀସେତୁ ଠାରୁ ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପର କିଛି କାମ।

ଅନ୍ୟପଟେ ସାହି ଆଖଡ଼ାରେ କମ୍ପିଲା ବଡ଼ଦାଣ୍ଡ। ପୁରୀର ଆଠ ସାହି ଆଖଡ଼ାରୁ କାଳୀକା ଦେବୀ ସାହି ଓ ମାଟି ମଣ୍ଡପ ସାହି ସେମାନଙ୍କ ସାଂସ୍କୃତିକ ଓ ସମରକଳା ପ୍ରଦର୍ଶନ କରିଥିଲେ। ପୁର ର ଆଖଡା ଓ ଜାଗା ଘରର ସଂସ୍କୃତି ବହୁ ପ୍ରାଚୀନ। ଏହି ଆଖଡା ଓ ଜାଗା ଘରର ପ୍ରଶିକ୍ଷିତ ସଦସ୍ୟ ମାନେ ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ନିୟୋଜିତ ଥିଲେ। ବିଭିନ୍ନ ସମରକଳାରେ ପ୍ରଶିକ୍ଷିତ ଓ ସମୃଦ୍ଧ ଏହି ଜାଗା ଘର ସେନା ଭାବେ କାର୍ଯ୍ୟ କରୁଥିଲେ।

Advertisment

ସେହି ପାରମ୍ପରିକ କଳା ଓ ଐତିହ୍ୟକୁ ବଞ୍ଚାଇ ରଖିବାକୁ ଏବେ ବି ଚେଷ୍ଟା କରାଯାଇଛି। ଗତକାଲିର ସମାରୋହରେ ନାଗା, ଦୂର୍ଗା, କାଳୀ, ଗଣେଶ ମେଢ଼ ସହ ଘୋଡ଼ାନାଚ ଇତ୍ୟାଦି ସାମିଲ ହୋଇଥିଲା। ଉଭୟ ସାହି ସେମାନଙ୍କ ନିଜ ନିଜର ପରିକ୍ରମା କରି ସିଂହଦ୍ବାରରେ ପହଞ୍ଚି ଥିଲେ। ପରେ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ପୁନଶ୍ଚ ସିଂହ ଦ୍ୱାର ହୋଇ ସାହିକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Srimandir Lord Jagannath
Advertisment
Advertisment