Advertisment

OTNର ୨୬ତମ ପ୍ରତିଷ୍ଠା ଦିବସ, ଗାଇଲେ..ନାଚିଲେ..ଧୂଳି ଉଡ଼େଇଲେ ! ଦେଖନ୍ତୁ ଭିଡିଓ...

କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି । କାର୍ଯ୍ୟକ୍ରମରେ ପ୍ରତିଭା ପ୍ରଦର୍ଶନ କଲେ ଓଟିଭି କର୍ମଚାରୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
OTV Foundation Day

OTV Foundation Day

ଧୁମ୍‌ଧାମ୍‌ରେ ପାଳିତ ହୋଇଛି ଓଟିଭି ନେଟୱର୍କର ୨୬ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆନୁଆଲ୍ ଫାଉଣ୍ଡେସନ ଡେ’ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଉଦଘାଟନୀ ଅଭିଭାଷଣ ରଖିଥିଲେ ଓଟିଭି ନେଟୱର୍କ ଏମଡି ଜଗି ମଙ୍ଗତ ପଣ୍ଡା । ଓଟିଭି ପରିବାରର ପ୍ରତିଟି ସଦସ୍ୟଙ୍କ ଉତ୍ସାହ ସଂସ୍ଥାର ନିରନ୍ତର ଅଭିବୃଦ୍ଧିରେ ସହାୟକ ହୋଇଛି ଏବଂ ଏହା ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି ବୋଲି ସେ କହିଛନ୍ତି।

Advertisment
OTV Foundation DayOTV Foundation Day
OTV Foundation DayOTV Foundation Day

ଏହି ଅବସରରେ ସଂସ୍ଥାରେ ୧୦, ୧୫ ଓ ୨୦ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ମାନପତ୍ର ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା କର୍ମଚାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଛି । ଏଥିସହ ଓଟିଭି କର୍ମଚାରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ନାଚ, ଗୀତ ଓ କବିତା ଆବୃତି ଆଦି ପ୍ରତିଭା ପ୍ରଦର୍ଶନ କରିଥିଲେ ଅନେକେ। ଏହାସହ ଷ୍ଟେଜ୍‌ ଉପରେ କର୍ମଚାରୀଙ୍କ ନାଚ ଓ ଗୀତ ପୁରା ସନ୍ଧ୍ୟାଙ୍କୁ ରଙ୍ଗାରଙ୍ଗ କରିଥିଲା । OTN ପରିବାରର ସମସ୍ତ ସଦସ୍ୟ ନାଚ ଗୀତରେ ମସଗୁଲ ହୋଇଥିଲେ ।

Advertisment


— Kausik Mohapatra (Litu) (@KausikLitu) January 11, 2024


— Jyotiprakash Kabat (JP) (@JPENTERTAINMET) January 11, 2024

OTV Foundation DayOTV Foundation Day
OTV Foundation DayOTV Foundation Day
OTV Foundation DayOTV Foundation Day

Otv Odisha Tv
Advertisment
Advertisment