• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ଲାଗି ପୁରୀ ଶ୍ରୀନଅରରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବରଣ । ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ନୀତି ସମ୍ପନ୍ନ ହୋଇଛି । ଆଚାର୍ଯ୍ୟବରଣ ନୀତି ସମାପନ ପରେ ଗଜପତି ମହାରାଜଙ୍କ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ପ୍ରଶାସନ ଦ୍ୱାରା କରାଯାଇଥିବା ପରିକ୍ରମା ପ୍ରକଳ୍ପ ଏକ ଭଲ କାମ । ଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି ।  ଚତୁଃପାର୍ଶ୍ୱରେ କୋଠାବାଡ଼ି ଥିବାରୁ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିଲା । ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ହୋଇ ପ୍ରକଳ୍ପ କାମ ହେଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ପରିକ୍ରମା ପ୍ରକଳ୍ପ, ମନ୍ଦିର ସୁରକ୍ଷା ଏକାନ୍ତ ଜରୁରୀ ଥିଲା । ପୂର୍ବରୁ ମେଘନାଦ ପାଚେରୀ କଡ଼ରେ ଅଳିଆ ପଡୁଥିଲା, ଆଉ ପଡ଼ିବନି ବୋଲି କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଛନ୍ତି । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ । ଆସନ୍ତାକାଲି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ ।

୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ, ସରିବ । ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ହେବ । ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଏବଂ ଅନ୍ତପ୍ରଦକ୍ଷିଥ ପଥରେ ନାମ ସଂକୀର୍ତ୍ତନ, ହବନ, ଆରତୀ ଓ ପୁଷ୍ପାଞ୍ଜଳି ଆଦି ହେବ । ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ ।

୧୭ ତାରିଖ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରାହ୍ଣ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ । ଅପରାହ୍ଣ ୩ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ସାଧାରଣ ଶ୍ରଦ୍ଧାଳୁ ।

  • Reported by:
  • PRADEEP MAHANTY