• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଟିଭି ଫୋର୍‌ସାଇଟ କାର୍ଯ୍ୟକ୍ରମରେ ଉଠିଲା ଅଯୋଧ୍ୟା ରାମମନ୍ଦିର ପ୍ରସଙ୍ଗ । ଯୋଗଗୁରୁ ବାବା ରାମଦେବ ରାମମନ୍ଦିର ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଡ଼ା କଟାକ୍ଷ କରିଛନ୍ତି । ଏପରି କି ମନ୍ଦିରର ନିର୍ମାଣ ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି ବାବା ରାମଦେବ । ସେ କହିଛନ୍ତି, କିଛି ଲୋକ ଟିଭିରେ ଆସିବା ପାଇଁ ଏବେ ରାମମନ୍ଦିର କଥା କହୁଛନ୍ତି । କଂଗ୍ରେସକୁ କିଏ ମନା କରୁଥିଲା ରାମ ମନ୍ଦିର କରିବା ପାଇଁ ବୋଲି ସେ ପ୍ରଅସ୍ତ କରିଛନ୍ତି ।

ଖାଲି ଏତିକି ଯେ ତାହାନୁହେଁ, ବାବା ରାମ ଦେବ କହିଛନ୍ତି ଦିନେ କଂଗ୍ରେସ ବଡ଼ ରାଜନୈତିକ ଦଳ ଥିଲା । ହେଲେ ଆଜି ସେ କିପରି ଗୋଟିଏ ଘରେ ସୀମିତ ହୋଇ ରହିଛି । କଂଗ୍ରେସ ନେତାଙ୍କୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ । ବାବା ରାମଦେବ ତାଙ୍କ ବକ୍ତବ୍ୟରେ ଆହୁରି କହିଛନ୍ତି ଯେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏଥର ନିର୍ବାଚନ ଜିତିବେ କି ନାହିଁ ତାହା ସନ୍ଦେହ ସୃଷ୍ଟି କଲାଣି । ଏପରି ସମୟରେ ସେମାନେ ଆତ୍ମମୂଲ୍ୟାଙ୍କନ କରିବାର ସମୟ ଆସିଛି ।

ସେହିପରି ଇଣ୍ଡିଆ ମେଣ୍ଟର ନେତାମାନେ ଏବେ ନିଜ ନିଜ ସମସ୍ୟାରେ ସଂତ୍ରସ୍ତ । ଇଣ୍ଡିଆ ମେଣ୍ଟ ପାଇଁ ମୋଦି ଏଥର ୪ଶହ ଆସନ ଦଖଲ କରିବେ ବୋଲି ବାବା ରାମଦେବ କହିଛନ୍ତି । ସେହିପରି ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଚନ୍ତି ଯୋଗଗୁରୁ ବାବା ରାମଦେବ । ସେ କହିଛନ୍ତି ଏବେ ଶଙ୍କରାଚାର୍ଯ୍ୟ ପଲିଟିକାଲ ଶଙ୍କରାଚାର୍ଯ୍ୟ ହୋଇଗଲେଣି ।

ଓଟିଭି ଫୋର୍‌ସାଇଟ କାର୍ଯ୍ୟକ୍ରମରେ ବାବା ରାମଦେବ ସମସ୍ତ ଲୋକମାନଙ୍କୁ ସବୁ ବେଳେ ବଡ଼ ଚିନ୍ତା କରିବାକୁ ହେବ ବୋଲି କହିଛନ୍ତି। ବଡ଼ ଚିନ୍ତା କରିବା ସହିତ ତାକୁ ସାକାର କରିବାକୁ କଠିନ ପରିଶ୍ରମ କର ବୋଲି ବାବା ରାମଦେବ କହିଛନ୍ତି ।