• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କ୍ରାନ୍ତିକାରୀ ଫାଉଣ୍ତେସନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ କ୍ରାନ୍ତିକାରୀ ଫାଉଣ୍ତେସନ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜିର ଓଡ଼ିଶା ଓ ଯୁବ ସମାଜ ଶୀର୍ଷକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଆ ଜାତିର ସ୍ୱାଭିମାନ, ବର୍ତ୍ତମାନର ସମାଜରେ ଯୁବଶକ୍ତିର ରାଜନୈତିକ, ସାମାଜିକ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ।

ରାଜନୈତିକ ସମାଜ ପ୍ରତି ଯୁବକମାନଙ୍କର କର୍ତ୍ତବ୍ୟ ଉପରେ ବିସୃତ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ରାଜନୈତିକ ସମାଜରେ ସଂସ୍କାରର ଆବଶ୍ୟକତା ରହିଛି । ଏହାର ସୁଧାର କେବଳ ଯୁବଶକ୍ତି ଦ୍ୱାରା ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଟିଭି ସାମ୍ବାଦିକା ପ୍ରଜ୍ଞା ଚୌଧୁରୀଙ୍କୁ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଥିଲେ । ବନ୍ୟା ଓ ମହିଳାଙ୍କ ସ୍ୱଚ୍ଛତା ଉପରେ ତାଙ୍କର ରିପୋର୍ଟ ପୁରା ଦେଶରେ ଚହଳ ସୃଷ୍ଟି କରିଥିଲା ।

କାର୍ଯ୍ୟକ୍ରମରେ ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀ, ଯୁବ ଉଦ୍ୟୋଗୀ, ଚଳଚ୍ଚିତ୍ର ତାରକା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶିଷ କୁମାର ରାଉତ, ମୀର ଅହମ୍ମଦ ଅଲ୍ଲୀ, ତାପସ ଦେ ବିଶ୍ୱରଞ୍ଜନ ଦାସଙ୍କ ସମେତ ସଙ୍ଗଠନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।