• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଟିଭି ଫୋର୍‌ସାଇଟ୍‌ରେ ମୁଖ୍ୟ ଅତିଥି ଭାବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗଦେଇ ନିଜର ବକ୍ତବ୍ୟ ରଖିଛନ୍ତି । ‘Reaching the last mile: Developing the rest of India’ରେ ମନ୍ତବ୍ୟ ରଖି ସେ କହିଛନ୍ତି, ପୂର୍ବ ସରକାର ସମୟରେ ଉତ୍ତର ପୂର୍ବାଞ୍ଚଳକୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା । ଏବେ ଆସାମ ସହ ନର୍ଥଇଷ୍ଟ ବିକାଶ କ୍ଷେତ୍ରରେ ଦୃତ ଗତିରେ ଆଗଉଛି ।

ଗତ ୯ ବର୍ଷରେ ନର୍ଥଇଷ୍ଟକୁ କେଉଁଠିରୁ କେଉଁଠିକୁ ନିଆଯାଇଛି, ବିଶ୍ୱାସ ହେବନି । ୨୦୧୪ରେ ଆସାମ ବଜେଟ ୪୨ ହଜାର କୋଟି ଥିଲା । ହେଲେ ଏବେ ଦେଢ଼ ଲକ୍ଷ କୋଟିରେ ପହଞ୍ଚିଛି । ଏସବୁ ଦେଖିଲେ ଆମେ ଆଉ ଲାଷ୍ଟ ମାଇଲ ନୁହେଁ, ଆମେ ଫାଷ୍ଟ ମାଇଲ୍‌ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଯଦି କେହି ନିବେଶ କରିବାକୁ ଚାହୁଁଛି, ଆମ ଠାରୁ ହିଁ ଆରମ୍ଭ କରିବେ । ଆଜି ଆମର ବିଶ୍ୱାସ ବଢ଼ିଛି ବୋଲି ସେ କହିଛନ୍ତି । ତାହାସହ ଆସାମ ଓ ଓଡ଼ିଶାକୁ ନେଇ ମଧ୍ୟ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।

ଓଟିଭି ଫୋର୍‌ସାଇଟ୍‌ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସାମ ଏବଂ ଓଡିଶା ମଧ୍ୟରେ ଏକ ଗଭୀର ସଂଯୋଗ ରହିଛି ବୋଲି କହିଛନ୍ତି । ଆସାମରେ ପ୍ରାୟ ୧୫ ରୁ ୨୦ ଲକ୍ଷ ଓଡ଼ିଆ ଲୋକ ବାସ କରୁଛନ୍ତି । ସେମାନେ ସେଠାରେ ଓଡିଆ ସଂସ୍କୃତିକୁ ଜୀବନ୍ତ ରଖିଛନ୍ତି ।

ଅନ୍ୟପଟେ ଓଟିଭି ଫୋର୍‌ସାଇଟ୍‌ରେ କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକ ଯୋଗଦେଇ ତାଙ୍କ ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଓଡ଼ିଶା ଲୋକ ଯେତିକି ଭଲ ପାଆନ୍ତି, ଆମେ ବି ପାଉ । ସାରା ଉତ୍ତର ପୂର୍ବାଞ୍ଚଳର ଲୋକମାନେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି କରନ୍ତି ।