• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆରମ୍ଭ ହୋଇଛି ଓଟିଭି ଫୋରସାଇଟ୍‌ ୨୦୨୪ କାର୍ଯ୍ୟକ୍ରମ । ଶ୍ରୀରାମଙ୍କ ଭଜନରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ପ୍ରତିମା ଭୌମିକ । ସେହିପରି କାର୍ଯ୍ୟକ୍ରମରେ ଯୋଗଗୁରୁ ବାବା ରାମଦେବ ସାମିଲ ହୋଇଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି, ବାଗ୍ମୀ, ଶିକ୍ଷାବିତ୍‌ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଓଟିଭିର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ହେଉଛି ‘ଫୋର୍‌ସାଇଟ୍-୨୦୨୪’ । ଫୋର୍‌ସାଇଟ୍‌ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚିନ୍ତନ ଓ ମାନସ ମନ୍ଥନ ହୋଇଛି । ପ୍ରଥମ ଅଧିବେଶନ: Reaching the last mile: Developing the rest of India ରହିଛି । ଏହି ଅବସରରରେ ଓଟିଏନ୍‌ର ଏମ୍‌ଡି ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ୨୭ ବର୍ଷର ଭଲପାଇବା ଓଟିଭିକୁ ୧ ନମ୍ବର କରିଛି ବୋଲି କହିଥିଲେ । 

ସେହିପରି ରାଜନୀତିରୁ ଅର୍ଥନୀତି, ସାମ୍ବାଦିକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଆସାମର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ, ମହାରାଷ୍ଟ୍ରର ପପୁଲାର୍ ମହିଳା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, TV 9 ନେଟୱର୍କର ସିଇଓ ଏବଂ ଏମଡି ବରୁଣ ଦାସ ପ୍ରମୁଖ ସାମିଲ ହୋଇଛନ୍ତି ।

ଏଥିସହ ସ୍ୱତନ୍ତ୍ର ଭାବେ ଯୋଗଗୁରୁ ବାବା ରାମଦେବ ବି ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରଥମ ସେସନରେ ବିକଶିତ ଭାରତର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ । ଏହାପରେ ‘ଗ୍ରାମୀଣ ଭାରତର ଅର୍ଥନୀତିରେ ସ୍ୱଦେଶୀର ଯୋଗଦାନ ଶୀର୍ଷକ ଆଲୋଚନାରେ ବାବା ରାମଦେବ ନିଜ ମତ ରଖିଥିଲେ। ଏହା ପରେ ପରେ ‘ଖବରର ଭବିଷ୍ୟତ’, ‘ଗଣମାଧ୍ୟମର ଭୂମିକା’, ମୋଦି ବନାମ୍ ‘I.N.D.I.A’ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।