• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

World Braille Day 2025
World Braille Day 2025: "ବ୍ରେଲି କେବଳ ଏକ ଭାଷା ନୁହେଁ, ଏହା ଅନ୍ଧକାର ଦୁନିଆକୁ ଖୋଲିବାର ଏକ ଚାବିକାଠି"

ବ୍ରେଲି ଭାଷାର ମହତ୍ତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ୪ ଜାନୁଆରୀରେ ଆନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଏ। ନେତ୍ରହୀନ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ, କାରଣ ଏହି ଦିନ ସେମାନଙ୍କ ଜୀବନରେ ଆଲୋକ ଆଣିଥିବା ଲୁଇସ୍ ବ୍ରେଲି ଜନ୍ମ ନେଇଥିଲେ।

୧୧ ଦିନ ଧରି ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
Baragarh Dhanujatra: ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରାନଗରୀ

କଂସଙ୍କ ପାଇଁ ରଙ୍ଗ ମହଲ ଓ ରାଜ ଦରବାରର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। କଳାକାର ମାନେ ବେଶ ଉତ୍ସାହିତ ଥିବାବେଳେ ବରଗଡବାସୀ ମଧ୍ୟ ଚାତକ ପକ୍ଷୀ ପରି ଚାହିଁ ରହିଛନ୍ତି ଧନୁଯାତ୍ରାକୁ । ବର୍ଷକରେ ଥରେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ହେଉଥିବାରୁ ସମସ୍ତେ ଧନୁଯାତ୍ରାକୁ ଅପେକ୍ଷା କରିଥାନ୍ତି। ସମସ୍ତଙ୍କ ମନରେ ବେଶ୍ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ବରଗଡ଼ ପୋଲିସ ପୁରା ପ୍ରସ୍ତୁତ ରହିଛି ।

  • Thursday, 02 January 2025
New Year 2025
ପଚିଶି ଆସିଲା, ଖୁସି ମଉଜରେ ଦୁନିଆ ମାତିଲା

ଚବିଶି ଗଲା ପଚିଶି ଆସିଲା, ଖୁସି ମଉଜରେ ଦୁନିଆ ମାତିଲା । ଜିରୋ ନାଇଟ୍ ହ୍ୟାଙ୍ଗଓଭରରୁ ବାହାରି, ଆଜି ଦିନ ତମାମ୍ ନିୟୁ ଇୟର ସେଲିବ୍ରେସନରେ ମସଗୁଲ ଥିଲା ମଣିଷ । ପୁରୁଣା ବର୍ଷକୁ ପଛରେ ପକାଇ, ସ୍ୱାଗତ କରିଥିଲା ସମ୍ଭାବନାମୟ ନବବର୍ଷକୁ । 

  • Wednesday, 01 January 2025
New Year 2025
New Year: ଜିରୋ ନାଇଟ୍ ପରେ ନିୟୁ ଇୟରକୁ ସବୁଠି ଜୋରଦାର ସ୍ବାଗତ; ଭୋଜିଭାତ ଓ ନାଚ-ଗୀତରେ କଂପିଲା ପିକନିକ୍ ସ୍ପଟ୍...

ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍।

ସୁଲିଆଯାତ୍ରା ପୂର୍ବରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ
Sulia Jatra Tension: ଗୋଟିଏ ବଦଳରେ ଦୁଇଟି ସ୍ଥାନରେ ହେବ ସୁଲିଆ ମହୋତ୍ସବ, ମୁହାଁମୁହିଁ ଦୁଇ ଗୋଷ୍ଠୀ

ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକର ଖଇରଗୁରା ଗାଁ । ଆଦିମ କାଳରୁ ଏଇଠି ପାଳିତ ହୋଇ ଆସୁଥିଲା ସୁଲିଆ ଯାତ୍ରା । କିନ୍ତୁ ସାଧାରଣ ବିବାଦ ଯୋଗୁଁ, ୧୯୭୦ ମସିହାରେ, ନିକଟ କୁମୁରିଆ ଗାଁରେ ଆଉ ଗୋଟେ ଖଳା ସୃଷ୍ଟି କରି ଆଦିବାସୀ ପରମ୍ପରା ଅନୁଯାୟୀ, ଆୟୋଜିତ ହୋଇ ଆସୁଛି ସୁଲିଆ ଯାତ୍ରା । ତେଣୁ ୧୯୭୦ ମସିହାରୁ ଉଭୟ ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ବଳି ଆୟୋଜିତ ହୁଏ । କିନ୍ତୁ ମୂଳପୀଠସ୍ଥଳୀ ଖଇରଗୁରାରେ ଆୟୋଜିତ ହେଉଥିଲା ସୁଲିଆ ମହୋତ୍ସବ । କିନ୍ତୁ ଏଥର ପ୍ରଥମ କରି କୁମୁରିଆରେ ଆୟୋଜିତ ହେବ ମହୋତ୍ସବ ।

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା
Krushnalila in Rangoli: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପ୍ରତିଟି ଦୃଶ୍ୟକୁ ରଙ୍ଗୋଲିରେ ସଜାଇଲେ କଳାକାର

ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ , କଂସ, ପୁତନା ବଧ ଓ କଂସଙ୍କ ନଗରଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର।

ପାଦ ଥାପିଲା ୨୦୨୫
New Year 2025: ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ପାଦ ଥାପିଲା ବର୍ଷ ୨୦୨୫, ଗାଁରୁ ଗ୍ଲୋବ୍ ସବୁଠି ଉତ୍ସବମୁଖର ପରିବେଶ

ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ବଡ଼ ଠାକୁରଙ୍କୁ ସହଳ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।

New Year’s Eve 2024
History Of New Year: କେବେଠୁ ଆରମ୍ଭ ହେଲା ୦୧ ଜାନୁଆରୀରେ ନୂତନ ବର୍ଷ, ଜାଣନ୍ତୁ...

ଆମ ମଧ୍ୟରୁ ଅଧିକାଂଶ ଲୋକେ ଭାବନ୍ତି ଯେ ଆମେ କାହିଁକି ଡିସେମ୍ବର ୩୧ରେ ଆନୁଷ୍ଠାନିକ ଭାବରେ ଗୋଟିଏ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା। ଆସନ୍ତୁ ସେ ବିଷୟରେ ଜାଣିବା।

Know history significance and reason behind Boxing Day
Boxing Day 2024: ନା ସିନା ‘ବକ୍ସିଂ ଡେ’, ବକ୍ସିଂ ସହିତ ନାହିଁ କିଛି ସଂପର୍କ; ଜାଣନ୍ତୁ କ’ଣ ପାଇଁ ହୁଏ ପାଳନ

ଆଜି ବକ୍ସିଂ ଡେ’। ଏମିତି ନାଁ କାରଣରୁ ଆପଣ ନିଶ୍ଚିତ ଭାବୁଥିବେ ‘ବକ୍ସିଂ ଡେ’ ସହିତ ବକ୍ସିଂ କ୍ରୀଡାର ସମ୍ପର୍କ ଅଛି। କିନ୍ତୁ ଏପରି ଆଦୌ ନୁହେଁ। ଯଦିଓ ଏହି ଦିନର ଉତ୍ପତ୍ତି ସ୍ପଷ୍ଟ ଭାବେ ଜଣା ପଡିନାହିଁ।

ଅବିକା କ୍ୟାଲେଣ୍ଡର ୨୦୨୫
Abika Calendar 2025: ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେରେ ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’

‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।

Atal Bihari Vajpayee Birthday 2024
Atal Bihari Vajpayee Birthday 2024: ବାପା ଚାହୁଁ ନ ଥିଲେ ଅଟଳ RSSର ଖାକି ପ୍ୟାଣ୍ଟ ପିନ୍ଧୁ; ଭଉଣୀ ଫୋପାଡି ଦେଉଥିଲେ

ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ରହିଛି ଅନେକ ଅଜଣା କଥା। ସେଥିମଧ୍ୟରୁ ଗୋଟିଏ ହେଉଛି, ଉଭୟ ବାପା-ପୁଅ ସମାନ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ହଷ୍ଟେଲରେ ସମାନ କୋଠରୀରେ ରହୁଥିଲେ। ଆସନ୍ତୁ ତାଙ୍କ ବିଷୟରେ ଏମିତି ଆଉ କିଛି ରୋଚକ କଥା ଜାଣିନେବା।

Why santa claus wear red and white clothes
Santa Claus: ସାନ୍ତା କ୍ଲଜ୍‌ର ପୋଷାକ କାହିଁକି ନାଲି ଏବଂ ଧଳା ରଙ୍ଗ ହୋଇଥାଏ

କିଛି ଲୋକଙ୍କ ମନରେ ଏପରି ପ୍ରଶ୍ନ ଆସେ ଯେ ସାନ୍ତା କ୍ଲଜ୍‌ର ପୋଷାକ ସବୁବେଳେ ନାଲି ଏବଂ ଧଳା କାହିଁକି? ତେବେ ଆସନ୍ତୁ, ଆଜି ଆମେ ଆପଣଙ୍କୁ କହିବୁ ସାନ୍ତା କାହିଁକି ଲାଲ୍ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ, ଏହା ପଛରେ କାହାଣୀ କ’ଣ…

Christmas 2024
Christmas 2024: ଅଣ-ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟମାସଙ୍କୁ କାହିଁକି ସୂର୍ଯ୍ୟଙ୍କ ଜନ୍ମଦିନ ଭାବରେ ପାଳନ କରନ୍ତି…

ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଖ୍ରୀଷ୍ଟମାସର ବିଶେଷତ୍ୱ ହେଉଛି ଏହି ପର୍ବ କେବଳ ଖ୍ରୀଷ୍ଟିଆନମାନେ ନୁହେଁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରନ୍ତି।

ସ୍ୱତନ୍ତ୍ର ବ୍ୟବସ୍ଥା
Mahakumbha 2025:ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ । 

National Consumer Rights Day 2024
National Consumer Rights Day 2024: ଅଧିକ ସୁରକ୍ଷିତ ହେବ ଡିଜିଟାଲ ବଜାର ବ୍ୟବସ୍ଥା; ଜାଣନ୍ତୁ ସରକାରୀ ପଦକ୍ଷେପ

ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହି ଅବସରରେ ଡିଜିଟାଲ ବଜାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ନେଇ ସରକାରୀ ସ୍ତରରେ ନିଆଯାଇଛି ଏହିସବୁ ପଦକ୍ଷେପ।

National Farmer’s Day 2024
National Farmer’s Day 2024: ଚାଷୀ କିପରି ହେବେ ଆତ୍ମନିର୍ଭରଶୀଳ; ଆସନ୍ତୁ ଜାଣିବା…

ଚାଷୀଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

Why Pathani Samanta composed 'Siddhanta Darpana'
Pathani Samanta’s Birthday 2024: ପଠାଣି ସାମନ୍ତ କାହିଁକି ରଚନା କଲେ ‘ସିଦ୍ଧାନ୍ତ ଦର୍ପଣ’

ଆଜି ପଠାଣି ସାମନ୍ତଙ୍କ ଜନ୍ମଦିନ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ।

National Mathematics Day 2024
National Mathematics Day 2024: କର୍କଟ ରୋଗକୁ ବୁଝିବାକୁ ସହଯୋଗ କରୁଛି ଶ୍ରୀନିବାସ ରାମାନୁଜନଙ୍କ ଗଣିତ

ଆଜି ‘ଜାତୀୟ ଗଣିତ ଦିବସ’। ଏହି ଦିନ ରାମାନୁଜନଙ୍କ ମହାନ ଅବଦାନକୁ ଲୋକଲୋଚନକୁ ଅଣାଯିବା ସହ ଦିବସଟିକୁ ଉତ୍ସାହର ସହ ପାଳନ କରାଯାଏ।

ଓଡ଼ିଶାରେ ଧନୁ ସଂକ୍ରାନ୍ତି
Dhanu Sankranti: ଭୋଜନପ୍ରିୟ କାଳିଆ: ପତ୍ନୀଙ୍କ ଅନୁପସ୍ଥିତିରେ ଖାଆନ୍ତି ମାଆ ହାତରନ୍ଧା ୨୪ ପ୍ରକାର ବ୍ୟଞ୍ଜନ

ବିଚିତ୍ର ଆମ ଓଡ଼ିଆ ଧାର୍ମିକ ପରମ୍ପରା। ସାଧାରଣ ମଣିଷ ପରି ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଣୀ। ୧୧ ମାସ ଧରି ସେ ପତ୍ନୀ ଲକ୍ଷ୍ମୀଙ୍କ ହାତରନ୍ଧା ଖାଆନ୍ତି। କିନ୍ତୁ ଗୋଟିଏ ମାସ ଖାଆନ୍ତି ମାଆଙ୍କ ହାତରନ୍ଧା। ଶ୍ରୀମନ୍ଦିରରେ ଏହାକୁ କୁହାଯାଏ ପହିଲି ଭୋଗ। ଏହି ଭୋଗରେ କଣ ସବୁ ମାଆ ତା ପୁଅ ପାଇଁ ରାନ୍ଧେ ଜାଣନ୍ତୁ।

Kumbh Mela
ତୀର୍ଥରାଜ ପ୍ରୟାଗରେ ଚାଲିଛି ବିଶ୍ୱର ସବୁଠୁ ବଡ଼ ଆୟୋଜନ ।

ମୋଦି କହିଛନ୍ତି ଏଥରର ମେଳା ହେବ ଦିବ୍ୟ-ଭବ୍ୟ ଓ ଡିଜିଟାଲ୍, ଏଠି ଚାଲିବ ଏକତାର ମହାଯଜ୍ଞ । ସାରା ବିଶ୍ୱର ନଜର ରହିଥିବାରୁ ଶ୍ରଦ୍ଧାଳୁଙ୍କୁ ସବୁ ସୁବିଧା ପହଞ୍ଚାଇବା ଆମ ଦାୟିତ୍ୱ ।

  • Friday, 13 December 2024
PM Modi
Mahakumbh 2025: କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।

ପୁରୀ ମାତାମଠରେ ବ୍ୟଞ୍ଜନ ଦ୍ୱାଦଶୀ
Byanjan Dwadasi in Puri: ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନରେ ବ୍ୟଞ୍ଜନ ଦ୍ୱାଦଶୀ...ଏହି ପ୍ରସାଦ ସେବନ କଲେ...

କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା ।ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା ।ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି ।ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ।ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ ।

Vyanjana Dwadashi 2024
Vyanjana Dwadashi: କାହିଁକି ପାଳନ ହେଉଛି ବ୍ୟଞ୍ଜନ ଦ୍ୱାଦଶୀ; କ’ଣ ରହିଛି ବୈଜ୍ଞାନିକ କାରଣ

ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ। ଏହି ଦିନ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି। କୃଷ୍ଣ ଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି।

Lord shri Krishna gave the knowledge of geeta to arjun
Geeta Jayanti 2024: ଭଗବାନ କୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଦେଇଥିଲେ ଏମିତି ଉପଦେଶ

ମାର୍ଗଶିର ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥି ମୋକ୍ଷଦା ଏକାଦଶୀ ଭାବରେ ଜଣାଶୁଣା। ଏଥର ଏହି ଏକାଦଶୀ ୧୧ ଡିସେମ୍ବରରେ ପଡୁଛି। ଏହି ଦିନ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତା ଉପଦେଶ ଦେଇଥିଲେ। ସେହିଦିନ ଆଜି ଥିବାରୁ ପ୍ରତ୍ୟେକ ହିନ୍ଦୁ ‘ଗୀତା ଜୟନ୍ତୀ’ ପାଳନ କରନ୍ତି।

Human Rghts Day 2024 ten human rights each one to enjoy
Human Rights Day 2024: ୧୦ଟି ମାନବାଧିକାର ଯାହାକୁ ସମସ୍ତେ ଉପଭୋଗ କରିବା ଉଚିତ

୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।