• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

niladri bije
ସରିଲା ରଥଯାତ୍ରା, ନୀଳାଦ୍ରି ବିଜେ କଲେ ଶ୍ରୀଜିଉ

ପୁରୀ : କୋଟି ହୃଦୟର ଦେବତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ଲୀଳାଖେଳା। ସନ୍ଧ୍ୟାଧୂପ ନୀତି ପରେ ନୀଳାଦ୍ରି ବିଜେ କରିଛନ୍ତି ଶ୍ରୀଜିଉ। ନୀଳାଦ୍ରି ବିଜେ ପୂର୍ବରୁ ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଅନନ୍ୟ ଭେଟ ନୀତି ସଂପନ୍ନ ହୋଇଥିଲା। ପରମ୍ପରା କ୍ରମେ, ଜୟବିଜୟ ଦ୍ୱାର ନିକଟରେ ବଚନିକା ପରେ କାଳିଆସାଆନ୍ତ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ଗଇଁଠାଲ ଫିଟା ନୀତି ମଧ୍ୟ ଅନୁଷ୍ଠିତ ହୋଇଛି। ଭିତରଛ ମହାପାତ୍ର ବନ୍ଦାପନା ନୀତି କରିବା ସହ ନିଜେ […]

puri
ଜନ୍ମବେଦୀରେ ଚାଲିଛି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ

ପୁରୀ : ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମବେଦୀରେ ଚାଲିଛି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ। ଭକ୍ତମାନେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ। ଏହାପରେ ସାଧାରଣ ଦର୍ଶନ ବନ୍ଦ ରହିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ବାରିକେଡ଼ ଦେଇ ଭକ୍ତମାନଙ୍କୁ ମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ଛଡ଼ାଯାଉଛି। ସନ୍ଧ୍ୟା ଦର୍ଶନ ସରିବା ମାତ୍ରେ, ଆସନ୍ତାକାଲି ବାହୁଡ଼ା […]

  • Saturday, 17 July 2021
nandighosa
କାଲି ସନ୍ଧ୍ୟା ୭ଟା ପରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶରଧାବାଲିରେ ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି। ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନରେ ଦୁଇ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ଅଣାଯାଇଛି। ଆସନ୍ତାକାଲି ନବମୀରେ ସନ୍ଧ୍ୟା ଦର୍ଶନ […]

ratha 0
ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ, ଆଜି ନନ୍ଦିଘୋଷ ରଥର ହେବ ଦକ୍ଷିଣମୋଡ଼

ପୁରୀ : ଶରଧାବାଲିରେ ରଥକୁ ଦକ୍ଷିଣମୋଡ଼ କରାଯିବା ସହ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି। ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନରେ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଛି। ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ନାକଚଣା ଦ୍ୱାରକୁ ଅଣାଯାଇଥିବାବେଳେ ପରେ ତାଳଧ୍ୱଜ ରଥକୁ ଅଣାଯାଇଥିଲା। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ଅଣାଯିବ। ଆସନ୍ତାକାଲି ସନ୍ଧ୍ୟାରେ […]

  • Saturday, 17 July 2021
hera panchami9
ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ

ପୁରୀ : ଦଇତାପତି ସେବାୟତ ଓ ଜେଟିପି ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି ରାତି ୧୨ଟା ସୁଦ୍ଧା ହୋଇପାରି ନଥିଲା। ଅଭିଯୋଗ ଅନୁଯାୟୀ, ଗତକାଲି ଜେଟିପି ଜଣେ ବାଡଗ୍ରାହୀଙ୍କ ପତ୍ନୀଙ୍କୁ କୌଣସି ବିବାଦକୁ ନେଇ ଧକ୍କା ମାରିଥିଲେ। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଓ ଜେଟିପି ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ବାଡ଼ଗ୍ରାହୀଙ୍କ ପୁଅ ଜେଟିପିକୁ […]

hera
ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ହେରାପଞ୍ଚମୀ ନୀତି , ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ :  ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ। ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ହଂସପଟାର କିଛି ଅଂଶ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ। କାରଣ […]

srijiu
ଆଡ଼ପ ମଣ୍ଡପରେ ଶ୍ରୀଜିଉ, ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଠାକୁର

ପୁରୀ : ଆଡ଼ପ ମଣ୍ଡପରେ ଶ୍ରୀଜିଉ। ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏନେଇ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଜନସମାଗମ । ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଥିଲେ ଚତୁର୍ଦ୍ଧା ମୂର୍ତ୍ତି।  ଶୁକ୍ରବାର ସଂଧ୍ୟାରେ ଠାକୁର ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଇଥିଲେ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ […]

adapa--
ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତି

ପୁରୀ : ରଥ ଉପରୁ ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀର ବିଜେ ହୋଇଛନ୍ତି ମହାପ୍ରଭୁ। ଏହା ପୂର୍ବରୁ ରଥରେ ବିରାଜମାନ କରୁଥିବା ଶ୍ରୀଜିଉମାନେ ଆଜି ବାମନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରଥ ଉପରେ ସନ୍ଧ୍ୟା ଆରତୀ ଓ ସନ୍ଧ୍ୟା ଧୂପ ନୀତି ପରେ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ […]

puri
ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ ; ଶ୍ରୀମନ୍ଦିର ଫୁଲସଜ୍ଜାକୁ ନେଇ ଚାରିଆଡେ ଚର୍ଚ୍ଚା

ପୁରୀ : ନବବଧୂ ଭଳି ସଜେଇ ହୋଇଛି ନୀଳକନ୍ଦର। ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ। ମହମହ ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ। ପୂର୍ବରୁ ପଥର ଦେହରେ ସୂକ୍ଷ୍ଣ କାରୁକାର୍ଯ୍ୟ ଦେଖି ମନ୍ତ୍ରମୁଗ୍ଧ ହେଉଥିବା ଭକ୍ତ ଏବେ ବିମୋହିତ ହେଉଛି ଶ୍ରୀମନ୍ଦିରର ଏଭଳି ପୁଷ୍ପ ଶୃଙ୍ଗାର ଦେଖି। ଆଖି ଲାଖିଯାଉଛି ସୁସଜ୍ଜିତ ସିଂହଦ୍ୱାରଠାରେ, ଯେଉଁଠି ଫୁଲ ବି କହୁଛି ‘ଜୟ ଜଗନ୍ନାଥ।’ କେବଳ ସିଂହଦ୍ୱାର ନୁହେଁ, ଚାରି ଦ୍ୱାର ଠୁ ଆରମ୍ଭ କରି ମେଘନାଦ ପାଚେରୀ, ବାଇଶି ପାହାଚ, […]

adapa
ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ

ପୁରୀ :  ରଥାରୁଢ଼ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି।  ତା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। ଦିନ ବେଳା ରଥରେ ବିରାଜମାନ ହୋଇଥିବା ମହାପ୍ରଭୁ ବାମନ ରୂପର ସାନିଧ୍ୟ ଦେଇଛନ୍ତି। ସଂଧ୍ୟା ଆରତୀ ଓ ସଂଧ୍ୟା ଧୂପ ପରେ ଘୋଡ଼ା ଫିଟିଥିଲା ଓ ଚାରମାଳ […]

6
ରଥ ଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର

ଯାଜପୁର  : ରଥଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ। ରଥ ଟଣା ବେଳେ କାଠ ଚକ ଭାଙ୍ଗିଯିବାରୁ ଭକ୍ତମାନେ ତିନି ଠାକୁରଙ୍କ ବିଗ୍ରହକୁ ବାଉଁଶରେ ବାନ୍ଧି ମାଉସୀମା ମନ୍ଦିର ଯାଏଁ କାନ୍ଧରେ ବୋହିଥିଲେ। ବ୍ୟାସନଗର ପୌର ପରିଷଦ ପକ୍ଷରୁ ରଥ ମରାମତି ପାଇଁ ୮୦ ହଜାର ଟଙ୍କା ଦିଆଯିବା ସତ୍ତ୍ୱେ ପୁରୁଣା ଚକରେ ରଥ ଟାଣିବାରୁ ଏଭଳି ଅଘଟଣ ଘଟିଥିବା […]

nilagiri
ସରିଲା ଛେରାପହଁରା; ନୀଳଗିରିରେ ଆସନ୍ତାକାଲି ରଥଟଣା

ନୀଳଗିରି( ବିଶ୍ୱମ୍ବର ଦାସ୍‌) : ନୀଳଗିରିରେ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇ ଉଠିଛି। ଆଜି ଅପରାହ୍ନରେ ନୀଳଗିରି ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଛେରାପହଁରା କରିଛନ୍ତି। ରଥଯାତ୍ରାକୁ ଦେଖିବା ପାଇଁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଆଦି ସମ୍ପନ୍ନ ହୋଇଥିଲା। ଏହି ରଥଯାତ୍ରାକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଥିଲା। ଭକ୍ତଙ୍କ ହରିବୋଲ, ହୁଳହୁଳି, ଶଙ୍ଖ, […]

ratha krd
ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦଉଲ୍ଲାସର ସହ ରଥଯାତ୍ରା ପାଳିତ

ଭୁବନେଶ୍ୱର : ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବେଶ୍ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି ରଥଯାତ୍ରା। ବାରିପଦାରେ ଆଜି ତିନି ରଥରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଛି। ଏଠାରେ ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣା ଯିବ ଏବଂ ପରଦିନ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ଟାଣିବେ ଭକ୍ତ। ସେହିଭଳି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ଼ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ, ଏଠାରେ ଆଦିବାସୀ […]

bangalore
ଓଡ଼ିଶା ବାହାରେ ରଥଯାତ୍ରା ମହାସମାରୋହରେ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ବାହାରେ ଦେଶର ବିଭିନ୍ନ ଭାଗରେ ମହାସମାରୋହରେ ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଛି। ଗୁଜରାଟର ଅହମ୍ମଦାବାଦରେ ଏ ବର୍ଷ ୧୪୨ତମ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସପତ୍ନୀକ ସାମିଲ ହୋଇଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରଥରେ ଛେରା ପହଁରା କରିଥିଲେ। ସେହିଭଳି ଓଡ଼ିଆ ବହୁଳ ସହର ସୁରଟରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ରଥଯାତ୍ରା। ଏଠାରେ ରଥଯାତ୍ରାରେ ମୁଖ୍ୟ ରଥ ସହ ୧୯ଟି ସୁସଜ୍ଜିତ ହାତୀ, […]

ratha 7
ରଥ ଟଣା ବେଳେ ଅଘଟଣ; ଲୁହାରେ ତିଆରି ରଥରେ ବିଦ୍ୟୁତ୍‌ ତାର ଲାଗି ୨ ଜଣଙ୍କ ମୃତ୍ୟୁ

ଯାଜପୁର(ଅଭୟ ପତି ):ରଥ ଯାତ୍ରାରେ ଅଘଟଣ। ଅକାଳରେ ଝଡ଼ିପଡ଼ିଲା ୨ ଜୀବନ।  ଲୌହ ନିର୍ମିତ ରଥରେ ବିଦ୍ୟୁତ୍‌ ତାର ଲାଗି ୨ ଜଣଙ୍କ  ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କାଳିଆପାଣି ଟିସ୍କୋ ମାଇନ୍ସ କଲୋନୀ ନିକଟରେ ଏହି ଅଘଟଣ ଘଟିଛି। ରଥ ଟଣା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସମ୍ପୃକ୍ତ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ସୁଚିତ୍ର ଲେଙ୍କା ଓ ଭରତ ରାୟ। ଏଥିରେ ଅନ୍ୟ ୭ ଜଣ ଆହତ […]

  • Saturday, 17 July 2021
bibhutoi patnaik
ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର, ଜଣକର ନୁହେଁ ...ସେଥିଲାଗି ତାହା ମହାପ୍ରସାଦ

ଜଗନ୍ନାଥଙ୍କୁ ଦେଖିଦେଲେ ମୋହିତ ହୋଇଯାଏ ଭକ୍ତ। ବିମୋହିତ ହୋଇଉଠେ ତାଙ୍କର ରୂପ ଓ କାନ୍ତିରେ । ଏଇଥି ପାଇଁ ଭକ୍ତ ବିଶ୍ୱାସ କରେ ସେହି ବଡ଼ ଠାକୁରଙ୍କୁ । କାରଣ ସେ ନରର ଦେବତା । ଯେମିତି ମଣିଷର ଜନ୍ମ ଥାଏ ଓ ମୃତ୍ୟୁ ଘଟେ ; ସେହିପରି କଳା ଠାକୁରଙ୍କର ବାର ବର୍ଷରେ ଥରେ ନବକଳେବର ହୁଏ। ତାଙ୍କର ପ୍ରସାଦ ମହା ପ୍ରସାଦ । କାରଣ ତାହା ଜଣଙ୍କର ନୁହେଁ, ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର… ଜଗନ୍ନାଥଙ୍କୁ […]

puri3
ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବାକୁ ଅପେକ୍ଷାରେ ଭକ୍ତ

ପୁରୀ : ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ। ରାତି ପାହିଲେ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ରଥଯାତ୍ରା ହେବ। ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ଉଛନ୍ନ ହେଲେଣି ଭକ୍ତ। ଭଜନ ଓ କୀର୍ତ୍ତନରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଆସନ୍ତାକାଲି ସକାଳ ୯ଟାରେ ମଦନମୋହନ, ବଳଭଦ୍ର, […]

puri road
ରଥ ପାଇଁ ବଦଳିଲା ରାସ୍ତାର ଠିକଣା, କାଲି ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

ପୁରୀ  : ରାତି ପାହିଲେ ମହାପ୍ରଭୁଙ୍କର ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମଗ୍ର ପୁରୀ ସହରକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ ଦାୟିତ୍ୱରେ ଜଣେ ଜଣେ ଡେପୁଟି କମାଣ୍ଡାଣ୍ଟ କିମ୍ବା ଆଡିସିନାଲ ଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସହରକୁ ଆସୁଥିବା ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଚାରି ଚକିଆ ଯାନ […]

anubhutire jagannath
ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପି ଦେଲେ , ସବୁ ଫଳପ୍ରଦ ହୁଏ ...

ସେ ଭାବର ଠାକୁର । ଭକ୍ତର ଭାବରେ ସେ ବନ୍ଧା। ତାଙ୍କୁ ଯିଏ ସ୍ଥାନ କାଳ ପାତ୍ର ବିଶେଷରେ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି । କେବଳ ହୃଦୟର ଆତୁରତା ହିଁ ଲୋଡ଼ା। ଯେଉଁ ଭକ୍ତିର ଆତୁରତାରେ ସେ ଟାଣି ହୋଇ ଭକ୍ତ ପାଖକୁ ଆସଥାନ୍ତି। ଏଇ ହେଉଛି ରଥଯାତ୍ରା। ମହାପ୍ରଭୁ ଯେଉଁଠି ମନ୍ଦିର ଭିତରେ ରହି ନପାରି ଭକ୍ତକୁ ଦର୍ଶନ ଦେବାକୁ ନିଜେ ବଡ଼ ଦାଣ୍ଡକୁ ଚାଲିଆସନ୍ତି। ଭକ୍ତର ଭକ୍ତିର ରଜ୍ଜୁ ତାଙ୍କୁ […]

puri
ନବଯୌବନ ରୂପରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ

ପୁରୀ :୧୫ ଦିନ ଅପେକ୍ଷାର ଅନ୍ତ ଘଟିଲା। ପୁଣି ଥରେ ଝଲସି ଉଠିଲା କୋଳାହଳ ଶୂନ୍ୟ ହୋଇପଡିଥିବା ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଅନନ୍ୟ ନବଯୌବନ ବେଶର ଦିବ୍ୟ ସାନ୍ନିଧ୍ୟ ଲାଭ କଲେ ହଜାର ହଜାର ଭକ୍ତ। ଦତ୍ତ ମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଗାର ଶେଷ କରିବା ପରେ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନରେ ନବଯୌବନ ରୂପରେ ଦର୍ଶନ କଲେ ଭକ୍ତ। ୧୫ ଦିନ ଧରି ଦର୍ଶନ ନପାଇ ବିରହ ଅବସ୍ଥାରେ ଥିବା ଭକ୍ତଗଣ ଶ୍ରୀଜୀଉଙ୍କୁ […]

sonal
'ଜଗନ୍ନାଥ ଶବ୍ଦାତୀତ, ତାଙ୍କୁ ବର୍ଣ୍ଣିବା ମୁସ୍କିଲ୍‌'

ସେ ଜଗତର ନାଥ ଜଗନ୍ନାଥ। କାହା ପାଇଁ ବନ୍ଧୁ ତ କାହା ପାଇଁ ଦେବତା। ସେ ଅନାଥର ନାଥ। ସେ ଜୀବର ଜୀବନ। ଯାହାଙ୍କ ପାଇଁ ଆତଯାତ ଏ ଶରୀରରେ ବାୟୁ ରୂପରେ ପ୍ରାଣ। ପ୍ରତିବର୍ଷ ଭଳି ସେ ରଥରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ। କୋଟିଏ ମନ ହେବ ଗୋଟିଏ। ଗଗନ ପବନ କମ୍ପିବ ଗୋଟିଏ ଧ୍ୱନିରେ …ଜୟ ଜଗନ୍ନାଥ। ଗୋଟିଏ ଦେବତା ସେ । କୋଟି କୋଟି ଭକ୍ତ ତାଙ୍କର। କାହା […]

୩
ମା’ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିପଡିଲା ନାକୁଆସି, ଆଉ ତା ପରେ…

୨୦୧୭ ଅକ୍ଟୋବର। ଦଶହରା ସମୟ। ଏକ ନିର୍ଦ୍ଦିଷ୍ଟ କାମରେ ମୁଁ ତାଳଚେରରେ ଥାଏ। ଦିନେ କାଇଁ କେଜାଣି ଇଚ୍ଛା ହେଲା କାଳିଆ ଦର୍ଶନ କରିବାକୁ। ହେଲେ ପୁରୀ ଯାଇ ଫେରିବା ସମ୍ଭବ ହେବନି, ଏ କଥା ଭାବି ମନ ଉଣା ହେଲା। କିନ୍ତୁ କାଳିଆ ମହନି ଲଗେଇଥିଲା ଯେ, ମନଟା ଖାଲି ଛାଟିପିଟି ହେଉଥାଏ। ଫୋନ୍ କଲା ଚଗୁଲୁ, ମୋର ଅତି ଅନ୍ତରଙ୍ଗ ପିଲାବେଳର ବନ୍ଧୁ। ଗୋଟିଏ ନିର୍ଦ୍ଦିଷ୍ଟ କାମ ଯାହା ସେଦିନ ହେବା କଥା ସେ […]

aparajita
ପ୍ରଭୁ ଜଗନ୍ନାଥଙ୍କୁ ନେଇ ନିଜ ଅନୁଭୂତି ବାଣ୍ଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ- ‘ଅନୁଭୂତିରେ ଜଗନ୍ନାଥ’ ଆଜି ଅନୁଭୂତି ବାଣ୍ଟିବାକୁ ଆମ ସହ ସାମିଲ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଭକ୍ତି ଭାବରେ ବଖାଣଇଛନ୍ତି ନିଜ ମନର ଅନେକ ଅକୁହା କଥା- ‘ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋ ଜୀବନର ମେରୁଦଣ୍ଡ। ଆଜି ପର୍ଯ୍ୟନ୍ତ ମୋର ଯେଉଁ ସବୁ ଉପଲବ୍ଧି ହୋଇଛି , […]

puri
ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀଜୀଉ

ପୁରୀ :  ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କୁ ଅବଗତ କରାଇଛନ୍ତି ଦଇତାପତି ସେବାୟତମାନେ। ସେପଟେ ରଥଯାତ୍ରାକୁ ଆଉ ଖୁବ୍ କମ୍‌ ଦିନ ଥିବାରୁ ମହାରଣା, ଭୋଇ, ରୂପକାର, ଚିତ୍ରକର ସେବାୟତମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ। ଘଣ୍ଟଘଣ୍ଟା, କାହାଳୀ, ମୃଦଙ୍ଗ ଶଦ୍ଦରେ ପୂରି ଉଠୁଛି ଶ୍ରୀମନ୍ଦିର। ଉତ୍ସବ ମୁଖରିତ ହୋଇଛଠିଛି ବଡଦାଣ୍ଡ। ଦଇତା ସେବାୟତ, ପତି ମହାପାତ୍ର ସେବାୟତଙ୍କ ସହ କୁନି କୁନି ଦଇତାପତି […]

ଓଲହୱପହୂଗ
କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ, କାହା ବିଶ୍ୱାସରେ ସେ ପ୍ରାଣର ଦେବତା...

କିଏ ତାଙ୍କୁ କହେ ଅନ୍ତର୍ଯ୍ୟାମୀ। ପୁଣି କାହା ବିଶ୍ୱାସରେ ସେ ପ୍ରାଣର ଦେବତା। ଅନେକଙ୍କ ଶୟନ, ସପନ ଓ ଜାଗରଣରେ ବି ସେ ଚିର ବିରାଜିତ। ତାଙ୍କୁ ନେଇ ପ୍ରତିଟି ଓଡ଼ିଆଙ୍କର ରହିଛି ଅନେକ ଅଭୂଲା ଅନୁଭବ। ଆମେ କହୁଛୁ, କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ କଥା। ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ –ଅନୁଭୂତିରେ ଜଗନ୍ନାଥ। ଆମ ସହ ନିଜର […]