• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଜି ମହାଶିବରାତ୍ରୀ, ସମସ୍ତ ଶୈବପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଆଜି ମହାଶିବରାତ୍ରୀ । ଏହି ଅବସରରେ ସମସ୍ତ ଶୈବପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରାତିରେ ମହାଦୀପ ଉଠିବ । ତେବେ ରାଜ୍ୟରୁ ଏଯାଏଁ କୋଭିଡ ଡର ସମ୍ପୂର୍ଣ୍ଣ ଦୂର ହୋଇନଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିଛି । ଏଥିପାଇଁ ପ୍ରମୁଖ ଶିବାଳୟରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।

କରୋନା କଟକଣା ଭିତରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପାଳନ ହେବ ମହା ଶିବରାତ୍ରୀ । ଏଥିପାଇଁ ପ୍ରସ୍ତୁତି ଶେଷ ପଯର୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ। ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି । ଆଜି ଭୋର ୫ଟାରୁ ଭକ୍ତମାନେ ଆସି ମହାଦେବଙ୍କ ଦର୍ଶନ କରୁଛନ୍ତି ।

ମହାଶିବରାତ୍ରୀରେ ରାତି ୧୦ ଟାରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବ । ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ବ୍ୟବସ୍ଥା କରାଯାଇଛି । ଡିସିପି ଟ୍ରାଫିକ ଏ ଦାୟିତ୍ୱରେ ରହିଛନ୍ତି । କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୋଲିସ କମିଶନର ।