Advertisment

ଶିବ ହୋଇ ଅମର ହୋଇଯାଇଥିବା ୫ କଳାକାର

ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂଙ୍କ ଚେହେରା। ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ଅମର ହୋଇଯାଇଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।

author-image
Pramod Behera
Actors who have played Lord Shiva role on tv

Actors who have played Lord Shiva role on tv

ଆଜି ସାରା ଦେଶରେ ମହାଶିବରାତ୍ରୀକୁ ଉତ୍ସାହର ପର୍ବ ପାଳନ କରାଯାଉଛି। ହିନ୍ଦୁ ବିଶ୍ୱାସ ଅନୁଯାୟୀ ମହାଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ଉପାସନା, ତପସ୍ୟା ଏବଂ ଶ୍ରଦ୍ଧାର ପର୍ବ। ଏହା ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ପାଳନ କରାଯାଏ। ମହାଶିବରାତ୍ରୀ ଦିନ ଭକ୍ତମାନେ ମଧ୍ୟ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସ ପାଳନ କରନ୍ତି।

Advertisment

ଭଗବାନ ଶିବଙ୍କ ଉପରେ ଅନେକ ଫିଲ୍ମ ଓ ଟିଭିରେ ଅନେକ ଶୋ’ ମଧ୍ୟ କରାଯାଇଛି। ମହାଦେବଙ୍କ ଭୂମିକାରେ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି। ତେବେ ଆମେ ସେହି କଳାକାରମାନଙ୍କୁ ମନେ ପକାଇବା, ଯେଉଁମାନେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସମର ଜୟ ସିଂ:

୯୦ ଦଶକରେ ସମର ଜୟ ସିଂ 'ଓମ୍ ନମଃ ଶିବାୟ'ରେ ମହାକାଲ ଭୂମିକାରେ ନଜର ଆସିଥିଲେ। ଲୋକମାନେ ଭଗବାନ ଶିବଙ୍କ ଭୂମିକାରେ ସମର ଜୟ ସିଂଙ୍କୁ ଏତେ ପସନ୍ଦ କରିଥିଲେ ଯେ ବାସ୍ତବ ଜୀବନରେ ମଧ୍ୟ ଲୋକମାନେ ସମର ଜୟ ସିଂଙ୍କୁ ଭଗବାନ ଶିବ ବୋଲି ଭାବିବା ଆରମ୍ଭ କରିଥିଲେ।

Advertisment

ଯଦିଓ ସମର ଜୟ ସିଂ 'ସମ୍ରାଟ ଅଶୋକ', 'ମୃତ୍ୟୁଞ୍ଜୟ', 'ରାମାୟଣ' ଏବଂ 'ମହାରାଜା ରଣଜିତ୍ ସିଂ' ସମେତ ଅନେକ ପୌରାଣିକ ଶୋ’ରେ ଅଭିନୟ କରିଥିଲେ ମଧ୍ୟ ସେ ଭଗବାନ ଶିବଙ୍କ ଚରିତ୍ରରେ ଛାଇ ଯାଇଥିଲା। ଆଜି ବି ଲୋକମାନେ ଯେବେ ଶିବଙ୍କ ଜୀବନ୍ତ ଚେହେରାକୁ ମନେ ପକାନ୍ତି, ତାଙ୍କ ସାମ୍ନାକୁ ସମର ଜୟ ସିଂଙ୍କ ଚେହେରା ହିଁ ଆସିଯାଏ।

ମୋହିତ ରାଇନା:

ମୋହିତ ରାଇନା ଟିଭି ଶୋ 'ଦେବୋ କେ ଦେବ ମହାଦେବ'ରେ ଶିବ ରୂପେ ଦେଖାଦେଇଥିଲେ। ଏହି ଟିଭି ଶୋ’ରେ ସୋନାରିକା ଭଦୌରିଆ ମାତା ପାର୍ବତୀଙ୍କ ଭୂମିକାରେ ଏବଂ ମୌନୀ ରୟ ଦେବୀ ସତୀ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ମୋହିତ ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି।

ଅରୁଣ ଗୋଭିଲ:

ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଛନ୍ତି ଅରୁଣ ଗୋଭିଲ। କିନ୍ତୁ ସେ 'ଶିବ ମହିମା' ଚଳଚ୍ଚିତ୍ରରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଶାନ୍ତିଲାଲ ସୋନିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଶିବ ମହିମା' ୧୯୯୨ ମସିହାରେ ପରଦାକୁ ଆସିଥିଲା।

ଯଶୋଧନ ରାଣା:

ଟିଭି ଅଭିନେତା ଯଶୋଧନ ରାଣା ସିରିଏଲ୍‌ 'ଓମ ନମଃ ଶିବାୟ'ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ରେ ପାର୍ବତୀ ଭୂମିକାରେ ଅଭିନୟ କରିଥିବା ଗାୟତ୍ରୀ ଶାସ୍ତ୍ରୀଙ୍କ ସହିତ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଦାରା ସିଂ:

'ରାମାୟଣ'ରେ ହନୁମାନ ଭାବେ ପରିଚିତ ଅଭିନେତା ଦାରା ସିଂ ମଧ୍ୟ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ୧୯୭୪ ମସିହାରେ ଆସିଥିବା ଚଳଚ୍ଚିତ୍ର 'ହର୍-ହର୍‌ ମହାଦେବ'ରେ ଦାରା ସିଂ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ।

Mahashivratri
Advertisment
Advertisment