• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆନ୍ତର୍ଜାତୀକ ମହିଳା ଦିବସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଘୋଡ଼ା ଚଢ଼ି ବିଧାନସଭାକୁ ଆସିଲେ ବିଧାୟିକା । ଝାଡଖଣ୍ଡ ବିଧାନସଭାକୁ କଂଗ୍ରେସ ବିଧାୟିକା ଅମ୍ବା ପ୍ରସାଦ ଆଜି ନିଜେ ଘୋଡ଼ା ଚଳାଇ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ସେ କହିଥିଲ ଯେ ସବୁ ମହିଳାଙ୍କ ମଧ୍ୟରେ ଜଣେ ଜଣେ ଦୁର୍ଗା କିମ୍ବା ଝାନସି ରାଣୀଙ୍କ ରୂପ ରହିଛି । ମହିଳାଙ୍କ ନିକଟରେ ସମସ୍ତ ଅହ୍ୱାନର ସାମ୍ନା କରିବାକୁ ଶକ୍ତି ମଧ୍ୟ ରହିଛି । ଘୋଡା ଶକ୍ତିର ପ୍ରତୀକ ହୋଇଥିବାରୁ ସେ ଏଭଳି ଆସିବାକୁ ପସନ୍ଦ କରିଥିବା କହିଛନ୍ତି ।

ସେପଟେ ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ । ଏହି ଅଭିଯାନ ଆଜି ଆରମ୍ଭ ହୋଇଥିବା ବେଳେ ଟିମ୍ ୫ହଜାର ୨୮୦ କିଲୋମିଟର ଅତିକ୍ରମ କରିବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ମହିଳା ସଶକ୍ତିକରଣ ନେଇ ସଚେତନ କରିବ ଟିମ୍ ।

ସେହିଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ବାଇକ ରାଲି ମାଧ୍ୟମରେ ସେମାନେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।

ତେବେ ଆନ୍ତର୍ଜାତୀକ ମହିଳା ଦିବସରେ ନାରୀ ଶକ୍ତି ସମ୍ମାନରେ ସମ୍ମାନୀତ ହେଲେ ଓଡ଼ିଶାର ଶ୍ରୁତି ମହାପାତ୍ର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୁତିଙ୍କୁ ସମ୍ମାନିତ କରିଛନ୍ତି । ଶ୍ରୁତି ଜଣେ ଭିନ୍ନକ୍ଷମ ସେ ସର୍ବଦା ଦିବ୍ୟାଙ୍ଗଙ୍କ ଅଧିକାର ନେଇ ସଚେତନ କରିଆସୁଛନ୍ତି । ଏଥିସହିତ ଦିବ୍ୟାଙ୍ଗ ସଶକ୍ତିକରଣ ନେଇ ମଧ୍ୟ ସେ ଲଢେଇ କରିଆସୁଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୁତିିଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ୨୯ ଜଣ ମହିଳାଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ୨୦୨୦ ଏବଂ ୨୦୨୧ ବର୍ଷ ଲାଗିି ଦେଶର ନାରୀ ଶକ୍ତି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।