Advertisment

ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଧବଳେଶ୍ୱର ପୀଠରେ ୧୪୪ଧାରା

ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।

author-image
Prangyan Parimita
ଅଦ୍ୟତନ ହୋଇଛି
mahashivaratri

mahashivaratri

ଆଜି ପବିତ୍ର ମହାଶିବରାତ୍ରି । ସକାଳୁ ସକାଳୁ ବିଭିନ୍ନ ଶୈବ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Advertisment

ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଡିସିପି ଟ୍ରାଫିକ ଏ ଦାୟିତ୍ୱରେ ରହିଛନ୍ତି କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୋଲିସ କମିଶନର ।

ସେହିପରି କଟକ ଜିଲ୍ଲା ‌ଆଠଗଡ଼ର ଏହି ପ୍ରସିଦ୍ଧ ଶୈବପୀଠରେ ଏ ବର୍ଷ ବି ଫିକା ପଡିବ ଜାଗର ପର୍ବ। କୋଭିଡ କଟକଣା ପାଇଁ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ଧାରା ଲାଗୁ ହୋଇଛି। ସକାଳ ୫ଟା ରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବା ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। ପରେ ମଧ୍ୟ ରାତ୍ରରେ ବାବା ଧବଳେଶ୍ୱରଙ୍କ ଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠାଯିବ।

Advertisment

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଜାଗରଯାତ୍ରା ଅବସରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । କରୋନା କଟକଣାରେ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଭୋର ୪ଟାରେ ମହାଦୀପ ଉଠିବାକୁ ନୀତିକାନ୍ତି ସ୍ଥିର ହୋଇଛି ।

ଅନ୍ୟପଟେ ମହାଦେବଙ୍କ ପାଇଁ ବିଶାଳ ବାଳୁକା କଳା ତିଆରି ହୋଇଛି । ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ମହାଦେବଙ୍କୁ ଆରାଧନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶେଷତ୍ୱ ହେଉଛି, ଏଥିରେ ସେ ୨୩ ହଜାର ୪୩୬ ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି । ମହାଦେବଙ୍କ ମସ୍ତକ, ଝଟ, ଶିବ ଲିଙ୍ଗ ଓ ଚତୁଃପାର୍ଶ୍ୱ ରୁଦ୍ରାକ୍ଷରେ ସଜା ଯାଇଛି ।

ପ୍ରଥମ ଥର ପାଇଁ ଏତେ ପରିମାଣର ରୁଦ୍ରାକ୍ଷର ବ୍ୟବହାର କରାଯାଇଥିବା ସୁଦର୍ଶନ ଟ୍ୱିଟ୍ କରି ଜଣାଇଛନ୍ତି । ତାସହ ମହାଦେବଙ୍କ ଏହି ବାଲୁକା କଳା ମାଧ୍ୟମରେ ବିଶ୍ୱରେ ଶାନ୍ତିର ବାର୍ତ୍ତା ବାଣ୍ଟିଛନ୍ତି । ବିଶ୍ୱରେ ଶାନ୍ତି ଫେରୁ, ୟୁକ୍ରେନ୍ ରଷିଆ ମଧ୍ୟରେ ଥିବା ବିବାଦ ସମାଧାନ ହେଉ ବୋଲି ସେ ବାର୍ତ୍ତା ଦେଇଛନ୍ତି ।

Mahashivratri
Advertisment
Advertisment