• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହିଳାଙ୍କୁ ଜୀବିକାର ନୂଆବାଟ ଦେଖାଇଲା ମିଶନ ଶକ୍ତି କାଫେ । ଦିନେ ରୋଷେଇ ଶାଳରେ ବସି ସ୍ୱାମୀଙ୍କ ଠାରୁ ହାତଖର୍ଚ୍ଚ ମାଗୁଥିବା ମହିଳା ଏବେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଇବାକୁ ହୋଇଛନ୍ତି ସକ୍ଷମ । ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାରେ ସାମିଲ ହୋଇ ଏବେ ମହିଳାମାନେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ସୁବର୍ଣ୍ଣପୁର ଜିଲ୍ଲାରୁ ରୋଜଗାରର ରାହା ଦେଖାଇଲା ମିଶନ ଶକ୍ତି କାଫେ ।

କିଏ ପରିବା କାଟୁଛି ତ ଆଉ କିଏ ଚୁଲିରେ ବସି ଛାଣିବାରେ ବ୍ୟସ୍ତ । ଆଉ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ପରେ ପୁଣି ଗ୍ରାହକଙ୍କୁ ପରସି ଦେଛନ୍ତି ମହିଳା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମାନେ ଘର ପାଇଁ କିମ୍ବା କୌଣସି ଭୋଜି ପାଇଁ ଏହି ରୋଷେଇରେ ବ୍ୟସ୍ତ ନୁହଁନ୍ତି । ଏମାନେ ସମସ୍ତେ ଜଣେ ଜଣେ ସ୍ୱାୟଂ ସହାୟକ ଗଷ୍ଠୀର ସଦସ୍ୟ । ଦିନେ ଘରର ରୋଷେଇ ଶାଳାରେ ବସି ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ମହିଳାମାନେ ଏବେ ଅନ୍ୟମାନଙ୍କ ପାଇଁ ପ୍ରସ୍ତତୁ କରୁଛନ୍ତି ସ୍ୱାଦିଷ୍ଟ ଖାଦ୍ୟ । 

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିକୁଡି ଛକରେ ଖୋଲାଯାଇଛି ମିଶନ ଶକ୍ତି କାଫେ । ଯେଉଁଠି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରତିଦନ ସ୍ୱାଦିଷ୍ଟ ଫାଷ୍ଟଫୁଡ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷାଯାଉଛି । ଆଉ ଗ୍ରାହକମାନେ ପ୍ରତିଦିନ କାଫେକୁ ଆସି ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଥିବା ବେଳେ ମିଶନ ଶକ୍ତିର ସଦସ୍ୟମାନେ ମଧ୍ୟ କମାଉଛନ୍ତି ବେଶ ମୁନାଫା ।

ମହିଳା ସଶକ୍ତିିକରଣ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ବିଶେଷକରି ମହିଳାମାନେ ଆଉ ଘରକୋଣରେ ନରହି କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେନେଇ ଗୁରତ୍ୱ ଦିଆଯାଉଛି । ଆଉ ଏହି ଅବସରରେ  ମହାନଦୀ ହିକୁଡି ଛକରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ପାଇଁ ଏହି ମିଶନ ଶକ୍ତି କାଫେ ଖୋଲାଯାଇଥିବା ବେଳେ ଏବେ ଏହାର କାହିଁରେ କଣ ଚାହିଦା । ସଞ୍ଜ ନଇଁଲେ କାଫେରେ ଜମୁଛି ଗ୍ରାହକଙ୍କ ଭିଡ । ଆଉ ଗ୍ରାହକଙ୍କ ମନପସନ୍ଦର ଫାଷ୍ଟଫୁଡ ପରଷିଦେଇ ବେଶ ମୁନାଫା କମାଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ । ଏହା ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ।