• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Rakshya Bandhan
ରକ୍ଷା ବନ୍ଧନ; ୪୭୪ ବର୍ଷ ପରେ ଏଥର ପଡ଼ିଛି ମହାସଂଯୋଗ

ଆଉ ୨ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ତେବେ ଏ ବର୍ଷ ରକ୍ଷା ବନ୍ଧନର ଏକ ସ୍ୱାତନ୍ତ୍ର୍ୟ ରହିଛି। କାରଣ ୪୭୪ ବର୍ଷ ପରେ ଏଥର ଏକ ମହାସଂଯୋଗ ପଡ଼ିଛି। 

Rakshabandhan
ରକ୍ଷାବନ୍ଧନ ପଛରେ ଥିବା ଇତିହାସ

ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଦନ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ।

Rakhi Kits
ରାକ୍ଷୀ ତିଆରିରେ ବ୍ୟସ୍ତ କଟକର ଅନେକ କାରିଗର : ତିଆରି କରୁଛନ୍ତି କୋଭିଡ୍ ସହ ଅକ୍ସିଜେନ ରାକ୍ଷୀ କିଟ୍

ରାକ୍ଷୀ ପୂର୍ଣ୍ଣମୀ ସ୍ନେହ ଓ ବନ୍ଧନର ପର୍ବ ପାଳନ ପାଇଁ ମଝିରେ ଆଉ ମାତ୍ର କେତେ ଦିନ । ଏଥିପାଇଁ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ । ଏଥର ମହାମାରୀ କରୋନାକୁ ଦୃଷ୍ଟିରେ ରଖି କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନ ଧରଣର ରାକ୍ଷୀ ।

Raksha Bandhan 2021
ରାକ୍ଷୀପୂର୍ଣ୍ଣିମାର ପୌରାଣିକ ପୃଷ୍ଠଭୂମି . . . . .

ଭରସା ଓ ସୁରକ୍ଷାର ସାକ୍ଷୀ ରାକ୍ଷୀ । ସ୍ନେହ, ମମତାର ସମ୍ପର୍କକୁ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବା ଏକ ପରମ୍ପରା ହେବା ସହ ଏକ ନିବିଡ଼ ବନ୍ଧନ ମଧ୍ୟ । ରକ୍ଷାବନ୍ଧନର ପର୍ବ ଭାଇଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜଭୁତ କରେ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ

Raksha Bandhan
କାହିଁକି ଓ କେବେଠାରୁ ପାଳନ ହେଉଛି ରାକ୍ଷୀ ପୂର୍ଣ୍ଣିମା?

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ପୂରାଣ ଅନୁସାରେ,  ଦ୍ରୌପଦୀ ନିଜ ପିନ୍ଧା ଶାଢୀର ଛୋଟ କନା ଖଣ୍ଡେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବାନ୍ଧି ଥିଲେ, ଆଉ ତାଙ୍କୁ ଭାଇ କରିଥିଲେ। ସେବେଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ଜଣାଯାଏ। କେବଳ ଏତିକି ନୁହେଁ ବରଂ ଏହି ଦିନ ବ୍ରାହ୍ଣଣମାନେ ବେଦ ଧ୍ୱନୀ କରନ୍ତି, ତେଣୁ ଏହି ପବିତ୍ର ଦିନରେ ପାଠ ପଢ଼ା ଆରମ୍ଭ କଲେ ପାଠ ଭଲ ହେଉଥିବା କୁହାଯାଏ

Independence Day
’ନୂଆ ରୂପରେ ଲାଗୁ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ : ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ ହୋଇଛି । ତେବେ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

bargarh
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ସଂଗ୍ରାମୀ ପୀଠ ପାଣିମୋରା

ଓଡିଶାର ସଂଗ୍ରାମୀ ପୀଠ ଭାବରେ ବେଶ୍ ପରିଚିତ ବରଗଡ ଜିଲ୍ଳାର ପାଣିମୋରା ଗାଁ । ଅହିଂସା ଆନ୍ଦୋଳନରେ ଗାଁର ୩୨ ଜଣ ସଂଗ୍ରାମୀ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼େଇ କରି କାରାବରଣ କରିଥିଲେ । ଏମାନଙ୍କ ମଧ୍ୟରେ ଏବେ ଜଣେ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଜୀବିତ ଥିବା ବେଳେ ପାଣିମୋରା ଗାଁ ସେହି ସଂଗ୍ରାମୀ ମାନଙ୍କୁ ନେଇ ଏବେ ବି ଗର୍ବିତ ମନେ କରୁଛି

Independence Day
ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

Raksha Bandhan
ଦିନ କେଇଟା ପରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ : କେଉଁଠି ଯବାନଙ୍କ ପାଇଁ ରାକ୍ଷୀ ସଂଗ୍ରହ ହେଉଛି ତ କେଉଁଠି ଦିବ୍ୟାଙ୍ଗ ଭଉଣୀ ମାନେ ତିଆରି କରୁଛି ରାକ୍ଷୀ

ଭାଇ-ଭଉଣୀ ମଧ୍ୟରେ ସ୍ନେହର ସମ୍ପର୍କର ପର୍ବ । ଆନନ୍ଦ ଉଲ୍ଲାସର ସହ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ଭଉଣୀ । ଏମିତି କିଛି ଭଉଣୀଙ୍କ କଥା ଆଜି ଆଲୋଚନା କରିବା ଯେଉଁମାନେ ଅନେକ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରେ ନିର୍ବାହ କରିଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

  • Sunday, 15 August 2021
Independence Day 2021
ସ୍ୱାଧୀନତାର ୭୫ ତମ ଉତ୍ସବ ପାଳନ କରୁଛି ସାରା ଦେଶ; ଗାଁଠୁ ସହର ନଗରଠୁ ମହାନଗର ସବୁଠି ଉତ୍ସାହର ମାହୋଲ

ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭୁଛି ଜାତୀୟ ସଂଗୀତ ଗାନ, ଫରଫର ହୋଇ ଉଡ଼ୁଛି ତ୍ରିରଙ୍ଗା । କରୋନା କହର କମିନଥିବାରୁ ସବୁଠି ନିରାଡ଼ମ୍ବର ଉତ୍ସବ ପାଇଁ ଆୟୋଜନ ହୋଇଛି । ଆଜି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ କଡା ସୁରକ୍ଷା ମଧ୍ୟରେ ରହିଛି ଲାଲକିଲ୍ଲା ।

red fort
୯ ଆଣ୍ଟି ଡ୍ରୋନ୍, ୩୦୦ ସିସିଟିଭି, ୫୦୦୦ ଯବାନ୍ : ଅଗଷ୍ଟ ୧୫ ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଲାଲକିଲ୍ଲା

ଦିଲ୍ଲୀରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । କିଛି ଘଣ୍ଟାର ଅପେକ୍ଷା, ଆଉ ତା’ପରେ ପୂରା ଭାରତ ପାଳିବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ । ତେବେ ସ୍ୱାଧୀନତା ଦିବସ ଅବସରରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସମଗ୍ର ଦିଲ୍ଲୀରେ ତିଆରି ହୋଇଛି ସେନା ଛାଉଣୀ । ଲାଲକିଲ୍ଲାଚାରିପାଖରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

World Elephant Day 2021
ଆଜି ବିଶ୍ୱ ହସ୍ତୀ ଦିବସ, ହାତୀ ମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ

ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରାଥମିକତା ଦିଆଯାଉଛି । ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟିକରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହାତୀମାନେ ଖାଦ୍ୟ ଅନ୍ୱେଷଣ ଜନବସତି ଭିତରକୁ ଆସି କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଆକ୍ରମଣ କରାଯାଉଛି ।

puja guideline
ଏଥର ବି ପରଦା ପଛରେ ପାର୍ବଣ

ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି।

kranti divas
କାହିଁକି ଓ କେବେଠାରୁ ପାଳନ ହେଉଛି କ୍ରାନ୍ତି ଦିବସ?

ଅଗଷ୍ଟ ୯ ତାରିଖ ଭାରତବାସୀଙ୍କ ଲାଗି ଏକ ଅବିସ୍ମରଣୀୟ ଦିବସ। ୧୯୪୨ରୁ ଆଜିର ଦିନକୁ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଉଛି। ଆଜିର ଦିନରୁ ହିଁ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା। ତେଣୁ ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ଲାଗି ବେଶ୍‌ ଗୁରୁତ୍ୱ ବହନ କରୁଛି।

Independence Day 2021
ଆମେ କ’ଣ ପ୍ରକୃତ ସ୍ୱାଧୀନ!

ଦେଶ ପାଳନ କରିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। ଯେଉଁ ସ୍ୱାଧୀନତାକୁ ଆମେ ଆଜି ଉପଭୋଗ କରୁଛେ, ସେହି ସ୍ୱାଧୀନତାର ସ୍ୱପ୍ନ କ’ଣ ଆମ ମନୀଷିମାନେ ଦେଖିଥିଲେ, ଯେଉଁମାନେ ହସି ହସି ବର୍ବର ବ୍ରିଟିଶ ଗୁଳି ଆଗରେ ଛାତି ପାତି ଦେଇଥିଲେ? “ସ୍ୱାଧୀନତା ଏକ ଜନ୍ମ ପରି। ଯେପର୍ଯ୍ୟନ୍ତ ଆମେ ପୂର୍ଣ୍ଣ ସ୍ୱାଧୀନତା ପାଇନେ ସେପର୍ଯ୍ୟନ୍ତ ଆମେ ଦାସ ଅଟୁ।” ପୂର୍ଣ୍ଣ ସ୍ୱାଧୀନତାର ସ୍ୱପ୍ନ ଦେଖି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିନେ ମହାତ୍ମା ଗାନ୍ଧୀ ଏହି ଆହ୍ୱାନ ଦେଇଥିଲେ। ମହାତ୍ମାଙ୍କ ସେହି ଆହ୍ୱାନକୁ ଆଜି ବି ଯଦି ବିଶ୍ଳେଷଣ କରାଯାଏ ତେବେ ତାହା ସାକାର ହୋଇନି ବୋଲି ମନେହୁଏ।

National Handloom Day
ଆଜି ଜାତୀୟ ହସ୍ତତନ୍ତ ଦିବସ : ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ପେଟୁପାଲିର ବୁଣାକାର ପରିବାର

ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ଗୁଜୁରାଣ ମେଣ୍ଟାଇଥାନ୍ତି । ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ରାଜ୍ଯର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ସମ୍ବଲପୁରୀ ଶାଢ଼ୀର ବହୁତ ଚାହିଦା ରହିଛି । ତେବେ ବର୍ତ୍ତମାନ ସମ୍ବଲପୁରୀ ଶାଢ଼ୀ ବୁଣୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ ।

lima das
ଓଡିଶୀ ପାଇଁ ସମର୍ପିତା ଲିମା : ଶାସ୍ତ୍ରୀୟ ନୃତ୍ୟ ଓ ସଂସ୍କୃତି ପାଇଁ ସାରା ଜୀବନ ସାଧନାରେ ନିମଗ୍ନ

ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ ଦେଇଛି ନିଆରା ସ୍ୱତନ୍ତ୍ରତା ଏବଂ ପରିଚୟ । ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଲିମା ପାଇଛନ୍ତି ଅନେକ ସଫଳତା । ଦୁର୍ଗା ତାଣ୍ଡବ, ଦଶାବତାର ଆଦି ଅନେକ କ୍ଳିଷ୍ଟ ନୃତ୍ୟକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା

Independence Day
Independence Day 2021 : ସ୍ୱାଧୀନତା ଦିବସ ପାଳନ ପାଇଁ ଅଗଷ୍ଟ ୧୫ ଦିନକୁ ଚୟନ କରିବାର କାରଣ କ’ଣ ?

ସ୍ୱାଧୀନତା ଏକ କ୍ଲାନ୍ତିକାରୀ ଅନୁଭୂତି । ତ୍ୟାଗ, ତପସ୍ୟା ଓ ବଳିଦାନର ପର୍ବ । ସ୍ୱାଧୀନତା ଏକ ମୁକ୍ତ ଉଡାଣର ନାଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତା ଦିବସ ପାଳନ କରାଯାଏ ।

tricolour designer
କିଏ କରିଥିଲେ ତ୍ରିରଙ୍ଗାର ଡିଜାଇନ ?

ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ ।

freinds saree
କଳାତ୍ମକ ଶାଢ଼ୀରେ ବନ୍ଧୁତାର ପରିଭାଷା

ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ ।

abhada
ନୀଳାଚଳ ଅବଢ଼ା ପାଇ ଆନନ୍ଦିତ ଭକ୍ତ

ପୁରୀ: ନୀଳାଚଳ ଅବଢ଼ା ପାଇ ଭକ୍ତ ଆଜି ବହୁତ ଆନନ୍ଦିତ ହୋଇଛି। ଶ୍ରୀମନ୍ଦିର ରତ୍ନବେଦୀକୁ ଶ୍ରୀଜିଉ ଫେରିବା ପରେ ଆଜି ବାହାରିଛି ନୀଳାଚଳ ଅବଢ଼ା। ଭକ୍ତମାନେ ଯେପରି ମହାପ୍ରସାଦ ପାଇବେ, ଉତ୍ତର ଦ୍ୱାର ପାଖରେ ତାର ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ପାଖରେ ଥିବା ଖାଲି ସ୍ଥାନରେ କାଉଣ୍ଟର କରି ଟୋକନ ବ୍ୟବସ୍ଥା କରାଯାଇଛି। ଟୋକନ କିଣିବା ପରେ ଭକ୍ତଙ୍କୁ ଦିଆଯାଉଛି ଅବଢ଼ା। ଆନନ୍ଦ ବଜାରରୁ ଅବଢ଼ା ଆଣି ଉତ୍ତର ଦ୍ୱାର ପାଖରେ ଥିବା ସ୍ଥାନରେ ବିକ୍ରି […]

  • Monday, 26 July 2021
jagannatha
ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ଜନ୍ମବେଦୀ ଓ ବଡ଼ଦାଣ୍ଡରେ ଲୀଳାଖେଳା ସାରି କିଛି ସମୟ ପୂର୍ବରୁ ନୀଳକନ୍ଦରକୁ ବାହୁଡ଼ିଯାଇଛନ୍ତି ଚତୁର୍ଦ୍ଧାମୂରତି। ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ ସୁଦର୍ଶନ। ଏହାପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ରତ୍ନବେଦୀକୁ ବିରାଜମାନ କରିଥିଲେ। ଘଣ୍ଟ ଘଣ୍ଟା ସହ ହରିବୋଲରେ ଫାଟି ପଡ଼ିଥିଲା ସାରା ପରିବେଶ। ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଆସିଥିଲେ ମହାପ୍ରଭୁ କାଳିଆ ସାଆନ୍ତ। […]

  • Monday, 26 July 2021
adharapana-iit
ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି

ନୂଆଦିଲ୍ଲୀ: ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି। ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଓଠ ଉଚ୍ଚର ୩ଟି ଲେଖାଏଁ ୯ଟି ମାଟି ପାତ୍ରରେ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଏହି ଦିବ୍ୟ ପଣା ଲାଗି ସମସ୍ତ ସାମଗ୍ରୀ […]

  • Monday, 26 July 2021
lord jagannatha
ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ପବିତ୍ର ଘୋଷଯାତ୍ରା ଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। କୋଭିଡ୍-୧୯ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଟେଲିଭିଜନରେ ଦୁର୍ଲଭ ବେଶ ଦର୍ଶନ କରି ତୃପ୍ତି ଅନୁଭବ କରୁଛନ୍ତି ଭକ୍ତ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ। ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର […]

  • Monday, 26 July 2021
jagannatha jatra
ମହାବାହୁଙ୍କ ଇଚ୍ଛାରେ ସରିଲା ବାହୁଡ଼ାଯାତ୍ରା, ସୁନାବେଶକୁ ଅପେକ୍ଷା

ପୁରୀ: ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଦା ମୂରତୀ। କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି ୩ ରଥ। ଅବଶ୍ୟ, ସର୍ବୋଚ୍ଚ କୋର୍ଟଙ୍କ […]

  • Monday, 26 July 2021