ନାବାଳିକାର ସନ୍ଦେହକନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ବରିଷ୍ଠ ବିଜେପି ନେତା ମୁରଲୀ ମନୋହରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ତଳି କେନ୍ଦୁଝର୍ ଏସପିଙ୍କୁ ଭେଟି ଶୀଘ୍ର ତଦନ୍ତ ପାଇଁ ଦାବି କରିଛନ୍ତି।
କୂଳ ଖାଉଛି ସମୁଦ୍ର, ବିପଦରେ ସିଆଳି ବେଳାଭୂମି। ଏରସମା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳ ସିଆଳି ବେଳାଭୂମିରେ କୂଳ ଖାଉଛି ସମୁଦ୍ର। ପ୍ରାୟ ୨୦୦ ମିଟର ମାଡି ଆସିଛି। ଭିଉ ଟାଓ୍ୱାର ସୁରକ୍ଷା ପାଇଁ ନିର୍ମୀତ ସିମେଣ୍ଟ ଚଟାଣର କିଛି ଅଂଶ ଭୁଶୁଡ଼ି ଗଲାଣି।
ବିଧାନସଭାରେ ସୌମ୍ୟ ମୃତ୍ୟୁ ମାମଲା। ଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ପ୍ରଥମେ ପୋଲିସ ଓ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ବି କୌଣସି ନିଷ୍କର୍ସ ନବାହାରିବାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ।
ଓଡିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ପାଇଁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକ ଅନୁଷ୍ଠିତ ହୋଇଛି। ରାଜନୀତି, ଶିକ୍ଷା, ସମାଜସେବା, କ୍ରୀଡା, ମନୋରଞ୍ଜନ, କୃଷି, କଳା ଓ ସଂସ୍କୃତି, ବାଣିଜ୍ୟ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତ ବିଶେଷଙ୍କୁ ପୁରସ୍କୃତ କରାଯିବ।
ମନ୍ତ୍ରୀଙ୍କୁ ଜଣାନାହିଁ କବାଡିଆଙ୍କୁ ବିକ୍ରି ହୋଇଗଲା ‘ମୋ ସାଇକେଲ’। ଏନେଇ ନା ସରକାର, ନା ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଅଛି କୌଣସି ତଥ୍ୟ। ନିଜେ ମନ୍ତ୍ରୀ ପ୍ରତାପ ଜେନା ଆଜି ଗୃହରେ ଏମିତି ତଥ୍ୟ ରଖିଛନ୍ତି।
‘ହର ଘର ଜଲ’ ଯୋଜନାରେ ଓଡ଼ିଶାକୁ ମିଳିଛି ୩୦୨୩ କୋଟି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ କହିଲେ ଗତଥର ରାଶିଠୁ ୩ ଗୁଣ ଅଧିକ।
ଆପଣଙ୍କ ମୋବାଇଲକୁ ଆସୁଛି କି ଏମିତି ମେସେଜ? ଯଦି ହଁ, ତାହେଲେ ହୋଇଯାଆନ୍ତୁ ସତର୍କ।
ଲକଡାଉନରେ ଅମାନିଆଙ୍କଠୁ ୫୦ କୋଟି ଟଙ୍କା ଫାଇନ୍ ଆଦାୟ।
ଅନସାଇନ୍ ମାର୍କେଟିଂ ସଂସ୍ଥା Amazon ପକ୍ଷରୁ ଚଳିତ ବର୍ଷ ପ୍ରକାଶ ପାଇବ ୮ ହଜାର ପଦବୀ ପାଇଁ ବିଜ୍ଞପ୍ତି।
ଓଭାଲ ଟେଷ୍ଟରେ ଭାରତ ୧୫୭ ରନରେ ବିଜୟୀ। ୨ୟ ଇନିଂସରେ ଇଂଲଣ୍ଡ ୨୧୦ ରନରେ ଅଲ୍ଆଉଟ୍।
ଛାତ୍ରଛାତ୍ରୀଙ୍କ କାମରେ ଆସୁନି ଆଦର୍ଶ ବିଦ୍ୟାଳୟ। ନାମ ଲେଖା ସରିଛି ହେଲେ ଶିକ୍ଷକ ନାହାଁନ୍ତି।
ଆକାଶରେ ଆମେରିକା ଯୁଦ୍ଧ ବିମାନ ନେଇ ଉଡ଼ୁଛନ୍ତି ତାଲିବାନୀ। ଅଚଳ ବିମାନକୁ ନିଜସ୍ୱ ଜ୍ଞାନକୌଶଳରେ କରିଛନ୍ତି ସଚଳ।
କାହାକୁ ନାହିଁ ଖାତିର। ଭାଲୁ ହୁଅନ୍ତୁ କି ହାତୀ ପଲ। ବର୍ଷାଦିନେ ଜୋକ, ଆଉ ଖରାଦିନେ ଟିଙ୍କକୁ ବି ନାହିଁ ଡର।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା। ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ଣ୍ଣିଂ।
ଆପଣ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବାର୍ତ୍ତା ଶୁଣିଛନ୍ତି? ମନେକରନ୍ତୁ ନବୀନ-ଜୀ ଏବଂ ମୋଦୀ-ଜୀଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ଚାଲିଛି।
ବଢିଲା ମୁଣ୍ଡ ପିଛା ଋଣ ଭାର। ଏବେ ଦୁଇ ଗୁଣା ମୁଣ୍ଡ ପିଛା ଋଣଭାର । ଓଡିଶାରେ ଏପରି ଅବସ୍ଥା ରହିଛି ଯେ ଜଣକ ପିଛା ଋଣଭାର ୨୩ହଜାର ଟଙ୍କାରୁ ଅଧିକ। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି।
ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍। ରାଜ୍ୟରେ ବଢିଚାଲିଛି ଶିଶୁସଂକ୍ରମଣ,ଚିନ୍ତାରେ ରାଜ୍ୟସରକାର। ଆଜି ଗୋଟିଏ ଦିନରେ ୧୮ ବର୍ଷରୁ କମ୍ ୧୨୨ଜଣ ଆକ୍ରାନ୍ତ ଚିହ୍ନଟ।
ଖୁବ ଶୀଘ୍ର ଓଡିଶାର ସମସ୍ତ ଜଳବିବାଦର୍ ସମାଧାନ ହେବ। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ପହଞ୍ଚି ବିଭିନ୍ନ୍ ଜଳବିଭାଗ ସହ ଆଲୋଚନା କରିଛନ୍ତି।
ଏମସ୍ ରାଜନୀତି ଥମିବ କେବେ? ସୁନ୍ଦରଗଡରେ ପୁଣି ତେଜିଲା ଏମ୍ସ ରାଜନୀତି । କେନ୍ଦ୍ରସରକାରଙ୍କ ଉଦାସୀନତା ଉପରେ ଉଠିଲାଣି ପ୍ରଶ୍ନ। ୫ ମାସ ଧରି ସରକାର ପଦକ୍ଷେପ ନେଇ ନାହାନ୍ତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।
ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ଧରି ବର୍ଷା, ଭିଜିବ ରାଜ୍ୟର ଅଧିକାଂଶ ଅଞ୍ଚଳ।
ପରିବାର ଚଳାଇବା ଲାଗି ଇ-ରିକ୍ସା ଚଳାଉଛନ୍ତି ୮ ବର୍ଷର ନାବାଳକ ଗୋପାଳ। ପାଠ ପଢି ସାରିବା ପରେ ଅଟୋ ଧରି ଯାତ୍ରୀ ପରିବହନ କରନ୍ତି, ଘରକୁ ଟଙ୍କା ଦିଅନ୍ତି
ବନ୍ଦ ହୋଇଯିବ ହ୍ୱାଟସ୍ଆପ । ପୁରୁଣା ସ୍ମାର୍ଟ ଫୋନରେ ଚାଲିବନି ହ୍ୱାଟସ୍ଆପ ।
ଶିକ୍ଷକଙ୍କଠୁ ୫୦ ହଜାର ବଟି ମାଗି ୨ ସାମ୍ବାଦିକ ଗିରଫ । ଆଉ ଜଣେ ଫେରାର ଥିବା ପୋଲିସର ସୂଚନା ।
ଓକାକ୍ ବିରୋଧରେ ବିଜେପିର ଦୁର୍ନୀତି ଅଭିଯୋଗ। ଥାନା ପାଇଁ ସିସିଟିଭି ଟେଣ୍ଡରରେ ଅନିୟମିତତା ।
ପାରାଲିମ୍ପିକ୍ସ ସ୍ୱର୍ଣ୍ଣପଦକ ଜିତିଥିବା ଗୋଲ୍ଡେନ ବୟ ପ୍ରମୋଦଙ୍କ ନାଁରେ ସ୍ୱତନ୍ତ୍ର ବ୍ୟାଡମିଣ୍ଟନ କୋର୍ଟ ।