ହୋଟେଲ ମାଲିକଙ୍କ ଦାଦାଗିରି। ୫ ଟଙ୍କା ପାଇଁ ନିର୍ଧୂମ ମାଡ଼ ମାରିଲେ ହୋଟେଲ ମାଲିକ। ଗ୍ରାହକଙ୍କୁ ନିର୍ଧୂମ ପିଟିଲେ ହୋଟେଲ ମାଲିକ ଓ ତାଙ୍କ ପୁଅ। ଗ୍ରାହକଙ୍କୁ ପିଟୁଥିବାର ଭିଡିଓ ଭାଇରାଲ।
ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍। ଆଜି ବସିପାରେ ବିଜେପି ବିଧାୟକ ଦଳ ବୈଠକ। ଗତକାଲି ବିଜୟ ରୁପାଣୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁ ଦଳରେ ରେସ୍ ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ। ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଡେଲିଭରି ବଏଙ୍କ ଚପଲ, ମନିପର୍ସ ପଡ଼ିଛି। ଅପହରଣ ହୋଇଥିବା ନେଇ ନିଜେ ପରିବାର ଲୋକଙ୍କୁ ଭଏସ ମେସେଜ ଦ୍ୱାରା କହିଛନ୍ତି ଅପହୃତ ବାଳକ।
ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୮କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୬୪୯ ସଂକ୍ରମିତ ଚିହ୍ନଟ। ସେଥିମଧ୍ୟରେ ୧୦୩ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି।
ନିଆରା ଗଣେଶ। କୋଭିସିଲ୍ଡ ଟିକା ଭିତରେ ଗଜାନନ।
ଯେଉଁମାନେ ଆତଙ୍କବାଦୀ ସେମାନଙ୍କୁ ତାଲିବାନ ସରକାରରେ ମିଳିଛି ମନ୍ତ୍ରୀପଦ। କହିବାକୁ ଗଲେ ତାଲିବାନ ସରକାରରେ ଭର୍ତ୍ତି ହୋଇଛନ୍ତି ଆତଙ୍କବାଦୀ।
ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ। ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଅଭିଯୋଗ। ଶ୍ରମିକମାନଙ୍କ ଆନ୍ଦୋଳନ ଭିଡିଓ ଭାଇରାଲ୍।
ସାପ ପାଇଁ ନିଆରା ସଚେତନତା। ଅଳଙ୍କାର ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ ସାପ ପ୍ରତି ଥିବା ଭୟକୁ ଦୂର କରିବା ଲାଗି ଉଦ୍ୟମ।
ଗାଁ କାଦୁଅ ରାସ୍ତାରେ ଫସିଲା ୧୦୮ ଆମ୍ବୁଲାନ୍ସ। ରୋଗୀ ପାଖରେ ପହଁଚିପାରିଲାନି ଆମ୍ବୁଲାନ୍ସ।
ତାଲିବାନ ସରକାରଙ୍କୁ ମୋଟା ଅଙ୍କର ଟଙ୍କା ଦେଉଛି ଚାଇନା। କରୋନା ଭ୍ୟାକ୍ସିନଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ କିଛି ପଠାଇବାକୁ ଘୋଷଣା କରିଛି।
ମଶା କାରଣରୁ ସାରା ଦୁନିଆରେ ଅନେକ ପ୍ରାଣଘାତୀ ରୋଗ ହୋଇଥାଏ । ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଚାଲିଯାଏ ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ। ୮ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ।
ସମ୍ବଲପୁରରେ ମା ସମଲେଇଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ
କୋଭିଡ ନିୟମ ଉଲ୍ଲଂଘନ ପରେ ସିଲ୍ ହେଲା ବାର୍
ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ବଢିବନି, ଏହି ନିଷ୍ପତ୍ତିକୁ ନେଇ ବଢୁଛି ଅସନ୍ତୋଷ। ଆଜି ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ବୈଠକ।
ବଙ୍ଗୋପସାଗରରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।
ବାଲୁକା କଳା ମାଧ୍ୟମରେ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ବିଧାନସଭା ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ଯୁବକଙ୍କ ପାଇଁ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କ ନାଁରେ ମାମଲା ।
ଆମେରିକୀୟ ଯୁଦ୍ଧାସ୍ତ୍ରରେ ତାଲିବାନୀଙ୍କ ମଉଜ।
ପୁଣି ଓଡ଼ିଶାକୁ ମାଡ଼ି ଆସୁଛି ପଶ୍ଚିମବଙ୍ଗ। ବାଲେଶ୍ୱର ଜିଲ୍ଲା ଭିତରକୁ ଧସେଇ ପଶି କରୁଛି ପାଚେରୀ ନିର୍ମାଣ।
କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ପଞ୍ଚାୟତର ଏ ଦୁଇ ପୋଖରୀର ଦୃଶ୍ୟ ଥରେ ଦେଖନ୍ତୁ । ଯଦି ସବୁ ପଞ୍ଚାୟତରେ ଏମିତି ହୁଅନ୍ତା ତେବେ ଓଡ଼ିଶାର ପୋଖରୀକୁ ବି ଲୋକେ ବୁଲି ବୁଲି ଦେଖନ୍ତେ ।
ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ଜବତ ସହ ଅଭିଯୁକ୍ତ ଗିରଫ। ୨୦ କେଜି ଓଜନର, ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ।
ଏ ବର୍ଷ ବି ୪ ଫୁଟର ହେବ ମୂର୍ତ୍ତି। ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟ ହେବାର ନିଷ୍ପତ୍ତି ନେଲା SRC। କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ସଂକ୍ରମଣ ନ ବଢିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କୋଭିଡ ଗାଇଡଲାଇନ୍ ଅନୁଯାୟୀ ନିଡାମ୍ବରରେ ପାଳନ ହେବ ପାର୍ବଣ।
ଶ୍ରୀମନ୍ଦିରରେ ଫେକ୍ RTPCR ରିପୋର୍ଟ ଦେଖାଇ ପ୍ରବେଶ ମାମଲା। ୧୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ। ଏମାନଙ୍କ ନାଁରେ ୩ଟି ଭିନ୍ନ ଭିନ୍ନ ମାମଲା ରହିଛି। ଫେକ୍ ରିପୋର୍ଟ ବାହାର କରୁଥିବା ମାସ୍ଟରମାଇଣ୍ତକୁ ମଧ୍ୟ ଗିରଫ କରିଥିବାର ସୂଚନା ଦେଇଛି ପୁରୀ ପୋଲିସ।