• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

PM Modi- Joe Baiden
୨୪ରେ ବାଇଡେନ ମୋଦି ସାକ୍ଷାତକାର

୨୪ରେ ବାଇଡେନ ମୋଦି ସାକ୍ଷାତକାର।୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଇଡେନ୍‌ଙ୍କ ସହ ତାଙ୍କର ୨୪ ରେ ସାକ୍ଷାତକାର ହେବ୍।ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ବାଇଡେନ୍‌ଙ୍କ ସହ ଆଲୋଚନା କରିପାରନ୍ତି ମୋଦି।

DRDO Crime
DRDO ଗୁପ୍ତଚର: ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା

DRDO ତଥ୍ୟ ଲିକ୍ ଘଟଣାର ଆଉ ଏକ ଖୁଲାସା। ଦୁବାଇରୁ ଆସୁଥିଲା ଲକ୍ଷଲକ୍ଷ ଟଙ୍କା। ଅଭିଯୁକ୍ତଙ୍କୁ ଜେରା ବେଳେ ମିଳିଛି ଏହି ଖବର। ୟୁକେ ନମ୍ବରରେ ୫ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ ସେହି ମହିଳା । ପରେ ଦୁବାଇରୁ ଆସୁଥିଲା ଟଙ୍କା। ହନିଟ୍ରାପ୍ ମାଧ୍ୟମରେ ମହିଳା ଜଣକ DRDO କର୍ମଚାରୀଙ୍କୁ ଫସାଇଥିଲେ।

Raj Kundra
ଜେଲରୁ ବାହାରିଲେ ବ୍ୟବସାୟୀ ରାଜ୍ କୁନ୍ଦ୍ରା

ଜେଲରୁ ବାହାରିଲେ ବ୍ୟବସାୟୀ ରାଜ୍ କୁନ୍ଦ୍ରା। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍‌ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।

High Court Judges
ବଦଳି ହେବେ ୧୭ ବିଚାରପତି

ହାଇକୋର୍ଟର ୧୭ ବିଚାରପତିଙ୍କ ବଦଳି ନେଇ ସୁପାରିଶ। ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ଜଷ୍ଟିସ୍ ଜସବନ୍ତ ସିଂହ ପଞ୍ଜାବ-ହରିୟାଣା ହାଇକୋର୍ଟରୁ ଓଡିଶା ଆସିବେ। ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟରୁ ଉତ୍ତରାଖଣ୍ତ ଯିବେ। ଜଷ୍ଟିସ୍ ସୋମେନ୍ ସେନ୍ ଓ ଅରିନ୍ଦମ୍ ସିନ୍ହା ଓଡିଶା ହାଇକୋର୍ଟ ଆସିବେ।

Odisha BJP To Follow Gujarat Model For Winning Streak
ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି

ଗୁଜରାଟ ମଡେଲକୁ ଆପଣେଇବ ରାଜ୍ୟ ବିଜେପି। ସଂଗଠନକୁ ସୁଦୃଢ଼, ନେତୃତ୍ୱକୁ ଗୁରୁତ୍ୱ ଦେବ ଦଳ।

After IT Raids, Sonu Sood Defends Himself, Albeit Vaguely
ମୁହଁ ଖୋଲିଲେ ସୋନୁ ସୁଦ୍

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ରେଡ୍ ପରେ ସୋନୁଙ୍କ ପ୍ରତିକ୍ରିୟା। ତାଙ୍କ ଫାଉଣ୍ଡେସନର ପ୍ରତ୍ୟେକ ଟଙ୍କା ଅମୂଲ୍ୟ ଜୀବନ ରକ୍ଷାରେ ଲାଗିବ। ସବୁ ସରକାରର ବ୍ରାଣ୍ଡ ଆମ୍ବାସଡର ହେବାକୁ ପ୍ରସ୍ତୁତ।

Special Story | Heartless Son Abandons Octogenarian Woman In Middle Of Forest In Bargarh
ଘା’ ହେଲା ବୋଲି ବୁଢ଼ୀ ମାଆକୁ ଜଙ୍ଗଲରେ ଛାଡ଼ିଦେଲେ ପୁଅବୋହୂ

ଗାଁ ବାଲା ବାସନ୍ଦ କରିଦେଲେ ବୋଲି, ୮୨ ବର୍ଷୀୟା ଅସୁସ୍ଥ ବୁଢ଼ୀ ମାଆକୁ ପର କରିଦେଲେ ପୁଅବୋହୂ। ଘଞ୍ଚ ଜଙ୍ଗଲରେ ଏକ ପତ୍ର କୁଡ଼ିଆ କରି, ତାକୁ ସେଇଠି ଜଙ୍ଗଲୀ ଜନ୍ତୁଙ୍କ ମୁହଁରେ ଛାଡ଼ି ଦେଇ ଆସିଲେ।

Special Story | Amazon Permanently Banned 600 Chinese Brands | Here\'s All Details
ଏହି ଭୁଲ ପାଇଁ ଏକାସଙ୍ଗେ ଚୀନର ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା ଆମାଜନ୍

ଧରା ପଡିଛି ଚୀନର ଚିଟିଂ। ମାତ୍ର ଗୋଟିଏ ଭୁଲ୍ ପାଇଁ ଅନେକ କ୍ଷତି ସହିବାକୁ ପଡିଛି। ରିଭ୍ୟୁ ବେଳେ ଚାଇନା କଂପାନୀର ମିଛ ଧରା ପଡିବା ପରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଛି ଆମାଜନ୍।

Special Story | Meet Rourkela\'s \'Pad Woman\' Who Spreads Awareness On Menstrual Hygiene
ଋତୁସ୍ରାବକୁ ଏତେ ଲାଜ କାହିଁକି? ମୁଁ ମାଗଣା ବାଣ୍ଟିବି ଲକ୍ଷେ ପ୍ୟାଡ୍

କିଛିଦିନ ପୂର୍ବରୁ ଅକ୍ଷୟ କୁମାରଙ୍କର ପ୍ୟାଡମ୍ୟାନ୍ ସିନେମା ସାରା ଦେଶରେ ଚହଳ ପକାଇଥିଲା। ଏବେ ରାଉରକେଲାରେ ବାହାରିଛନ୍ତି ଜଣେ ପ୍ୟାଡ୍ ଓମ୍ୟାନ୍। ନାଁ ତାଙ୍କର ଅନୁଶ୍ରୀ ଦାସ।

Pramod Bhagat
ଜନ୍ମମାଟିରେ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ

ଜନ୍ମମାଟିରେ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ। ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମ ଥର ନିଜ ଗାଁକୁ ଫେରିଛନ୍ତି ପ୍ରମୋଦ୍। ବାଜା ବଜାଇ ଫୁଲ ପକାଇ ସ୍ୱାଗତ କରିଛନ୍ତି ଲୋକେ। ଶହ ଶହ ଲୋକ ପ୍ରମୋଦଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି।

black fungus
ବ୍ଲାକ୍ ଫଙ୍ଗସ୍ ନେଲାଣି ୨୯ ଜଣଙ୍କ ଜୀବନ

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ନେଲାଣି ୨୯ ଜଣଙ୍କ ଜୀବନ। ବର୍ତ୍ତମାନ ଯାଏଁ ବ୍ଲାକ୍ ଫଙ୍ଗସରେ ୨୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୯ ରୋଗୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ୬୮ ଜଣ ରୋଗୀ ସୁସ୍ଥ ହୋଇ ଫେରିଥିବାର ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

Campaign For Pipili Bypoll Continues Amid Covid Crisis
ଜୋର୍ ଧରିଲାଣି ପ୍ରଚାର

ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜୋର। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର। ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ।

Special Story | Berhampur Boy Designs Washing Machine Operated By Bicycle Paddle
ନିଆରା ଓ୍ୱାସିଂ ମେସିନ ତିଆରି କଲେ ଛାତ୍ର, ବ୍ୟାୟାମ ଓ ଲୁଗା ସଫା ଏକାଠି

ଆପଣଙ୍କ ଘରେ ଓ୍ୱାସିଂ ମେସିନ ଥିବ। ହେଲେ ଏମିତିକା ଓ୍ୱାସିଂ ମେସିନ କେବେ ହେଲେ ନ ଥିବ।

volcano
ସ୍ପେନରେ ପୁଣି ଥରେ ଲାଭା ଉଦଗିରଣ

ସ୍ପେନରେ ପୁଣି ଥରେ ଲାଭା ଉଦଗିରଣ। ସ୍ପେନରେ ପ୍ରକୃତିର ତାଣ୍ଡବ। ଲାଭା ଉଦଗିରଣରେ ଶହ ଶହ ମିଟର ଧୁଆଁ ମୟ । ହଜାର ହଜାର ଲୋକ ସ୍ଥାନାନ୍ତର। ସ୍ପେନ୍‌ର ବିପଦ ଜନକ ଲାପଲମ୍ ଦ୍ୱୀପର ଆଗ୍ନୟଗିରି ପୁଣି ଥରେ ସକ୍ରିୟ ହୋଇଛି। ଏହାର ପ୍ରଭାବ ଏତେ ଯେ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଧୂଆଁର ଆସ୍ତରଣ ହୋଇଛି।

Barabati Stadium
ବାରବାଟୀରେ ହେବ T20

କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବ ଆର୍ନ୍ତଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍‌ ମ୍ୟାଚ୍ । ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ । ଆସନ୍ତା ଫେବୃୟାରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଏହି ଟି-ଟ୍ୱେଣ୍ଟି ମ୍ୟାଚ୍‌।

BJP protest
ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାରେ ବିଜେପି

ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

CHSE
ଶୁଣିଲାନି କାଉନ୍‌ସିଲ ! ଶେଷରେ ହାତ କାଟି ଦେଲେ ଛାତ୍ରୀ

ଉଚିତ୍ ମୂଲ୍ୟାୟନ ଦାବିରେ ହାତ କାଟିଲେ ଛାତ୍ରୀ। ଭୁବନେଶ୍ୱର CHSE ଅଫିସ୍ ସାମ୍ନାରେ ଆଜି କିଛି ଏଭଳି ଘଟଣା ଘଟିଛି। ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମୂଲ୍ୟାୟନକୁ ନେଇ ଅସନ୍ତୋଷ ଥିବା ଛାତ୍ରୀ ଆଜି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।

pramod bhagat
ପ୍ରମୋଦଙ୍କୁ T Shirt ଉପହାର ଦେଲେ ସଚିନ୍

ଟୋକିଓ ପରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ପଠାଇଛନ୍ତି ଦୁଇଶହତମ ଟେଷ୍ଟ କ୍ରିକେଟର ଜର୍ସି। ଏଥିରେ ଲେଖା ଅଛି ଡିୟର ପ୍ରମୋଦ ଏଣ୍ଟାୟର ନେସନ ଇଜ ପ୍ରାଉଡ଼ ଅଫ ୟୁ। କିପ ସାଇନି॥

Russian University
ଋଷିଆ ୟୁନିଭର୍ସିଟିରେ ଗୁଳିମାଡ଼

ଋଷିଆର ପର୍ମ ଷ୍ଟେଟ୍‌ ୟୁନିଭର୍ସିଟି(Perm State University)ରେ ଜଣେ ବନ୍ଧୁକଧାରୀର ଆଖୁବୁଜା ଗୁଳିମାଡ଼ରେ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀର ନାଁ ତିମୁର ବେକ୍‌ମାଂସୁରୋଭ ବୋଲି ଜଣାପଡ଼ିଛି। ଆକ୍ରମଣ ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନି।

Kidney For Sale | Man Walks Patna Streets With Poster, Wants To Sell Organ To Get Back Wife
ସ୍ତ୍ରୀଙ୍କୁ ଭଲ କରି ଦେଖା କରିବ ବୋଲି କିଡ଼ନୀ ବିକ୍ରି କରିବ ସ୍ୱାମୀ

୫ ବର୍ଷ ପରେ ସ୍ତ୍ରୀକୁ ଦେଖିବା ପାଇଁ ନିଜର କିଡ଼ନୀ ବିକ୍ରି କରିବା ପାଇଁ ରାଜି ହୋଇଗଲେ ସ୍ୱାମୀ। କିଡ଼ନୀ ବିକ୍ରି କରିବା ପାଇଁ ରାଜରାସ୍ତାରେ ଧରି ବୁଲିଲେ ପୋଷ୍ଟର। କଣ ରହିଛି ପୂରା ଘଟଣା, ଏବେ ଜାଣନ୍ତୁ...

BSNL Problem
ଶୁଣିଲାନି BSNL, ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ।

ବାରମ୍ବାର ଗୁହାରୀ ପରେ ବି ଶୁଣିଲାନି BSNL । ଶେଷରେ ନିଜ ଖର୍ଚ୍ଚରେ କେବୁଲ ଖୋଳି ଟାୱାରରେ ଲିଙ୍କ୍‌ କଲେ ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତ ସମେତ ୮ ଗ୍ରାମର ଲୋକେ ନିଜ ଖର୍ଚ୍ଚରେ ୨୦ କିଲୋମିଟର କେବୁଲ୍‌ ଖୋଳି ବିଏସ୍‌ଏନ୍ଏଲ୍ ଟାୱାରକୁ ଲିଙ୍କ୍‌ ଦେଇଛନ୍ତି।

Special Story | Kid Invents Unique Machine To Accomplish 22 Works At Home Easily
ମା’ଙ୍କ କଷ୍ଟ ସହି ପାରିଲେନି, ତିଆରି କଲେ ୨୨ଟି କାମ କରୁଥିବା ମେସିନ୍‌

ମାଆଙ୍କ କଷ୍ଟ ଦେଖିପାରିଲା ନାହିଁ ଝିଅ। ମୁଣ୍ଡ ଖଟାଇ ଏମିତି ମେସିନ୍‌ ନିର୍ମାଣ କଲେ ଯେ, ଏକା ସାଙ୍ଗରେ ହୋଇ ପାରୁଛି ୨୨ ପ୍ରକାର କରୁଛି। ଦେଖନ୍ତୁ ସେହି ମେସିନ ଓ ଜାଣନ୍ତୁ ଏହାର ଦାମ୍‌ କେତେ ରହିଛି?

Special Story | Bollywood Actress Kangana Ranaut Becomes Koo App Queen After Twitter Ban
‘Koo’ରେ କଙ୍ଗନା ନମ୍ୱର ଓ୍ୱାନ୍ ସେଲିବ୍ରିଟି

ଟ୍ୱିଟର୍ ବ୍ୟାନ୍ କରି ଦେବା ପରେ ଚୁପ୍ ବସି ନଥିଲେ କଙ୍ଗନା। ମାଇକ୍ରୋ ବ୍ଲଗିଙ୍ଗ ସାଇଟ ‘କୁ’ରେ କରିଥିଲେ ଏଣ୍ଟ୍ରି। ମାତ୍ର ଆଠ ମାସ ମଧ୍ୟରେ କଙ୍ଗନାଙ୍କ ଫଲୋଅର୍ସ ସଂଖ୍ୟା ମିଲିଅନରେ ପହଞ୍ଚିଛି। ଯାହାକୁ ଦେଖିବା ପରେ ଏବେ ବଢୁଛି Kooର କ୍ରେଜ୍...

Special Story | Chicken Blood Injections Administered To Children To Transform Them To \'Super Kids\'
ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକ୍‌ସନ୍‌’ ଦେଉଛି ଚୀନ୍

ପିଲାମାନଙ୍କୁ ମାତ୍ରାଧିକ ସକ୍ରିୟ କରାଇ ସେମାନଙ୍କୁ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଅଧିକ ପାରଙ୍ଗମ କରିବାରେ ସହାୟକ ହେଉଛି ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’।

Special Story | Street Vendor\'s Sheer Delight, Offers Free \'Pani Puri\' To Celebrate Daughter\'s Birth
ଗୁପ୍‌ଚୁପ୍‌ ବାଲାର ହେଲା ଝିଅ, ମାଗଣାରେ ଗୁପ୍‌ଚୁପ୍‌ ଖାଇଲେ ଲୋକେ

ଝିଅ ହେଲା ବୋଲି ହଜାରେ ଲୋକଙ୍କୁ ମାଗଣାରେ ଗୁପ୍‌ଚୁପ୍‌ ଖୁଆଇଲେ ବାପା। ଠେଲା ଗାଡ଼ି ସାମ୍ନାରେ ଲାଗିଲା ଭିଡ଼।