• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Ram Pothineni movie skanda trailer out
ପୁଣି ହଙ୍ଗାମା କରିବ ସାଉଥ୍ ଫିଲ୍ମ; ରିଲିଜ୍ ହେଲା 'ସ୍କନ୍ଦା'ର ଟ୍ରେଲର୍

ପୁଷ୍ପା, କେଜିଏଫ୍-୨, କାନ୍ତାରା ଏବଂ RRR ଭଳି ସୁପରହିଟ୍ ଫିଲ୍ମ ଦେବା ପରେ ସାଉଥ୍ ସିନେମା ଆଉ ଏକ ବଡ ଫିଲ୍ମ ସହିତ ପ୍ରସ୍ତୁତ ହେଉଛି। ଦକ୍ଷିଣର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍କନ୍ଦା' ଘୋଷଣା ହେବା ଦିନଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ଏବେ 'ସ୍କନ୍ଦା'ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଆସିବା ମାତ୍ରେ ହଇଚଇ ସୃଷ୍ଟି ହୋଇଛି।

Salaar made a grand opening in America film collected over rs 3 crore
'ସାଲାର’ ରିଲିଜ୍ ହେବାକୁ ବାକି ଅଛି ମାସେ ପରେ; କଲାଣି ଏତେ କୋଟି ରୋଜଗାର

ପ୍ରଶଂସକଙ୍କ ସମେତ ନିର୍ମାତା ମଧ୍ୟ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ସାଲାର ପାର୍ଟ ୱାନ: ସିଜ୍‌ଫାୟାର୍'କୁ ନେଇ ବହୁତ ଆଶା ରଖିଛନ୍ତି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୫୦୦୦ରୁ ଅଧିକ ସ୍ଥାନରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ଆଲୋଚନା ମଧ୍ୟ ଜୋର୍ ଧରିଛି।

Shah rukh khan film jawan will be screened at the biggest imax screen in the world
ଇତିହାସ ରଚିଲେ ଶାହରୁଖ ଖାନ; ଏମିତି କରିବାରେ ପ୍ରଥମ ହିନ୍ଦି ଫିଲ୍ମ ହେଲା 'ଜବାନ'

ବିଶ୍ୱାସ କରାଯାଏ ଯେ 'ଜବାନ୍' ଶାହରୁଖଙ୍କ କ୍ୟାରିୟରର ସବୁଠାରୁ ବଡ ଏବଂ ସଫଳ ଚଳଚ୍ଚିତ୍ର ବୋଲି ପ୍ରମାଣିତ କରିପାରେ। ଏହି ସମୟରେ, ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। କିଙ୍ଗ ଖାନ 'ଜବାନ' ପାଇଁ ଏପରି ଏକ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ବଲିଉଡ ଅଭିନେତା କରିପାରି ନାହାଁନ୍ତି।

hema malini  also want to do kissing scene like dharmendra and shabana azmi
ଧର୍ମେନ୍ଦ୍ର-ଶବାନାଙ୍କ KISS ସିନ୍‌ର ପ୍ରତିବାଦ ନ କରି ହେମା କହିଲେ...‘ଅସୁବିଧା କ’ଣ, ମୁଁ ବି କରିବି’

‘ରକୀ ଔର୍ ରାନୀ କି ପ୍ରେମ କାହାନୀ’ରେ ଥିବା ଧର୍ମେନ୍ଦ୍ର ଓ ଶବାନାଙ୍କ KISS ସିନ୍‌ ଚର୍ଚ୍ଚାର ମାହୋଲ୍ ତିଆରି କରିଥିଲା। ଏ ବିଷୟରେ ହେମା ମାଳିନୀଙ୍କୁ ପଚରାଯିବାରୁ ସେ ଏହାର ପ୍ରତିବାଦ ନ କରି ଫିଲ୍ମ ପାଇଁ ଆବଶ୍ୟକ ହେଲେ ସେ ବି ଏଭଳି ସିନ୍ କରିବେ ବୋଲି କହିଛନ୍ତି।

‘ଜବାନ’ର ଆଡଭାନ୍ସ ବୁକିଂ ଆରମ୍ଭ; ଆମେରିକାରେ କଲାଣି ଦେଢ କୋଟି ରୋଜଗାର
‘ଜବାନ’ର ଆଡଭାନ୍ସ ବୁକିଂ ଆରମ୍ଭ; ଆମେରିକାରେ କଲାଣି ଏତେ କୋଟି ରୋଜଗାର

‘ଜବାନ’କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍‌ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ରଟି ବିଦେଶରେ ‘ପଠାନ’ର ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି।

Gadar 2 is first film screened at new parliament house
Gadar 2: ‘ଗଦର ୨’ ରଚିଲା ଇତିହାସ; ଆଗରୁ କେହି କରି ନାହାନ୍ତି କି ଆଗକୁ କରିବେ ନାହିଁ!

ବର୍ତ୍ତମାନ ‘ଗଦର ୨’ ଯାହା କରିଛି ତାହା ଇତିହାସ ହୋଇଯାଇଛି। ଏହା ପୂର୍ବରୁ କୌଣସି ଫିଲ୍ମ ଏହା କରିନି କି ଆଗକୁ କରିବ ବୋଲି ଆଶା ନାହିଁ। ଏହି ଇତିହାସଟି ହେଲା ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଛି।

69th National Film Awards
ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଅଲ୍ଲୁ ଅର୍ଜୁନ ବେଷ୍ଟ ଆକ୍ଟର, ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି ‘ପ୍ରତୀକ୍ଷା’

Akshay kumar and raveena tendon to be come reunite on big screen
ମିଶିଲା ମନ; ବଲିଉଡ୍‌ରେ ପୁଣି ଜମିବ ରବୀନା-ଅକ୍ଷୟ ଯୋଡ଼ି

ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସୁଛି ନୂଆ ଫିଲ୍ମ। ଖୁବ୍ ଶୀଘ୍ର ସେମାନଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।

Rakhi Sawant allegation adil sold her nude videos dubai for 47 lakhs
ଆଦିଲ୍ ଦୁବାଇରେ ମୋର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି: ରାଖୀ ସାୱନ୍ତ

ନିକଟରେ ରାଖୀ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଦୁବାଇରେ ତାଙ୍କର ନ୍ୟୁଡ୍ ଭିଡିଓକୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ବୋଲି କହିଛନ୍ତି। ଆଉ କ’ଣ କହିଛନ୍ତି ଜାଣନ୍ତୁ।

gadar 2 screening in London and slogans raised Hindustan zindabad
Gadar 2: ଲଣ୍ଡନର ପ୍ରେକ୍ଷାଳୟରେ 'ଗଦର ୨'; ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ନାରାରେ କମ୍ପିଲା ହଲ୍

ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- 'ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା'

Famous haryanavi singer raju Punjabi passes away
ମନୋରଂଜନ ଜଗତରେ ପୁଣି ଶୋକ; ଚାଲିଗଲେ ଏହି ପ୍ରସିଦ୍ଧ ସିଙ୍ଗର୍

'ଦେଶୀ ଦେଶୀ ନ ବୋଲ୍ୟା କର…' ସିଙ୍ଗର୍ ରାଜୁ ପଞ୍ଜାବୀଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ରାଜୁଙ୍କୁ ହିସାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାୟକ ସକାଳ ପ୍ରାୟ ୪ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Kaavaalaa song
ତମନ୍ନାଙ୍କ ଗୀତରେ କୁନିଝିଅର ଠୁମ୍‌କା; ପସନ୍ଦ କରୁଛନ୍ତି ଦର୍ଶକ, ଭାଇରାଲ ହେଉଛନ୍ତି କ୍ୟୁଟି ଗାର୍ଲ

କାଭାଲା ଗୀତରେ ଏବେ ଖୁବ୍‌ ଭାଇରାଲ ହେଉଛନ୍ତି କ୍ୟୁଟି କୁନିଝିଅ । ତାଙ୍କର ଡ୍ୟାନ୍ସ ସାଙ୍ଗକୁ ପ୍ରତିଟି ଷ୍ଟେପ୍‌ ଯେମିତି ଲୋକଙ୍କୁ ବାନ୍ଧି ରଖିଛି । ଗୀତର ତାଳେ ତାଳେ ଠୁମ୍‌କା ଲଗାଉଛି କୁନିଝିଅ ।

salman khan sported in bald look netizens asks tere naam2
ସଲମାନ ଖାନଙ୍କୁ ଲଣ୍ଡା ହେବା ଦେଖି ଲୋକେ ଆଶ୍ଚର୍ଯ୍ୟ; କହିଲେ ଏମିତି…

ସଲମାନ ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହଟ ଟପିକ୍ ହୋଇ ଠିଆ ହୋଇଛନ୍ତି। ଏହା ପଛର କାରଣ ହେଉଛି ତାଙ୍କର ଲୁକ୍। ତାଙ୍କୁ ଏମିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେହି ବୁଝିପାରୁ ନାହାନ୍ତି ଏହା ପଛର ରହସ୍ୟ କ’ଣ। ଏମିତି କ’ଣ ହେଲା ଯେ ତାଙ୍କୁ ଲଣ୍ଡା ହେବାକୁ ପଡିଲା

gadar 2 beats pathaan baahubali pk dangal
Gadar 2: ଖାଲି ‘ବାହୁବଲୀ’ ନୁହେଁ ଏହିସବୁ ଫିଲ୍ମର ରେକର୍ଡ ଭାଙ୍ଗିଲା 'ଗଦର ୨'; ୧୦ମ ଦିନର ରୋଜଗାର ଚମକେଇ ଦେବ

‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଫିଲ୍ମ ରିଲିଜ୍‌ର ଦ୍ୱିତୀୟ ଶନିବାର ଗଦର ୨ ବକ୍ସ ଅଫିସରେ ୩୧.୦୭ କୋଟି ବ୍ୟବସାୟ କରି ‘ବାହୁବଲୀ ୨’ କୁ ପଛରେ ପକେଇଦେଇଥିଲା। ଦ୍ୱିତୀୟ ରବିବାରରେ ମଧ୍ୟ ଗଦର ୨ ର ଝଡ ଜାରି ରହିଥିଲା।

Sunny Deol
ବୈଷୟିକ ତ୍ରୁଟି ଦର୍ଶାଇ ସନ୍ନି ଦେଓଲଙ୍କ ଘର ନିଲାମ ନୋଟିସ୍‌କୁ ପ୍ରତ୍ୟାହାର କଲା ବ୍ୟାଙ୍କ

ବୈଷୟିକ ତ୍ରୁଟିଜନିତ କାରଣରୁ ପୂର୍ବରୁ ଜାରି ହୋଇଥିବା ନୋଟିସକୁ ରଦ୍ଦ କରାଯାଇଛି ।

Omg 2 box office collection affected by a certificate and left behind form gadar 2
ଭଲ କାହାଣୀ ସତ୍ତ୍ୱେ କାହିଁକି ‘ଗଦର-୨’ ତୁଳନାରେ ରୋଜଗାରରେ ପଛରେ ପଡିଛି ‘OMG-2’

ଏକ ଭଲ କାହାଣୀ ପରେ ମଧ୍ୟ OMG-2 ଗଦର-୨ ତୁଳନାରେ ରୋଜଗାରରେ ବହୁ ପଛରେ ପଡିଛି। ଏହା ପଛରେ ଏକ ବଡ କାରଣ ମଧ୍ୟ ଅଛି ଯାହା ଫିଲ୍ମର ସାର୍ଟିଫିକେଟ୍ ବିଷୟରେ କୁହାଯାଉଛି। ଅକ୍ଷୟ କୁମାର ନିଜେ ଫିଲ୍ମର 'ଏ' ସାର୍ଟିଫିକେଟ୍ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

gadar 2 beats prabhas baahubali 2 record
Gadar 2: ‘ବାହୁବଲୀ ୨’କୁ ପଛରେ ପକେଇ ନୂଆ ରେକର୍ଡ କଲା ‘ଗଦର ୨’

‘ଗଦର ୨’ ରିଲିଜ୍‌ ହେବାର ୯ ଦିନ ବିତିଗଲାଣି, ଏହା ପରେ ବି ଫିଲ୍ମର କ୍ରେଜ୍‌ କମି ନାହିଁ। ଏହି ଫିଲ୍ମ ରିଲିଜ୍‌ ହେବା ଦିନଠାରୁ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଚଳଚ୍ଚିତ୍ରଟି ‘ବାହୁବଲୀ ୨’ ର ରେକର୍ଡ ଭାଙ୍ଗିଛି। ଜାଣନ୍ତୁ ସେହି ରେକର୍ଡ କ’ଣ…

Gadar 2 actor sunny deol say about gadar 3
Gadar 2: ଖୁବ୍ ଶୀଘ୍ର ଆସିବ 'ଗଦର ୩'; ପୁଣି ବୁଲିବ ତାରା ସିଂହଙ୍କ ହାତୁଡି

ଦୀର୍ଘ ୨୨ ବର୍ଷ ପରେ, ରୂପେଲି ପରଦାରେ 'ଗଦର ୨'ରେ ତାରା ସିଂହ ଏବଂ ସକିନାଙ୍କ ଆଇକନିକ୍ ଯୋଡିକୁ ଦେଖି ଦର୍ଶକମାନଙ୍କ ଖୁସି କହିଲେ ନ ସରେ। ଏହାରି ଭିତରେ 'ଗଦର ୩'ର ସୂଚନା ପ୍ରଶଂସକଙ୍କ ହୃଦୟକୁ ଆହୁରି ଅସ୍ଥିର କରି ପକେଇଛି।

Megastar rajinikanth reached lucknow to meet yogi adityanath to-watch jailer
ଲକ୍ଷ୍ନୌରେ ରଜନୀକାନ୍ତ; ଯୋଗୀ ଆଦିତ୍ୟନାଥଙ୍କ ସହ ଦେଖିବେ ‘ଜେଲର’

ଯେତେବେଳେ ରଜନୀକାନ୍ତଙ୍କ ପ୍ରଶଂସକମାନେ ଫିଲ୍ମର ସଫଳତାକୁ ନେଇ ଉତ୍ସବ ମନଉଛନ୍ତି ସେ ଫିଲ୍ମ ରିଲିଜ୍ ହେବାର ଦିନକ ପୂର୍ବରୁ ତାଙ୍କର ଆଧ୍ୟାତ୍ମିକ ଯାତ୍ରାରେ ହିମାଳୟ ବାହାରିଯାଇଛନ୍ତି। ସେ ଶୁକ୍ରବାର ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ଫିଲ୍ମ 'ଜେଲର' ଦେଖିବାର ଯୋଜନା ଅଛି।

Puskara motion poster release
ଆସିଲା ‘ପୁଷ୍କରା’ର ମୋସନ ପୋଷ୍ଟର; ଲୋକେ କହିଲେ ବୋବାଲ୍...

ଆସିଲା ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର। ହଜିଯାଉଥିବା ଏକ କୌଳିକ ବୃତ୍ତି ଉପରେ ଆଧାରିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବ୍ୟତୀତ ସୁପ୍ରୀୟା, ବିକାଶ ଚୌଧୁରୀ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି।

ପଛରେ ପଡିଲେ ୩ ଖାନ୍; ସନିଙ୍କୁ ଛୁଇଁବାକୁ ବର୍ଷ ବର୍ଷ ଲାଗିବ
Gadar 2: ପଛରେ ପଡିଲେ ୩ ଖାନ୍; ସନିଙ୍କୁ ଛୁଇଁବାକୁ ବର୍ଷ ବର୍ଷ ଲାଗିବ

ରିଲିଜ୍ ହେବାର ୬ ଦିନରେ ସନି ଦେଓଲଙ୍କ ଫିଲ୍ମ 'ଗଦର ୨' ବକ୍ସ ଅଫିସ୍ ଆୟରେ ଏକ ବଡ ରେକର୍ଡ ସୃଷ୍ଟି କରିଛି, ଯାହା 'ସୁଲତାନ୍', 'ପଠାନ୍' ଏବଂ 'ଡଙ୍ଗଲ' ଭଳି ଫିଲ୍ମକୁ ପଛରେ ପକେଇଦେଇଛି। ଏହି ରେକର୍ଡ ଭାଙ୍ଗିବାକୁ ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କୁ ବର୍ଷ ବର୍ଷ ଲାଗିପାରେ। ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ କ’ଣ?

Odia foley artist from Daringbadi leaves his mark in Blockbuster movie ‘Gadar 2’
ଫିଲ୍ମ ‘ଗଦର-୨’ରେ କାମ କରି ଚର୍ଚ୍ଚାରେ ଓଡ଼ିଆ ପୁଅ ବରୁଣ

ଦାରିଙ୍ଗିବାଡ଼ିର ଯୁବକ ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି  ଏବେ ଚର୍ଚ୍ଚାରେ। ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି।

Sunny deol film gadar 2 crosses 200 crore left rajinikanth jailer behind
ଥମୁନି 'ଗଦର ୨'ର ଜଲ୍‌ୱା; ରଜନୀକାନ୍ତଙ୍କୁ ପଛରେ ପକାଇ ସନୀ ଦେଓଲ ଆଗରେ

ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି। ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି।

 how celebrities are wishing Independence Day to their fans today
Independence Day 2023: ଏମିତି ଢଙ୍ଗରେ ସ୍ୱାଧୀନତା ଦିବସକୁ ପାଳନ କଲେ ବଲିଉଡ ତାରକା

ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ, ଗୁଡି ଉଡ଼ାଇ, ତ୍ରିରଙ୍ଗା ପୋଷାକ ପିନ୍ଧି ଏହି ଦିନକୁ ସ୍ମରଣ କରିଛନ୍ତି । ସେଲିବ୍ରେଟିମାନେ ମଧ୍ୟ ଏହି ସୁଯୋଗକୁ ହାତଛଡା କରି ନାହାନ୍ତି। ସେମାନେ ଏହି ଦିନକୁ କିପରି ସ୍ମରଣ କରିଛନ୍ତି ଆସନ୍ତୁ ଜାଣିବା।

Akshay kumar gets Indian citizenship shares proof on social media
ଏବେ ଟ୍ରୋଲ୍‌ରୁ ମୁକ୍ତି: ଭାରତର ନାଗରିକ ହେଲେ ଅକ୍ଷୟ କୁମାର

ବଲିଉଡ୍‌ର 'ଖିଲାଡି କୁମାର' ଅର୍ଥାତ୍ ଅକ୍ଷୟ କୁମାର ଏବେ ଜଣେ ଭାରତୀୟ ନାଗରିକ ହୋଇଛନ୍ତି। ତାଙ୍କୁ ଭାରତୀୟ ନାଗରିକତା ମିଳିଛି। ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେ ଲୋକମାନଙ୍କୁ ଏହାର ପ୍ରମାଣ ମଧ୍ୟ ଦେଖାଇଛନ୍ତି।