Advertisment

ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣା: ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା

ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ମଡେଲ୍ ତାନିଆ । ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୋମବାର ସକାଳୁ ପରିବାର ଲୋକ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ ।

author-image
Sonali Ojha
ଅଦ୍ୟତନ ହୋଇଛି
Model Tania Singh Dies By Suicide

Model Dies By Suicide

ରହସ୍ୟ ଘେରରେ ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣା। ବଢିଲା ଆଇପିଏଲ ଖେଳାଳି ଅଭିଷେକ ଶର୍ମାଙ୍କ ଅଡୁଆ । ଅଭିଷେକଙ୍କ ଓ ତାନିଆଙ୍କ ମଧ୍ୟରେ ବନ୍ଧୁତା ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଅଭିଷେକଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିବ ସୁରଟ ପୋଲିସ।

Advertisment

ଆସିଷ୍ଟାଣ୍ଟ ପୋଲିସ କମିଶନର ଭି.ଆର. ମଲହୋତ୍ରା କହିଛନ୍ତି, ଆଇପିଏଲ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କ ସହ ତାନିଆଙ୍କର ବନ୍ଧୁତା ଥିଲା। ମୃତ୍ୟୁ ପୂର୍ବରୁ ସେ ଅଭିଷେକଙ୍କ ସହ କଥା ହୋଇଥିଲେ। ତାନିଆଙ୍କ କଲ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି । ତାନିଆ ଅଭିଷେକଙ୍କୁ ହ୍ୱାଟସଆପରେ ମେସେଜ ମଧ୍ୟ ପଠାଇଥିଲେ, ମାତ୍ର ସେ ଏହାର କୌଣସି ଉତ୍ତର ଦେଇନଥିଲେ।

ପୋଲିସ ଅଭିଷେକ ଶର୍ମାଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ କରି ନାହିଁ। କିନ୍ତୁ ଅଧିକ ସ୍ପଷ୍ଟୀକରଣ ପାଇଁ ତାଙ୍କୁ ନୋଟିସ୍ ପଠାଇବାକୁ ଯୋଜନା କରାଯାଉଛି । ମେସେଜର ଉତ୍ତର ନଦେବା ଓ ବନ୍ଧୁତା ନେଇ ପୋଲିସର ସନ୍ଦେହ ବଢିଛି। ଏହାକୁ କେନ୍ଦ୍ର କରି ପୋଲିସ ତଦନ୍ତ ଚଳାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଭିଷେକ ତାଙ୍କ ଫୋନ୍ ନମ୍ବରକୁ ବ୍ଲକ୍ କରିଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କ ମେସେଜର ଉତ୍ତର ଦେଇନଥିଲେ।

Advertisment

ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ ମଡେଲ୍ ତାନିଆ । ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୋମବାର ସକାଳୁ ପରିବାର ଲୋକ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ପ୍ରେମ ବ୍ୟାପାର ନେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ଏହା ପଛରେ ଅଭିଷେକ ଶର୍ମାଙ୍କ କୌଣସି ଭୂମିକା ରହିଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।

ପୋଲିସ ଘଟଣାର ତଦନ୍ତ ଚଳାଇଛି। ତାନିଆ ସିଂଙ୍କ ଫୋନରୁ କଲ୍ ଡିଟେଲ୍ ରେକର୍ଡ (CDR) ଏବଂ ଆଇପି ଡିଟେଲ୍ ରେକର୍ଡ (IPDR) ତଥ୍ୟ ଯାଞ୍ଚ କରିଛି। ଏଯାଏ ରିପୋର୍ଟ ଆସିନି, ରିପୋର୍ଟ ଆସିଲେ ଘଟଣା ନେଇ ସ୍ପଷ୍ଟ ହେବ ବୋଲି ଏସିପି ମଲହୋତ୍ରା ସୂଚନା ଦେଇଛନ୍ତି।

Suicide Case
Advertisment
Advertisment