/odishatv-khabar/media/post_attachments/uploadimage/library/16_9/16_9_0/Sonu_Sood_1708693479.jpg)
Sonu Sood
କୋଭିଡ ମହାମାରୀ ବେଳେ ଲୋକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍ଙ୍କ ସହ ଘଟିଛି ଏକ ଅଜବ ଘଟଣା। ସୋନୁ ସୁଦ୍ଙ୍କ ରେଷ୍ଟୁରାଣ୍ଟ ବିଲ୍ ପେମେଣ୍ଟ କରିଛନ୍ତି ଜଣେ ଅଜଣା ବ୍ୟକ୍ତି। ଆଉ ସୋନୁଙ୍କ ପାଇଁ ଛାଡ଼ି ଯାଇଛନ୍ତି ଏକ ନୋଟ୍। ତେବେ ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖୋଦ୍ ସୋନୁ ସୁଦ୍ ମଧ୍ୟ ଏନେଇ ନିଜ ଇନଷ୍ଟାଗ୍ରାମ ପେଜ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି।
ନିକଟରେ ସୋନୁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତାଙ୍କ ସହିତ ଏଭଳି ଏକ ଘଟଣା ଘଟିଲା, ଯାହା ତାଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ଜଣେ ଅଜଣା ବ୍ୟକ୍ତି ସୋନୁଙ୍କ ଅଜାଣତରେ ତାଙ୍କ ଟେବୁଲ୍ର ସମସ୍ତ ବିଲ୍ ଦେଇଥିଲେ ଓ ତାଙ୍କ ପାଇଁ ଏକ ଛୋଟ ନୋଟ୍ ଛାଡ଼ି ଦେଇଯାଇଥିଲେ। ସୋନୁଙ୍କୁ ଏହା ବେଶ୍ ପସନ୍ଦ ଆସିଥିଲା। ସୋନୁ ନିଜ ଇନଷ୍ଟାଗ୍ରାମରେ ଏହି କଥା ପୋଷ୍ଟ କରିଥିଲେ ଏବଂ ସେ ଅଜଣା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅଜଣା ବ୍ୟକ୍ତି ଜଣକ ନୋଟ୍ରେ ଲେଖିଥିଲେ, ଦେଶ ପାଇଁ କରିଥିବା ସମସ୍ତ ମହତ କାର୍ଯ୍ୟ ପାଇଁ ଆପଣଙ୍କୁ ଧନ୍ୟବାଦ। ତେବେ ସେ ଅଜଣା ବ୍ୟକ୍ତି ଜଣକ କିଏ, ସେନେଇ ବେଶ୍ ଚର୍ଚ୍ଚା ହେଉଛି। ତେବେ ସୋନୁଙ୍କ ମହାନତା ବିଷୟରେ ସବୁ ଦେଶବାସୀ ବେଶ୍ ପରିଚିତ।
କୋଭିଡ୍ ମହାମାରୀରେ ଲୋକେ ଯେତେବେଳେ ନିଜ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ, ଲକ୍ଡାଉନ୍ କବଳରେ ଛଟପଟ ହେଉଥିଲେ, ସେତେବେଳେ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ ଅଭିନେତା ସୋନୁ ସୁଦ୍। ସୋନୁଙ୍କ ଏହି ମହନୀୟତା ପାଇଁ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ। ହଜାର ହଜାର ଲୋକଙ୍କ ଆଶୀର୍ବାଦ ମଧ୍ୟ ରହିଥିଲା। ନିଜ ଖର୍ଚ୍ଚରେ ଲୋକଙ୍କୁ ନିଜ ଘରକୁ ପଠାଇଥିଲେ ସୋନୁ। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ଚିରଦିନ ପାଇଁ ମନେ ରଖିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)