ପୁଣି ଚର୍ଚ୍ଚାରେ ଆଇଆଇଟି ବାବା (ଅଭୟ ସିଂହ) । ଟିଭି ଚ୍ୟାନେଲରେ ମାଡ଼ ଖାଇବାର ଭିଡିଓ ଭାଇରାଲ ପରେ ଏବେ ବାବାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଦେହରେ କଳା ଧୋତି, ବେକରେ ମାଳା ପକାଇ ତାଣ୍ଡବ ନୃତ୍ୟ କରିଛନ୍ତି ବାବା ।
ବଲିଉଡ୍ ଏବଂ ସାଉଥ୍ର ସୁନ୍ଦର ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କ ଚଳଚ୍ଚିତ୍ର ସହିତ ଗ୍ଲାମରସ୍ ଲୁକ୍ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ବର୍ତ୍ତମାନ ସେ ଏକ ଧଳା ପରୀ ସାଜି ଲୋକଙ୍କ ହୃଦୟ ଚୋରି କରିବା ଦେଖିବାକୁ ମିଳେ।
ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ। ସୋସିଆଲ ମିଡିଆରେ ଯାତ୍ରାପାର୍ଟି ମାଲିକଙ୍କ ଆରୋପ ଓ ପୀୟୂଷଙ୍କ ରୋକଠୋକ୍ ଜବାବ ସହ ଉଭୟଙ୍କ ମଧ୍ୟରେ ବାଦ ବିବାଦ ଏବେ ଓଡ଼ିଶା ଯାତ୍ରା ଜଗତରେ ସୃଷ୍ଟି କରିଛି ବଡ଼ ହଲଚଲ୍।
ପୀୟୂଷଙ୍କଠାରୁ ଗ୍ରୀନ୍ ସିଗ୍ନାଲ ପାଇବା ପରେ ଶିବରାତ୍ରୀ ରାତିରେ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ଆଗାମୀ ଯାତ୍ରା ଋତୁ ପାଇଁ ଷ୍ଟାରକାଷ୍ଟ ଲିଷ୍ଟ୍ ସୋଶାଲ୍ ମିଡ଼ିଆରେ ପ୍ରକାଶ କରିଥିଲେ। ସେଥିରେ ବ୍ୟାଡ୍ବୟ ପୀୟୂଷଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ଆରମ୍ଭ ହୋଇଥିଲା ବିବାଦ।
ଅରୁଣୋଦୟ ପାଳିଥିବା କୁକୁରମାନେ ପ୍ରାୟତଃ ପରସ୍ପର ସହିତ ଲଢେଇ କରିବା ସହିତ ଭୁକୁଥିଲେ । ଫଳରେ ଅରୁଣୋଦୟଙ୍କ ପୂର୍ବତନ ପତ୍ନୀ ଲି ଏଲଟନ ଏହି କୁକୁରଙ୍କ ଶବ୍ଦରେ ବିରକ୍ତ ହୋଇଯାଇଥିଲେ । ତେଣୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।
ଏସ୍ଏସ୍ ରାଜାମୌଲି ଏବଂ ମହେଶ ବାବୁଙ୍କ ଫିଲ୍ମ SSMB29 ରେ ପ୍ରିୟଙ୍କା ଚୋପ୍ରା ଏକ ଅଂଶ ବୋଲି ଚର୍ଚ୍ଚା ହେଉଥିଲା। ଯଦିଓ ସେ ଏହି ଖବରକୁ କେବେ ବି ନିଶ୍ଚିତ କରିନାହାଁନ୍ତି, ତେବେ ସେ ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂକୁ ନେଇ ସୂଚନା ଦେଇଛନ୍ତି। ଏବେ ଏହାର ପର୍ଦାଫାଶ କରିଦେଇଛନ୍ତି ତାଙ୍କ ମା’ ମଧୁ ଚୋପ୍ରା।
ଡ୍ରଗ୍ସ ବେପାର ଓ ମୁମ୍ବାଇର ଡବା ବାଲାଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ନେଟଫ୍ଲିକ୍ସର ସିରିଜ ଡବା କାର୍ଟେଲ। ଶବାନା ଆଜମୀ, ଜ୍ୟୋତିକା, ନିମିଶା ସାଜାୟନ ଓ ସାଇ ଥମନକର ଏହି ସିରିଜରେ ନଜର ଆସିବାକୁ ଯାଉଛନ୍ତି।
ଟେଲିଭିଜନ୍ ଠାରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ନିଜର ଅଦ୍ଭୁତପୂର୍ବ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ନିରୀହପଣ ଏବଂ ସୁନ୍ଦର ଷ୍ଟାଇଲ୍ ପ୍ରଶଂସକଙ୍କ ହୃଦୟ ଜିତିଛି ଏବଂ ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କର ଫଲୋର୍ସଙ୍କ ସଂଖ୍ୟା ବଲିଉଡ ବାଦଶାହାଙ୍କ ଠାରୁ ମଧ୍ୟ ଅଧିକ। ସେ ହେଲେ ଜନ୍ନତ ଜୁବେର।
ଫିଲ୍ମ 'ଆନିମଲ୍'ର ସମାଲୋଚନାକୁ ନେଇ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ପ୍ରତିକ୍ରିୟା। ନିର୍ଦ୍ଦେଶକ UPSC ମେଣ୍ଟର ବିକାଶ ଦିବ୍ୟକୀର୍ତ୍ତିଙ୍କୁ ଦେଇଛନ୍ତି ମୁହଁତୋଡ ଜବାବ। ସନ୍ଦୀପ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ହେବା ଅପେକ୍ଷା ଆଇଏଏସ୍ ହେବା ସହଜ।
ବବି ଦେଓଲଙ୍କ ୱେବ୍ ସିରିଜ୍ 'ଆଶ୍ରମ ୩'ର ପାର୍ଟ ୨ ବର୍ତ୍ତମାନ ମୁକ୍ତିଲାଭ କରିଛି। ଯାହା ରିଲିଜ୍ ହେବା ମାତ୍ରେ ଲୋକଙ୍କ ହୃଦୟକୁ କାବୁ କରିଛି। କିନ୍ତୁ ଏଠାରେ ଆମେ ଆପଣଙ୍କୁ ସିରିଜ୍ ବିଷୟରେ ନୁହେଁ ବରଂ ନିରୀହ ପମ୍ମି ବା ଅଦିତି ପୋହନକରଙ୍କ ପ୍ରକୃତ ଜୀବନ ବିଷୟରେ କହିବୁ।
ସ୍ୱାମୀଙ୍କ ସତ୍କାର ସରିସାରିଛି... ମଥାରୁ ସିନ୍ଦୂର ଲିଭି ସାରିଛି l ଘରର ମୁରଵୀ ଦାୟିତ୍ଵ ନେଇସାରିବା ପରେ ଯେମିତି ଛାତିକୁ ପଥର କରିସାରିଛନ୍ତି ଅପରାଜିତା l ନା ଆଖିରୁ ଧାରଧାର ଲୁହ ଗଡ଼ାଇ ପାରୁଛନ୍ତି l ନା ନିଜ ପ୍ରିୟର ମଣିଷକୁ ମନ ଖୋଲି ଶେଷଥର କିଛି କହିପାରିଛନ୍ତି l
ବି-ଟାଉନର ସୁନ୍ଦର ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ନିଜ ପ୍ରେଗ୍ନାନ୍ସୀକୁ ନେଇ ଖୁବ୍ ଖୁସି ଅଛନ୍ତି। ଏହି ଖବର ଦେବାପରେ ସମସ୍ତେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଦେବା ନଜର ଆସିଛନ୍ତି। ଏହି ଖୁସି ଖବର ଦେଇ ଅଭିନେତ୍ରୀ କାମକୁ ଫେରିଛନ୍ତି। ଗର୍ଭାବସ୍ଥାରେ ମଧ୍ୟ ଅଭିନେତ୍ରୀ ସୁଟିଂ ଜାରି ରଖିଛନ୍ତି। ଫଟୋରେ କିଛି ଝଲକ…
ବଲିଉଡ୍ର ଗାୟିକା ଶ୍ରେୟା ଘୋଷାଲ ଏବେ ଅସୁବିଧାରେ ପଡିଛନ୍ତି। ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ X ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଶ୍ରେୟା ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି।
'କନ୍ନପ୍ପା'ର ଟିଜର ଲୋକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛି। ଟିଜରରେ ବିଷ୍ଣୁ ମାଞ୍ଚୁ ଥିନ୍ନାଣୁଙ୍କ ଭୂମିକାରେ ନଜର ଆସିଛନ୍ତି, ଯିଏକି ତାଙ୍କ ପରିବାରକୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ପାଇଁ ଲଢୁଛନ୍ତି।
'ବାଲଭୀର' ଫେମ୍ ଅଭିନେତ୍ରୀ ଅନୁଷ୍କା ସେନ୍ ଆଜିକାଲି ତାଞ୍ଜାନିଆ ଗସ୍ତରେ ଅଛନ୍ତି। ନିକଟରେ ଅଭିନେତ୍ରୀ ଭାକେସନର କିଛି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାନପାରେ ଏନ୍ଜୟ କରୁଥିବା ଦେଖିବାକୁ ମିଳେ। ଦେଖନ୍ତୁ ତାଙ୍କର ଏହିସବୁ ବୋଲ୍ଡ ଫଟୋ।
ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜାଙ୍କ ଛାଡପତ୍ର ଚର୍ଚ୍ଚା । କାହିଁକି ଗୋବିନ୍ଦାଙ୍କଠାରୁ ଅଲଗା ରହୁଛନ୍ତି ସୁନୀତା, ଏହା ପଛର ଅସଲ କାରଣ କହିଲେ ପତ୍ନୀ ।
ଆତ୍ମୀୟ ସୋଜଙ୍କ କାନ୍ଧରେ ଶେଷଯାତ୍ରା ପାଇଁ ବାହାରିଥିଲେ ଉତ୍ତମ। ଘର ଅଗଣାରୁ ନିଜ ମନର ମଣିଷକୁ ଶେଷଥର ପାଇଁ ଦେଖୁଥିଲେ ଅପରାଜିତା।
ଗତ ୨୦୧୪ରୁ ବର୍ତ୍ତମାନର ୨୦୨୫ ଓଡ଼ିଆ ସିନେମା ଜଗତର ବଛା ବଛା ପୁରୁଖା କଳାକାରଙ୍କୁ ହରାଉଛି । ଫଳରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ମୁରବୀ ଶୂନ୍ୟ ହେବା ସହ ଓଡ଼ିଆ ଦର୍ଶକଙ୍କୁ ଶକ୍ତ ଧକ୍କା ଲାଗୁଛି ।
ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି । ଲିଭର ସିରୋସିସରେ ଆକ୍ରାନ୍ତ ଉତ୍ତମଙ୍କର ଗତକାଲି ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ପରଲୋକ ଘଟିଥିଲା । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଅଣାଯିବା ପରେ ରାଜନେତାଙ୍କଠୁ ସିନେ କଳାକାର ଓ ପ୍ରଶଂସକ, ସମସ୍ତେ ଶେଷ ଦର୍ଶନ ପାଇଁ ଉତ୍ତମଙ୍କ ବାସଭବନକୁ ଛୁଟିଥିଲେ । ଅପରାହ୍ନରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସଂପନ୍ନ ହୋଇଛି ।
ସେ ଥିଲେ ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର୍। ସେ ଥିଲେ, ଫିଲ୍ମ ସୁପର୍ ଡୁପର୍ ହିଟ୍... ହଲ୍ ହାଉସଫୁଲ୍। ତାଙ୍କ ଚରିତ୍ର ନୁହେଁ... ତାଙ୍କ ନାଁ ହିଁ ଥିଲା ସିନେମାର ନାୟକ। ସେ ଉତ୍ତମ ମହାନ୍ତି...ଓଲିଉଡ୍ ଜଗତର ଅନ୍ୟତମ ମହାନାୟକ।
ଅଭିମାନ କରି ଆସିଥିଲେ, ଆଉ ବିଦ୍ୟାରାଣ ପକାଇ ବିଦାୟ ନେଇଗଲେ । ଉତ୍ତମ ମହାନ୍ତି, ଆଉ ନାହାନ୍ତି । ତୁଣ୍ଡବାଇଦ ଭଳି ଖବର ସାରା ଓଡ଼ିଶାକୁ ସିନା ବ୍ୟାପି ଗଲା, ହେଲେ ବିଶ୍ବାସ ଲାଗୁନଥିଲା।
ଅଭିନୟ ନୁହେଁ ଆଜି ସତ । ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ ଓଲିଉଡର ମହାନାୟକ ଉତ୍ତମ ମହାନ୍ତି । କାନ୍ଦୁଛି ପରିବାର, ଜୀବନ୍ତ ଅଭିନୟକୁ ଝୁରୁଛନ୍ତି ସିନେ ଜଗତ ଓ ଦର୍ଶକ । ଉତ୍ତମଙ୍କ ନାତି ମଧ୍ୟ ଜେଜେଙ୍କୁ ଶେଷ ଦର୍ଶନ କରି ବିଦାୟ କହିଛନ୍ତି । ବୋଧେ ବଡ଼ ହୋଇଥିଲେ କହିଥାନ୍ତେ ଜେଜେ ତମେ ଫେରିଆସ...
ପଞ୍ଚଭୂତରେ ଲୀନ ହେଲା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି । ମୁଖାଗ୍ନି ଦେଇଛନ୍ତି ପୁଅ ବାବୁସାନ୍ ମହାନ୍ତି। ହଜାର ହଜାର ସଂଖ୍ୟାରେ ଫ୍ୟାନ୍, ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ବିଦାୟ ନେଇଛନ୍ତି ପ୍ରିୟ କଳାକାର ଉତ୍ତମ ମହାନ୍ତି। ଲୋକାରଣ୍ୟ ଏବଂ ଶୋକାକୂଳ ପରିବେଶରେ ତାଙ୍କୁ ବିଦାୟ ଜଣାଇଛନ୍ତି ସମସ୍ତେ। ଆଜି ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ଭୁବନେଶ୍ବର ସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ହୋଇଛି ଅନ୍ତିମ ସଂସ୍କାର....ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା।
ଉତ୍ତମଙ୍କୁ ଅନ୍ତିମ ବିଦାୟ ଦେବାକୁ ସତ୍ୟନଗର ଶ୍ମଶାନରେ ସେଲିବ୍ରିଟି ଓ ପ୍ରଶଂସକଙ୍କ ପ୍ରବଳ ଭିଡ଼।