ଜଲିଉଡ୍ର ବ୍ୟାଡ୍ବୟ ହେଉଛନ୍ତି ପୀୟୂଷ ତ୍ରିପାଠୀ! ଆଜି ସିଏ ବିବାଦ ଘେରରେ। ଆଗାମୀ ଯାତ୍ରା ଋତୁରେ ନୂଆ ଯାତ୍ରା ପାର୍ଟିରେ ଯୋଗଦେବା ପାଇଁ ଲକ୍ଷାଧିକ ଟଙ୍କା ଓ ଦାମୀ ଗାଡ଼ି ନେଇଥିଲେ। ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଶପଥ ମଧ୍ୟ କରିଥିଲେ। ହେଲେ ଏବେ ଆସିବା ପାଇଁ ମନା କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ। ଯାତ୍ରା ସିଂହବାହିନୀ ପକ୍ଷରୁ ସୋସାଲ ମିଡିଆରେ ପୀୟୂଷ ତ୍ରିପାଠୀଙ୍କ ନାଁ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଦେଖାଦେଇଛି ବିବାଦ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପୀୟୂଷ ଓ ସଂଜୀବ ପାଢୀ।
Also Read
ମିଳିଥିବା ସୂଚନା ଅନୁସାରେ ନଭେମ୍ୱର ମାସରେ ପୀୟୂଷ ଯାତ୍ରା ସିଂହବାହିନୀ ସହିତ ଯୋଗାଯୋଗ କରିଥିଲେ। ତା’ପରେ ଏକ ହୋଟେଲ୍ରେ ବୈଠକ ହୋଇଥିଲା। ସେଠାରେ ହୋଇଥିବା ନିଷ୍ପତ୍ତି ଅନୁସାରେ ପୀୟୂଷ ୫ ବର୍ଷ ପାଇଁ ଯାତ୍ରା ସିଂହବାହିନୀରେ ରହିବେ। ଏଥିପାଇଁ ବୁଝାମଣା ସ୍ୱାକ୍ଷର ହୋଇଥିଲା। ବୁଝାମଣା ସ୍ୱାକ୍ଷର ପରେ ପୀୟୂଷ ଫରଚ୍ୟୁନର ଚଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପୀୟୂଷଙ୍କ ମନ ଜିଣିବା ପାଇଁ ସଂସ୍ଥା ପକ୍ଷରୁ ଏକ ଫରଚ୍ୟୁନର ଗାଡ଼ି କିଣାଯାଇ ଦିଆଯାଇଥିଲା। ଏଥିସହ ଆକାଉଣ୍ଟରେ ୩୦ ଲକ୍ଷ ଓ କ୍ୟାସ୍ରେ ୨୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଯାହାର ପ୍ରମାଣ ଯାତ୍ରା ସିଂହବାହିନୀ ସଂସ୍ଥା ପାଖରେ ରହିଛି। ଖାଲି ସେତିକି ନୁହେଁ, ଯାତ୍ରା ସିଂହବାହିନୀକୁ ଆସିବେ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଶପଥ ପାଠ କରିଥିଲେ।
ଅଧିକ ପଢ଼ନ୍ତୁ: ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ, କହିଲେ...
ପୀୟୂଷଙ୍କଠାରୁ ଗ୍ରୀନ୍ ସିଗ୍ନାଲ ପାଇବା ପରେ ଶିବରାତ୍ରୀ ରାତିରେ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ଆଗାମୀ ଯାତ୍ରା ଋତୁ ପାଇଁ ଷ୍ଟାରକାଷ୍ଟ ଲିଷ୍ଟ୍ ସୋଶାଲ୍ ମିଡ଼ିଆରେ ପ୍ରକାଶ କରିଥିଲେ। ସେଥିରେ ବ୍ୟାଡ୍ବୟ ପୀୟୂଷଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ଆରମ୍ଭ ହୋଇଥିଲା ବିବାଦ। ଆଗାମୀ ଯାତ୍ରା ଋତୁରେ ଯାତ୍ରା ସିଂହବାହିନୀକୁ ଆସିବେ ନାହିଁ ବୋଲି ପୀୟୂଷ କହିଥିଲେ। ଇଏଠୁ ଆରମ୍ଭ ହୋଇଥିଲା ବିବାଦ। ଆଉ ମୁହାଁମୁହିଁ ହୋଇଥିଲେ ପୀୟୂଷ ଓ ଶ୍ରୀ ପାଢ଼ୀ। ଉଭୟ ସୋଶାଲ ମିଡ଼ିଆରେ ନିଜ ନିଜର ପକ୍ଷ ରଖିଥିଲେ। ଆରୋପ ପ୍ରତ୍ୟାରୋପ୍ କରିଥିଲେ। ଆଉ ପାଦେ ଆଗକୁ ଯାଇ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
'#ଟଙ୍କା_ନେଲ_ଗାଡ଼ି_ନେଲେ_ଜଗନ୍ନାଥ_ମନ୍ଦିରରେ_ଶପଥ_କଲେ
— ଓଟିଭି (@otvkhabar) March 3, 2025
ନୂଆ ଯାତ୍ରା ପାର୍ଟିରେ ଯୋଗ ଦେବା ପାଇଁ ଟଙ୍କା ନେଲେ, ଗାଡ଼ି ନେଲେ, ଜଗନ୍ନାଥ ମନ୍ଦିରରେ ଶପଥ ବି କଲେ । ହେଲେ ଏବେ ମନା କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ।#OdiaJatra #Producer #Jollywod #OdiaJatraArtist #OTV pic.twitter.com/YbcZYafu22
ଯାତ୍ରା ସିଂହବାହିନୀର ମାଲିକଙ୍କ ବୟାନ ନେଇ ପୀୟୂଷ କହିଛନ୍ତି, ଆଗାମୀ ଯାତ୍ରା ଋତୁରେ ଯାତ୍ରା ସିଂହବାହିନୀକୁ ମୁଁ ଯାଉଛି ବୋଲି ସୋସାଲ ମିଡ଼ିଆରେ ଅପ୍ଲୋଡ୍ କରିଛନ୍ତି। ଏହି କଥାଟି ସମ୍ପୂର୍ଣ୍ଣ ସତ୍ୟ ନୁହେଁ କି ମିଥ୍ୟା ମଧ୍ୟ ନୁହେଁ। ସେହି ଯାତ୍ରା ପାର୍ଟିକୁ ଯିବା ପାଇଁ ବାବୁଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ଏପରିକି ଚୁକ୍ତି ମଧ୍ୟ ହୋଇଥିଲା। କିନ୍ତୁ ଆମ ଭିତରେ ଠିକ୍ ବୁଝାମଣା ରହିଲା ନାହିଁ। ଯାହା ଦ୍ୱାରା ସୁସ୍ଥ ମସ୍ତିଷ୍କରେ ସେହି ଅନୁଷ୍ଠାନରେ କାମ କରିବା ମୋ ପାଇଁ ଠିକ୍ ହେବନାହିଁ। ତେଣୁ ମୁଁ ଯାଇପାରିବି ନାହିଁ ବୋଲି ବାବୁ ଆପଣଙ୍କୁ କହିଥିଲି। କିନ୍ତୁ ଆପଣ ମୋ’ କଥାକୁ ବିଶ୍ୱାସ ନକରି ମୋ ଫଟୋକୁ ସୋସାଲ ମିଡ଼ିଆରେ ପୋଷ୍ଟ କରିଦେଲେ। ଯାହାଦ୍ୱାରା ମୋତେ ନିନ୍ଦାର ପାତ୍ର କରାଇଲେ। ତଥାପି ସୋସାଲ ମିଡ଼ିଆରେ କହିବାକୁ ଚାହୁଁଛି, ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ଯାତ୍ରା ସିଂହବାହିନୀକୁ ଯାଉନାହିଁ। ମୁଁ ଅପେରା ସୂର୍ଯ୍ୟମନ୍ଦିରରେ ଥିଲି, ରହିଛି ଓ ଆଗାମୀ ବର୍ଷ ରହିବି ବୋଲି ଭିଡିଓ ବାର୍ତ୍ତାରେ ପୀୟୂଷ କହିଛନ୍ତି।
'#ମୁଁ_କେବେ_ବି_ଯାତ୍ରା_ସିଂହବାହିନୀକୁ_ଯିବି_ନାହିଁ'
— ଓଟିଭି (@otvkhabar) March 3, 2025
'ମାଲିକ ଏବଂ କଳାକାରଙ୍କ ମଧ୍ୟରେ ଯେଉଁ ବୁଝାମଣା ରହିବା କଥା ତାହା ଘୋର ଅଭାବ ରହିଲା। ତଥାପି ମୁଁ ସୋସିଆଲ ମିଡିଆ ମାଧ୍ୟମରେ କହିବା ପାଇଁ ଚାହେଁ କି ଆସନ୍ତାବର୍ଷ କାହିଁକି ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ସିଂହବାହିନୀ ସହ ନାହିଁ ।'#JatraArtist #PiyushTripathy #OTV pic.twitter.com/DuBn2QoaQV