ଯାତ୍ରା ଅଭିନେତ୍ରୀ ମନୋରମା ଦାସ ଓରଫ ପୂଜା ଭୁବନେଶ୍ବର ଲିଙ୍ଗରାଜ ଥାନାରେ ଯାତ୍ରା ମାଲିକ ନାଣ୍ଦୁ ଧଳଙ୍କ ନାଁରେ ଏଫଆଇଆର ଦେଇଛନ୍ତି। ମୋ ସହିତ କମ୍ପ୍ରମାଇଜ ନ କଲେ ଯାତ୍ରାରେ ସୁଯୋଗ ଦେବି ନାହିଁ ବୋଲି ଧମକ ଦେଇଛନ୍ତି ନାଣ୍ଡୁ ଧଳ। ବ୍ଲାଙ୍କ ପେପରେ ମୋ ଠାରୁ ଜର ଜବରଦସ୍ତ ଦସ୍ତଖତ ନେଇ କୋର୍ଟରେ କେଶ ଦେଇଛନ୍ତି।
ଯାତ୍ରା ଖଳନାୟକ ସଞ୍ଜୟ ଭୋଳ ମାଷ୍ଟରଙ୍କ ଧମକକୁ ଖାତିର କରିନାହାନ୍ତି। ବରଂ ତାଙ୍କୁ ଭୁଲ ମାଗିବା ପରିବର୍ତ୍ତେ ଯାହା କହିଛନ୍ତି ସେ ଠିକ କରିଛନ୍ତି ବୋଲି କହିଛନ୍ତି। ଆଇ ଡୋଣ୍ଟ କେୟାର କହି ମାଷ୍ଟରଙ୍କୁ ତାତ୍ସଲ୍ୟ କରିଛନ୍ତି।
ସବୁ ବେଳେ ଚର୍ଚ୍ଚାରେ ରହି ଆସିଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏବେ ଆଉ ଏକ ପଦକ୍ଷେପ ନେଇଛନ୍ତି। ଏବେ ରାଣୀ ପଣ୍ଡା ଅଭିନେତ୍ରୀରୁ ଏକ ପ୍ରକାରର ଯାତ୍ରା ମାଲିକାଣି ହୋଇଛନ୍ତି।
ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ କଳା କାରନାମା ନେଇ ଏବେ ଚର୍ଚ୍ଚା । ଜଣକ ପରେ ଜଣେ କଳାକାର ନାଣ୍ଡୁଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି ।
ଜୀବନ ବଞ୍ଚାଇବାକୁ ଏ ଭିକ୍ଷା । ମଞ୍ଚ ଉପରୁ ଜଣେ କଳାକାର ପାଇଁ ଅନ୍ୟ କଳାକାର ମାନଙ୍କ ଏ ଭିକ୍ଷାବୃତ୍ତି । ଯାତ୍ରା କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ମଞ୍ଚ ଉପରୁ କିଭିଳି ଭିକ୍ଷାବୃତ୍ତି କରୁଛନ୍ତି ନାଟ୍ୟ ନିର୍ଦ୍ଦେଶକ ଦେଖନ୍ତୁ । ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଶାଖାର ପକ୍ଷରୁ ଯୁବ ଓ ଅଭିଜ୍ଞ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକ କଳାକାରଙ୍କ ଚିକିତ୍ସା ପାଇଁ ଭିକ୍ଷା ମାଗିଛନ୍ତି ।
'ଯାହା ବି ପଇସା ରୋଜଗାର କରିଥିଲି ଚିକିତ୍ସା ପାଇଁ ମେଡିସିନ୍, ଡାଏଲିସିସ୍ ରେ ସବୁ ସରିଗଲା ଆଉ ମୋ ପାଖରେ ପଇସା ନାହିଁ। କଳାକାର ବନ୍ଧୁ, ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ମୋତେ ବଞ୍ଚାଇ ଦିଅନ୍ତୁ।' - ଯାତ୍ରା ସିଙ୍ଗର୍ ମଞ୍ଜୁଶ୍ରୀ
ପାର୍ବତୀ ଭଲ ବୋଲି ଶୁଣିଥିଲି ହେଲେ ଏଠି ଆସି ଦେଖିଲା ବେଳେକୁ...
ଯାତ୍ରାର ବିବାଦ ମଞ୍ଚରେ ଆଜି ଆଉ ଦୁଇ ବହି । ଗୋଟିଏ-କଳାକାରଙ୍କୁ ପାରିଶ୍ରମିକ ନଦେବାରୁ \'ବନ୍ଧା ପଡ଼ିଲା ଗଣନାଟ୍ୟ\' ତ ଆରଟି 7 ମାସ ହେଲା ଟେଣ୍ଟ ବାନ୍ଧି ବସିଛି ଯାତ୍ରା କମିଟି, ଅଗ୍ରୀମ ନେଇ ପାର୍ଟି ଗାଏବ୍ । ଗୋଟିଏ ଅଭିଯୋଗ ଜଗତସିଂହପୁର ବିରିଡ଼ିରୁ ପାର୍ବତୀ ଗଣନାଟ୍ୟ ବିରୋଧରେ ଆସିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଆଳିରୁ ବାଘା ଯତୀନ ଗଣନାଟ୍ୟ ବିରୋଧରେ ଆସିଛି।
ଯାତ୍ରା ମାଲିକ ସଂଘ ଏଭଳି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି କଳାକାର ସଂଘ ବିରୁଦ୍ଧରେ। ପାଟି ଫିଟାଇଲେ ଯାତ୍ରାରେ ତୁମକୁ କାମ ମିଳିବନି ବୋଲି ସ୍ଥିର ହୋଇଥିବା ଜଣାପଡିଛି। ଶୁକ୍ରବାର ରାତି ତମାମ କିଛି ଯାତ୍ରା ମାଲିକ ଆଲୋଚନା କରିଥିବା ଜଣାପଡିଛି।
ମାଲିକଙ୍କୁ କଳାକାରଙ୍କ ଚେତାବନୀ । ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ମାଲିକ ଓ କଳାକାର ପରସ୍ପର ପରିପୂରକ । ନରି ପଣ୍ଡା, ପ୍ରତାପ ମହାନ୍ତି ଓ ନମିତା ଭୂୟାଁଙ୍କ ଉପରୁ ବ୍ୟାନ ହଟାଅ ।
ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।
ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ। ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ଦୁଇ ପାର୍ଟିଠୁ ନେଇଥିବା ଟଙ୍କା ଫେରାଇବା ସହ ମାଲିକ ସଂଘ ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଷେପାଇଁ ମଂଚରୁ ଓହରି ଯାଇଛନ୍ତି। ହେଲେ ପାଖାପାଖି ସମାନ କାରଣ ପାଇଁ ବ୍ୟାନ୍ ହୋଇ ଏବେ ବି ନ୍ୟାୟ ଅପେକ୍ଷାରେ ହାସ୍ୟ କଳାକାର ନରି ପଣ୍ଡା।
ପୋଲିସର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳ। ମୁଁ ମିଛ କହୁନାହିଁ, ମୋ ପାଖରେ ସବୁ ପ୍ରମାଣ ଅଛି, ସତ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ପୀୟୂଷଙ୍କଠାରୁ ଗ୍ରୀନ୍ ସିଗ୍ନାଲ ପାଇବା ପରେ ଶିବରାତ୍ରୀ ରାତିରେ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ଆଗାମୀ ଯାତ୍ରା ଋତୁ ପାଇଁ ଷ୍ଟାରକାଷ୍ଟ ଲିଷ୍ଟ୍ ସୋଶାଲ୍ ମିଡ଼ିଆରେ ପ୍ରକାଶ କରିଥିଲେ। ସେଥିରେ ବ୍ୟାଡ୍ବୟ ପୀୟୂଷଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ଆରମ୍ଭ ହୋଇଥିଲା ବିବାଦ।
ଭିଲେନ୍ର ଡାଇଲଗ୍ ଶୁଣି ପ୍ରଥମେ ବୋତଲ ମାଡ଼ ହୋଇଥିଲା। ଆଉ ପରେ ସିଧା ମଞ୍ଚ ଉପରେ ଚଢ଼ି ଲୋକେ ଭିଲେନକୁ ପିଟିବାକୁ ଲାଗିଥିଲେ।
ରାଜ୍ୟର ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ଯାତ୍ରା ଚାଲିଛି । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କେଉଁ ଯାତ୍ରା କମିଟି ଆଇଟମ୍ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି । ତେବେ କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଆଜି ଯାତ୍ରା ମଂଚକୁ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା କମିଟି । ନିଜେ ନିଶା ମଧ୍ୟ ଭିଡିଓ ଜାରି କରି ସେ ଆସୁଥିବା ସ୍ପଷ୍ଟ କରିଥିଲେ । ହେଲେ ନିଶାଙ୍କ ବିରୋଧରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର । କହିଛନ୍ତି, ନିଶା ଆସିଲେ ସେମାନେ ମଂଚକୁ ଯିବେ ନାହିଁ ।
କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ ।