Last Rites of Actor Uttam Mohanty Being Conducted at Satyanagar Crematorium
ପଞ୍ଚଭୂତରେ ଲୀନ ହେଲା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି । ମୁଖାଗ୍ନି ଦେଇଛନ୍ତି ପୁଅ ବାବୁସାନ୍ ମହାନ୍ତି। ହଜାର ହଜାର ସଂଖ୍ୟାରେ ଫ୍ୟାନ୍, ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ବିଦାୟ ନେଇଛନ୍ତି ପ୍ରିୟ କଳାକାର ଉତ୍ତମ ମହାନ୍ତି। ଲୋକାରଣ୍ୟ ଏବଂ ଶୋକାକୂଳ ପରିବେଶରେ ତାଙ୍କୁ ବିଦାୟ ଜଣାଇଛନ୍ତି ସମସ୍ତେ। ଆଜି ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ଭୁବନେଶ୍ବର ସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ହୋଇଛି ଅନ୍ତିମ ସଂସ୍କାର....ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)