Advertisment

Priyanka Chopra: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

ଏସ୍ଏସ୍ ରାଜାମୌଲି ଏବଂ ମହେଶ ବାବୁଙ୍କ ଫିଲ୍ମ SSMB29 ରେ ପ୍ରିୟଙ୍କା ଚୋପ୍ରା ଏକ ଅଂଶ ବୋଲି ଚର୍ଚ୍ଚା ହେଉଥିଲା। ଯଦିଓ ସେ ଏହି ଖବରକୁ କେବେ ବି ନିଶ୍ଚିତ କରିନାହାଁନ୍ତି, ତେବେ ସେ ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂକୁ ନେଇ ସୂଚନା ଦେଇଛନ୍ତି। ଏବେ ଏହାର ପର୍ଦାଫାଶ କରିଦେଇଛନ୍ତି ତାଙ୍କ ମା’ ମଧୁ ଚୋପ୍ରା।

author-image
Pramod Behera
ଅଦ୍ୟତନ ହୋଇଛି
Priyanka chopra mother revealed her secret related to film SSMB29

Priyanka chopra mother revealed her secret related to film SSMB29

ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଏମିତି ଖବର ଆସିଥିଲା ​​ଯେ ସେ ଏସ୍ଏସ୍ ରାଜାମୌଲି ଏବଂ ମହେଶ ବାବୁଙ୍କ SSMB29ର ଏକ ଅଂଶ। ଯଦିଓ ସେ ଏହି ଖବରକୁ କେବେ ବି ନିଶ୍ଚିତ କରିନାହାଁନ୍ତି, ତେବେ ସେ ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂକୁ ନେଇ ସୂଚନା ଦେଇଛନ୍ତି। ଏବେ ଏହାର ପର୍ଦାଫାଶ କରିଦେଇଛନ୍ତି ତାଙ୍କ ମା’ ମଧୁ ଚୋପ୍ରା।

Advertisment

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ମଧୁ ଚୋପ୍ରା ଏହି ଚର୍ଚ୍ଚାର ପର୍ଦାଫାଶ କରିଛନ୍ତି। ତାଙ୍କୁ ଯେତେବେଳେ SSMB29 ରେ ପ୍ରିୟଙ୍କା ଚୋପ୍ରାଙ୍କ ଚରିତ୍ର ବିଷୟରେ ପଚରାଗଲା, ମଧୁ ଚୋପ୍ରା କହିଛନ୍ତି ଯେ ସେ ସୁଟିଂରେ ଅଛନ୍ତି। ଏହି ସାକ୍ଷାତକାରରେ ପ୍ରିୟଙ୍କା ହାଇଦ୍ରାବାଦରେ ଥିବା ସେ କହିଛନ୍ତି।

ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ମହେଶ ବାବୁଙ୍କ ଫିଲ୍ମ SSMB29 ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଜୋନାସ୍ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ଏହାର ଦ୍ୱିତୀୟ ସେଡ୍ୟୁଲ୍ ବର୍ତ୍ତମାନ ହାଇଦ୍ରାବାଦର ଆଲୁମିନିୟମ୍ କାରଖାନାରେ ସୁଟିଂ କରାଯାଉଛି। ସୂଚନା ଅନୁସାରେ ମହେଶ ବାବୁ ଏବଂ ରାଜାମୌଲି ଖୁବ ଶୀଘ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେବେ।

Advertisment

ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଦେଶୀ ଗର୍ଲ ଜଣେ ଭିଲେନ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହାର କୌଣସି ଅଫିସିଆଲ୍ ସୂଚନା ଆସି ନଥିବା ବେଳେ ପ୍ରିୟଙ୍କାଙ୍କ ମା’ ଖୁଲାସା କରିଦେଇଛନ୍ତି।

ସେ ଫିଲ୍ମ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଶେୟାର କରିବେ ବୋଲି ଆଶା କରାଯାଉଛି। ସାମ୍ପ୍ରତିକ କାର୍ଯ୍ୟସୂଚୀ ଶେଷ କରିବା ପରେ ଟିମ୍ ମାର୍ଚ୍ଚରେ ପରବର୍ତ୍ତୀ ଶୁଟିଂ ପାଇଁ ବାହାରକୁ ଯିବ ବୋଲି ସୂଚନା ରହିଛି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

SSMB29 କୁ ଏକ ଜଙ୍ଗଲ ଆଡ୍‌ଭେଞ୍ଚର୍ କୁହାଯାଏ। ଏହାକୁ ନେଇ ଅଧିକ ସୂଚନା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ତେବେ ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟକୁ ନେଇ ଅଫିସିଆଲ୍ ଘୋଷଣାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାରି ଭିତରେ ବହୁ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଏହି ପ୍ରୋଜେକ୍ଟ ମାଧ୍ୟମରେ ଭାରତୀୟ ସିନେମାକୁ ଫେରୁଛନ୍ତି।

ତେବେ ଏସ୍ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର SSMB29 ପାଇଁ ଦୁଇଟି ଟାଇଟଲ ବିଚାରକୁ ନିଆଯାଇଛି। ଏହା ହେଲା ‘ଗରୁଡ’ ଏବଂ ‘ମହାରାଜ’। ଏବେ ଦେଖିବାକୁ ବାକି ରହିଲା ଫିଲ୍ମର ନା’ ପ୍ରକୃତରେ କ’ଣ ହେବ। ଏହି ଫିଲ୍ମରେ ପିୟଙ୍କା ପ୍ରଥମ ଥର ପାଇଁ ଭିଲେନ୍ ଭୂମିକାରେ ଅଭିନୟ କରୁଥିବା ବେଳେ ଏହି ଭୂମିକା ପାଇଁ ତାଙ୍କୁ ଫିସ୍ ବାବଦକୁ ୩୦ କୋଟି ଟଙ୍କା ମିଳୁଥିବା ସୂଚନା ରହିଛି। ଏହି ଫିଲ୍ମର ବଜେଟ୍ ୧୦୦୦କୋଟି ବୋଲି କୁହାଯାଉଛି

ରିପୋର୍ଟରୁ ଜଣାପଡିଛି ଯେ ସେ ଏବଂ ନିର୍ଦ୍ଦେଶକ ତାଙ୍କ ଭୂମିକା ନିଶ୍ଚିତ କରିବା ପୂର୍ବରୁ ଦୀର୍ଘ ୬ ମାସ ଧରି ଆଲୋଚନା କରିଥିଲେ।

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ନୂଆ ପୋଷ୍ଟର ରିଲିଜ୍‌; ଦମଦାର୍ ଲୁକ୍‌ରେ ସଲ୍‌ମାନ ଖାନ୍‌

Priyanka Chopra Bollywood Priyanka Chopra Jonas Mahesh Babu
Advertisment
Advertisment